ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। ଏ କ୍ଷେତ୍ରରେ ନୟାଗଡ଼ ବନ ବିଭାଗ ଦୁଇପାଦ ଆଗକୁ ଯାଇ ପ୍ଲାଷ୍ଟିକ ବଦଳରେ ବାଉଁଶ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ଼ ବ୍ଲକ ମୁକ୍ତାପୁର କେନ୍ଦ୍ରୀୟ ନର୍ସରୀ (ଚାରା ଉତ୍ପାଦନ କେନ୍ଦ୍ର)ରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଯାଉଛି। ସେଠାରେ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବାଉଁଶର ଗଣ୍ଠି ତଳକୁ କାଟି ଏକ ଖୋଳ ପ୍ରସ୍ତୁତ କରାଯାଉଛି। ଗୋଟିଏ ବାଉଁଶରୁ ପାଖାପାଖି ୧୦ରୁ ଅଧିକ ଖୋଳ ପ୍ରସ୍ତୁତ ହେଉଛି। ଏହି ବାଉଁଶ ଖୋଳରେ ମାଟି ଦିଆଯାଇ ମଞ୍ଜି ପୋତାଯାଇ ଚାରା ଉତ୍ପନ୍ନ କରାଯିବ। ଖାଲି ସେତିକି ନୁହେଁ, ଚଳିତବର୍ଷ ଜିଲା ମହୋତ୍ସବକୁ ଜିଲା ପ୍ରଶାସନ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରୟାସ କରୁଛି। ଏହି ବାଉଁଶ ଖୋଳରେ ଫୁଲ ସଜାଯାଇ ଅତିଥିମାନଙ୍କୁ ପ୍ରଦାନ କରାଯିବ। ବନ ବିଭାଗର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲାରେ ଗୋଟିଏ ମେଗା ନର୍ସରୀ ଓ ୬ଟି କେନ୍ଦ୍ରୀୟ ନର୍ସରୀ ରହିଛି। ପ୍ରତିବର୍ଷ ଉକ୍ତ ନର୍ସରୀରେ ପ୍ରାୟ ୮ ଲକ୍ଷ ଚାରା ଉପତ୍ାଦନ କରାଯାଏ। ଏଥିପାଇଁ ପଲିଥିନ ଆବଶ୍ୟକ ହୋଇଥାଏ। ବନ ବିଭାଗ ପଲିଥିନମୁକ୍ତ କରି କିପରି ପରିବେଶ ଅନୁକୂଳ ଭାବେ ଚାରା ଲଗାଯିବ ସେଥିପ୍ରତି ଗୁରୁତ୍ୱ ଦେଇଛି। ଜିଲାର ବିଭିନ୍ନ ନର୍ସରୀରେ ନିମ୍ବ, କରଞ୍ଜ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ମହାନିମ୍ବ, ଶାଗୁଆନ, ପଟାସ, ଆମ୍ବ, ପଣସ, ଅଁଳା, ଜାମୁ, ସୁନାରି ଆଦି ଚାରା ଉତ୍ପାଦନ କରାଯାଏ। ଚାରା ପାଇଁ ବ୍ୟବହୃତ ହେଉଥିବା ପଲିଥିନରେ ୨ରୁ ୩ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଉଁଶ ଖୋଳରେ ପାଖାପାଖି ୮ରୁ ୯ ଟଙ୍କା ଖର୍ଚ୍ଚ ହେବ। ମୁକ୍ତାପୁରଠାରେ ଏହା ସଫଳ ହେଲେ ଆଗାମୀ ଦିନରେ ଏହି ପଦ୍ଧତି ଅନ୍ୟ ନର୍ସରୀରେ ଆପଣାଯିବ ବୋଲି ନୟାଗଡ଼ ଡିଏଫଓ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଶୂନ, କ୍ୟାଶ୍‌ବୁକ୍‌ରେ ସୁଧ ସହ ଅପ୍‌ଡେଟ୍‌: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ କରାଯାଇଛି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ...

ଚିକିଛା ଲାଗି ଟଁକା ଅଭାବ: ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ତୃପ୍ତି

  ଜାମଟିକ୍ରା, ୩୦।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନ ଆର ସୁଷମା ପଧାନକଁର ଝି’ ତୃପ୍ତି...

ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ...

ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ...

ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ଲକଡାଉନ୍‌ ନିୟମ ମାନି ଯୋଡ଼ାରେ ପାଳନ ହେଲା ଇଦ୍‌

ଯୋଡା, ୨୫।୫ (ଡି.ଏନ.ଏ.)-ରମଜାନର ୩୦ ଦିନ ଉପବାସ ପରେ ରବିବାର ରାତିରେ ଚାନ୍ଦ ଦେଖାଯିବାରୁ ସୋମବାର ଇଦ୍‌ ପର୍ବ ପାଳନ କରାଯିବା ନେଇ ଘୋଷଣା କରାଯାଇଥିଲା।...

୨ଦିନ ହେଲା ବିଜୁଳି ବିଚ୍ଛିନ୍ନ

ହିନ୍ଦୋଳ, ୩ା୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ...

ବ୍ରହ୍ମପୁର ପୋଲିସ ଜିଲାରେ ରହିଛି ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସହର ଓ ଏହା ପାଖ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଓ ୫୯ ନମ୍ବର ରାଜ୍ୟ ରାଜପଥ ଏବେ ଦୁର୍ଘଟଣା...

Advertisement
Archives

Model This Week