ପରିବେଶ ପ୍ରଦୂଷଣ ରୋକିବାକୁ ଆଇଟିଆଇ ଛାତ୍ରଙ୍କ ପ୍ରୟାସ: ନିର୍ମାଣ କଲେ ‘ଇ-ସାଇକେଲ’

ବ୍ରହ୍ମପୁର ଅଫିସ,୧୫ା୧-ବିସ୍ମୟ ସୃଷ୍ଟି କଲେ ଆଇଟିଆଇ ଛାତ୍ର। ପରିବେଶ ପ୍ରଦୂଷଣ ରୋକିବା, ପ୍ରାକୃତିକ ତୈଳଜାତ ଦ୍ରବ୍ୟର ଅପଚୟ ରୋକିବାକୁ ନିର୍ମାଣ କଲେ ‘ଇ-ସାଇକେଲ’। ସାଇକେଲରେ ୧୨ ଭୋଲ୍ଟର ୨ ବ୍ୟାଟେରି, ୨୪ ୱାର୍ଟର ଗୋଟିଏ ଡିସି ମିଟର ଖଞ୍ଜାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ସାଇକେଲର ସ୍ବତନ୍ତ୍ରତା ହେଉଛି ଏଥିରେ ଲାଗିଥିବା ବ୍ୟାଟେରିକୁ ଥରେ ଚାର୍ଜ କଲେ ଏହା ୨୪ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଯିବାର କ୍ଷମତା ରହିଛି। ଏହାର ସର୍ବାଧିକ ବେଗ ୩୦ ରୁ ୩୫ କିଲୋମିଟର ରହିଛି। ତେବେ ବଜାରରେ ମିଳୁଥିବା ଇ-ସାଇକେଲଠାରୁ ଏହା ଯଥେଷ୍ଟ କମ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରିବ। ଏହି ସାଇକେଲକୁ ଆଇଟିଆଇ ଫିଟର ଟ୍ରେଡ୍‌ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ଅଦିତ୍ୟ ବେହେରା, ଟି. ଶ୍ରୀନିବାସ ରାଓ ଏବଂ ନାରାୟଣ ସେଠୀ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ନିର୍ମାଣ ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ଗୋଟିଏ ଦିନରେ ଛାତ୍ରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ଆଇଟିଆଇ ପରିସରରେ ଏହି ଇ-ସାଇକେଲକୁ ଆଇଜର ନିର୍ଦ୍ଦେଶକ କେ.ଭି.ଆର. ଚାରୀ ଉଦ୍‌ଘାଟନ କରିଥିଲେ। ସ୍ବଳ୍ପ ଖର୍ଚ୍ଚରେ ଏହା ପ୍ରସ୍ତୁତ କରାଯାଇ ପାରୁଥିବାରୁ ଆଗାମୀ ଦିନରେ ସହରରେ ପରିବେଶ ପ୍ରଦୂଷଣ ସହ ତୈଳିକ ପଦାର୍ଥର ସଂରକ୍ଷଣ କରାଇବାରେ ମଧ୍ୟ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ଆଇଜର ନିର୍ଦ୍ଦେଶକ କହିଥିଲେ। ଯେକୌଣସି ସାଇକେଲ ଆରୋହୀ ଆବଶ୍ୟକ ସାମଗ୍ରୀ ସହ ଆଇଟିଆଇରେ ପହଞ୍ଚିଲେ ଅନୁଷ୍ଠାନର ଛାତ୍ରମାନେ ମାଗଣାରେ ଇ-ସାଇକେଲ ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଳାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାହାର ଫେରାଇଲେ

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ମଣିଷ ଭଲ କାମ କଲେ ପ୍ରଶଂସା ମିଳେ। ସବୁଠି ତାଙ୍କ ଉଦାରପଣିଆକୁ ନେଇ ଚର୍ଚ୍ଚା ହୁଏ। ସେମିତି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା...

ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ...

ଦୁର୍ଘଟଣାରେ ୪ ମୃତ ଘଟଣା: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏତଲା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ...

ଏବେ ବି ଖୁସି ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶାରେ କରୋନା ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ...

କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣକୁ ଅଗ୍ରାଧିକାର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କୃଷିର ସର୍ବାଙ୍ଗୀନ ଉନ୍ନତି ତଥା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ...

ଦୀନବନ୍ଧୁଙ୍କ ମୃତଦେହ ବାଇକ୍‌ରେ ଘରକୁ ଆସିଲା

ମାଲକାନଗିରି,୨୭ା୨(ଡି.ଏନ.ଏ.): ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣସପୁଟ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ଦୀନବନ୍ଧୁ ବେପାରୀଙ୍କ ମୃତଦେହକୁ ୨ ଦିନ ପରେ ପରିବାର...

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ...

ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ...

Advertisement
Archives

Model This Week