ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ)
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ ଗାଁର କେତେଜଣ ମହିଳାଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ କରିଥିଲେ ସେ ା ଗ୍ରାମ୍ୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ସମସ୍ତେ ଭାଗ କରି ସେଥିରେ ୪/୫ଟି ଲେଖାଏଁ ଛେଳି କିଣି ଚାଷ କରିବା ଆରମ୍ଭ କରିଥିଲେ। ହେଲେ ୨ ବର୍ଷ ପରେ ଅଜଣା ରୋଗରେ ମନ୍ଦାକିନୀ ପାଳିଥିବା ଛେଳି ସହ ଅନ୍ୟ ମହିଳାଙ୍କ ଛେଳିଗୁଡିକର ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗି ନ ପଡି ଧିରେ ଧିରେ ସମସ୍ତେ ବ୍ୟାଙ୍କ ଋଣ ପରିଶୋଧ କଲେ । ହେଲେ ବୀମା ଟଙ୍କା ମିଳିଲା ନାହିଁ। ତଥାପି ଛେଳି ଚାଷକୁ ଆଉ ଥରେ ଆରମ୍ଭ କରିବା ପାଇଁ ମନ୍ଦାକିନୀ ଅଣ୍ଟା ଭିଡିଲେ ା ସ୍ଥାନୀୟ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଛେଳି କିଣିଥିଲେ ା ନିଜ ଉଦ୍ୟମରେ ସେ ପୁଣିଥରେ ଛେଳି ଚାଷ ଆରମ୍ଭ କଲେ । ଆଜି ମନ୍ଦାକିନୀ ଜଣେ ସଫଳ ଛେଳି ଚାଷୀ ଭାବେ ପରିଚିତ । ଏବେ ତାଙ୍କ ପାଖରେ ୭୦ରୁ ଅଧିକ ଛେଳି ଅଛନ୍ତି। ସ୍ବାମୀ କୁଳମଣି ପୁଅ ଚିତ୍ତରଞ୍ଜନ ସହଯୋଗ କରନ୍ତି। ଛେଳି ଚାଷ ସହିତ ଅଢେଇ ଏକର ଜମିରେ ଧାନ ଓ ପନି ପରିବା ଚାଷ କରନ୍ତି। କୁଳମଣି କୁହନ୍ତି, ଗୋଟିଏ ଛେଳି ୪ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ। ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ ହୋଇଥାଏ। ବର୍ଷା ଓ ଶୀତ ଋତୁରେ ଛେଳିମାନେ ଅଜଣା ରୋଗରେ ପଡନ୍ତି। କିଛି ଛେଳି ମରିଯାଆନ୍ତି। ତେଣୁ ଲାଭ ଅଂଶ କିଛି କମି ଯାଇଥାଏ। ତଥାପି ଆମେ ଏଥିରେ ସଫଳତା ପାଇଛୁ ା ଏହାର ସବୁ ଶ୍ରେୟ ମନ୍ଦାକିନୀ ବୋଲି ସ୍ବାମୀ କୁଳମଣି ସ୍ବୀକାର କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri