ପଣା ପିଇ ୨୬ ଅସୁସ୍ଥ

ଭଣ୍ଡାରିପୋଖରୀ,୧୩ା୪(ଡ଼ି.ଏନ୍‌.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣା ପଡ଼ିଛି। ପଣା ସଂକ୍ରାନ୍ତି ଉପଲକ୍ଷେ ଗ୍ରାମ ଦେବତୀ ମା‘ ବୁଢିିଜାଗୁଳାଇଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପଣା ପ୍ରସ୍ତୁତି ହୋଇ ଗ୍ରାମର କିଛି ଲୋକ ପିଇ ଥିଲେ। ଅପରାହ୍ନରେ ପିଲାମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଗ୍ରାମବାସୀ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡ଼ିଛି। ଖବର ପାଇ ପି.ଡ଼ି ଡିଆରଡିଏ ମଧୁସୂଦନ ଦାସ, ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ମେଡିକାଲ ଅଫିସର କମଳା କାନ୍ତ ସ୍ବାଇଁ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ବଳୟରେ ମା’ ହରଚଣ୍ଡୀଙ୍କ ଜଗଧାତ୍ରୀ ବେଶ ସମ୍ପନ୍ନ

ନିଶ୍ଚିନ୍ତକୋଇଲି,୧୫ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲ ପଞ୍ଚାୟତରେ ମା’ ହରଚଣ୍ଡୀଙ୍କ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଥିଲା।...

କଟକ ସହରରୁ ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୨।୮-କଟକ ସହରରେ ଶନିବାର ପୁଣି ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ...

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ...

କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା...

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ...

ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା...

ସୌରିକ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

କାଳିଆପାଣି,୫ା୧୨(ଡି.ଏନ୍‌.ଏ.): କାଳିଆପାଣିସ୍ଥିତ ଖଣି ନିଗମ ଅତିଥିଶାଳାରେ ବୁଧବାର ୫ମ ବାର୍ଷିକ ସୌରିକ ଯୁବ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ...

ମଦ ବିକ୍ରି ପ୍ରତିବାଦ ଥାନା ଘେରିଲେ ମହିଳା

ଦେଓଗାଁ,୨୦।୧୦(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ...

Coronavirus Update

Archives

Model This Week

Why Dharitri