ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। ଏ କ୍ଷେତ୍ରରେ ନୟାଗଡ଼ ବନ ବିଭାଗ ଦୁଇପାଦ ଆଗକୁ ଯାଇ ପ୍ଲାଷ୍ଟିକ ବଦଳରେ ବାଉଁଶ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ଼ ବ୍ଲକ ମୁକ୍ତାପୁର କେନ୍ଦ୍ରୀୟ ନର୍ସରୀ (ଚାରା ଉତ୍ପାଦନ କେନ୍ଦ୍ର)ରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଯାଉଛି। ସେଠାରେ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବାଉଁଶର ଗଣ୍ଠି ତଳକୁ କାଟି ଏକ ଖୋଳ ପ୍ରସ୍ତୁତ କରାଯାଉଛି। ଗୋଟିଏ ବାଉଁଶରୁ ପାଖାପାଖି ୧୦ରୁ ଅଧିକ ଖୋଳ ପ୍ରସ୍ତୁତ ହେଉଛି। ଏହି ବାଉଁଶ ଖୋଳରେ ମାଟି ଦିଆଯାଇ ମଞ୍ଜି ପୋତାଯାଇ ଚାରା ଉତ୍ପନ୍ନ କରାଯିବ। ଖାଲି ସେତିକି ନୁହେଁ, ଚଳିତବର୍ଷ ଜିଲା ମହୋତ୍ସବକୁ ଜିଲା ପ୍ରଶାସନ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରୟାସ କରୁଛି। ଏହି ବାଉଁଶ ଖୋଳରେ ଫୁଲ ସଜାଯାଇ ଅତିଥିମାନଙ୍କୁ ପ୍ରଦାନ କରାଯିବ। ବନ ବିଭାଗର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲାରେ ଗୋଟିଏ ମେଗା ନର୍ସରୀ ଓ ୬ଟି କେନ୍ଦ୍ରୀୟ ନର୍ସରୀ ରହିଛି। ପ୍ରତିବର୍ଷ ଉକ୍ତ ନର୍ସରୀରେ ପ୍ରାୟ ୮ ଲକ୍ଷ ଚାରା ଉପତ୍ାଦନ କରାଯାଏ। ଏଥିପାଇଁ ପଲିଥିନ ଆବଶ୍ୟକ ହୋଇଥାଏ। ବନ ବିଭାଗ ପଲିଥିନମୁକ୍ତ କରି କିପରି ପରିବେଶ ଅନୁକୂଳ ଭାବେ ଚାରା ଲଗାଯିବ ସେଥିପ୍ରତି ଗୁରୁତ୍ୱ ଦେଇଛି। ଜିଲାର ବିଭିନ୍ନ ନର୍ସରୀରେ ନିମ୍ବ, କରଞ୍ଜ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ମହାନିମ୍ବ, ଶାଗୁଆନ, ପଟାସ, ଆମ୍ବ, ପଣସ, ଅଁଳା, ଜାମୁ, ସୁନାରି ଆଦି ଚାରା ଉତ୍ପାଦନ କରାଯାଏ। ଚାରା ପାଇଁ ବ୍ୟବହୃତ ହେଉଥିବା ପଲିଥିନରେ ୨ରୁ ୩ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଉଁଶ ଖୋଳରେ ପାଖାପାଖି ୮ରୁ ୯ ଟଙ୍କା ଖର୍ଚ୍ଚ ହେବ। ମୁକ୍ତାପୁରଠାରେ ଏହା ସଫଳ ହେଲେ ଆଗାମୀ ଦିନରେ ଏହି ପଦ୍ଧତି ଅନ୍ୟ ନର୍ସରୀରେ ଆପଣାଯିବ ବୋଲି ନୟାଗଡ଼ ଡିଏଫଓ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?