ପରିବେଶ ପ୍ରଦୂଷଣ ରୋକିବାକୁ ଆଇଟିଆଇ ଛାତ୍ରଙ୍କ ପ୍ରୟାସ: ନିର୍ମାଣ କଲେ ‘ଇ-ସାଇକେଲ’

ବ୍ରହ୍ମପୁର ଅଫିସ,୧୫ା୧-ବିସ୍ମୟ ସୃଷ୍ଟି କଲେ ଆଇଟିଆଇ ଛାତ୍ର। ପରିବେଶ ପ୍ରଦୂଷଣ ରୋକିବା, ପ୍ରାକୃତିକ ତୈଳଜାତ ଦ୍ରବ୍ୟର ଅପଚୟ ରୋକିବାକୁ ନିର୍ମାଣ କଲେ ‘ଇ-ସାଇକେଲ’। ସାଇକେଲରେ ୧୨ ଭୋଲ୍ଟର ୨ ବ୍ୟାଟେରି, ୨୪ ୱାର୍ଟର ଗୋଟିଏ ଡିସି ମିଟର ଖଞ୍ଜାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ସାଇକେଲର ସ୍ବତନ୍ତ୍ରତା ହେଉଛି ଏଥିରେ ଲାଗିଥିବା ବ୍ୟାଟେରିକୁ ଥରେ ଚାର୍ଜ କଲେ ଏହା ୨୪ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଯିବାର କ୍ଷମତା ରହିଛି। ଏହାର ସର୍ବାଧିକ ବେଗ ୩୦ ରୁ ୩୫ କିଲୋମିଟର ରହିଛି। ତେବେ ବଜାରରେ ମିଳୁଥିବା ଇ-ସାଇକେଲଠାରୁ ଏହା ଯଥେଷ୍ଟ କମ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରିବ। ଏହି ସାଇକେଲକୁ ଆଇଟିଆଇ ଫିଟର ଟ୍ରେଡ୍‌ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ଅଦିତ୍ୟ ବେହେରା, ଟି. ଶ୍ରୀନିବାସ ରାଓ ଏବଂ ନାରାୟଣ ସେଠୀ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ନିର୍ମାଣ ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ଗୋଟିଏ ଦିନରେ ଛାତ୍ରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ଆଇଟିଆଇ ପରିସରରେ ଏହି ଇ-ସାଇକେଲକୁ ଆଇଜର ନିର୍ଦ୍ଦେଶକ କେ.ଭି.ଆର. ଚାରୀ ଉଦ୍‌ଘାଟନ କରିଥିଲେ। ସ୍ବଳ୍ପ ଖର୍ଚ୍ଚରେ ଏହା ପ୍ରସ୍ତୁତ କରାଯାଇ ପାରୁଥିବାରୁ ଆଗାମୀ ଦିନରେ ସହରରେ ପରିବେଶ ପ୍ରଦୂଷଣ ସହ ତୈଳିକ ପଦାର୍ଥର ସଂରକ୍ଷଣ କରାଇବାରେ ମଧ୍ୟ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ଆଇଜର ନିର୍ଦ୍ଦେଶକ କହିଥିଲେ। ଯେକୌଣସି ସାଇକେଲ ଆରୋହୀ ଆବଶ୍ୟକ ସାମଗ୍ରୀ ସହ ଆଇଟିଆଇରେ ପହଞ୍ଚିଲେ ଅନୁଷ୍ଠାନର ଛାତ୍ରମାନେ ମାଗଣାରେ ଇ-ସାଇକେଲ ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri