ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ

ସୋନପୁର, ୮।୩(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୩୧୪/ତା୧୭।୨।୨୦୨୦ରିଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପଞ୍ଚାୟତର ସମସ୍ତ ବିକାଶମୂଳକ କାର୍ଯ୍ୟରେ ସ୍ଥାନୀୟ ବିଡିଓଙ୍କ ପ୍ରତିସ୍ବାକ୍ଷର ବିନା ପଞ୍ଚାୟତ ଏକାଉଣ୍ଟରୁ ଆର୍ଥତ୍କ ନେଣଦେଣ ହୋଇପାରିବ ନାହିଁ ବୋଲି ଦିଆଯାଇଥିବା ସରକାରଙ୍କ ନିର୍ଦ୍ଦେଶକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନକୁ ପଲ୍ଳୀସଭା ଓ ଗ୍ରାମ ସଭା ମାଧ୍ୟମରେ ପାରିତ କରାଯିବା ପରିବର୍ତ୍ତେ ବିଭାଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟାନ୍ବୟନ କରିବାକୁ ହେଉଥିବା ନିର୍ଦ୍ଦେଶକୁ ସଂଘ ବିରୋଧ କରିଛି। ତେଣୁ ଏହି ଉଭୟ ନିର୍ଦ୍ଦେଶନାମା ପତ୍ର ସମ୍ପର୍କରେ ସରକାର କୋହଳ ମନୋଭାବ ପ୍ରଦର୍ଶନ କରନ୍ତୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଗ୍ରାମପଞ୍ଚାୟତମାନଙ୍କୁ ପୁର୍ଣ୍ଣ କ୍ଷମତା ପ୍ରଦାନ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବା ସହ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ଏହି ବୈଠକରେ ଉପସଭାପତି ରଞ୍ଜିତା ଭୋଇ, ସମ୍ପାଦକ ଅରବିନ୍ଦ ବାରିକ, କୋଷାଧ୍ୟକ୍ଷ ପ୍ରଭାତ ପାତ୍ର, ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ସଭାପତି ସରୋଜ ବାରିକ, ଉଲୁଣ୍ଡା ବ୍ଲକ ସଭାପତି ଦୁର୍ଯ୍ୟୋଧନ ପର୍ଡିଆ ଓ ବିନିକା ବ୍ଲକ ସଭାପତି ଲକ୍ଷ୍ମଣ ସାହୁଙ୍କ ସହ ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?