ପରିବାରରେ ନିଆଯିବ ଅନାଥ ଶିଶୁଙ୍କ ଯତ୍ନ

ଛତ୍ରପୁର,୮ା୩(ଡି.ଏନ.ଏ.) – ଅନାଥ ଆଶ୍ରମ କିମ୍ବା ଶିଶୁ ଯତ୍ନ କେନ୍ଦ୍ର ବଦଳରେ ପରିବାରରେ ହିଁ ଅନାଥ ଓ ଏକକ ଅଭିଭାବକ ଶିଶୁମାନଙ୍କର ଯତ୍ନ ସହ ସେମାନଙ୍କର ବିକାଶ କରାଯିବ। ଏ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏବେ ଜିଲାରେ ଥିବା ୧୦ ଶିଶୁ ଯତ୍ନ କେନ୍ଦ୍ରରେ ମା’, ବାପା ନ ଥିବା ଓ ଏକକ ଅଭିଭାବକ ଶିଶୁମାନଙ୍କୁ ରଖାଯାଇ ସରକାରୀ ଅନୁଦାନରେ ପାଠପଢିବା ଓ ଖାଇବା ବ୍ୟବସ୍ଥା କରାଯାଉଛି। ଅପରପକ୍ଷରେ କେତେକ ଶିଶୁମାନଙ୍କର ମା, ବାପା ନ ଥିବାବେଳେ ମଧ୍ୟ ସେମାନେ ଅଜା ଆଇ, ଜେଜେବାପା ମା, ମାମୁ ଓ ଦାଦା ଘରେ ରହୁଛନ୍ତିି। ଏପରିକି କେତେକ ଶିଶୁଙ୍କର ଏକକ ଅଭିଭାବକ ଅଛନ୍ତିି। ଉକ୍ତ ଶିଶୁମାନଙ୍କର କିଭଳି ଠିକ୍‌ ଭାବେ ଯତ୍ନ ନିଆଯିବ ଏବଂ ସେମାନେ ପାଠ ପଢିପାରିବେ ସେନେଇ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥିର କରିଛି। ଜିଲାରେ ଥିବା ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା ସର୍ଭେ କରାଯାଇ ମା’, ବାପା ନ ଥିବା ଶିଶୁ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏପରି ମୋଟ ୩୫ ହଜାର ୬୮ଜଣ ଶିଶୁ ରହିଛନ୍ତି। ସେଥିମଧ୍ୟରେ ୨୭୨୯ ଜଣ ଅନାଥ (ମା’, ବାପା ନ ଥିବା) ଶିଶୁ ଓ ୩୨ ହଜାର ୩୩୯ ଜଣ ଏକକ ଅଭିଭାବକ ଶିଶୁ ରହିଛନ୍ତି। ଏମାନେ ରହୁଥିବା ଘରର ଆର୍ଥିକ ସ୍ବଚ୍ଛଳ ନ ଥିଲେ ପ୍ରତି ଶିଶୁ ପିଛା ମାସିକ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହ ଏ ଗୁଡିକର ସ୍କୁଲ ଓ ଅଙ୍ଗନୱାଡି ଶିକ୍ଷା, ସ୍ବାସ୍ଥ୍ୟର ବିକାଶ କିପରି ହେବ ସେ ଉପରେ ଆଲୋଚନା ପାଇଁ ଏକ ବୈଠକ ଶନିବାର ଛତ୍ରପୁରସ୍ଥିତ ଡିଆରଡିଏ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଏ ନେଇ ବିସ୍ତୃତ ଭାବେ ସ୍ବାସ୍ଥ୍ୟ, ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ମଧ୍ୟରେ ସମନ୍ବୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆବଶ୍ୟକ ପଡିଲେ ଉକ୍ତ ଶିଶୁମାନଙ୍କ ମଧ୍ୟରୁ କେତେକଙ୍କୁ ଜିଲାରେ ଥିବା ୧୦ ଶିଶୁ ଯତ୍ନ ଗୃହରେ ରଖି ପାଠ ପଢାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି ବୈଠକରେ ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଭି.ସରୋଜିନୀ ଦେବୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଅରୁଣା ସମ୍ପାଦିକା ସୌଦାମିନୀ ରଥ, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦ ରଥ ଓ ଦେବୀ ରଥ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?