ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍‌ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀଠାରେ କରୋନା ସଂକ୍ରମଣ ହୋଇଛି। ବାଘୁଣୀର ରିପୋର୍ଟ ପଜିଟିଭ୍‌ ଆସିଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବତ ମାର୍ଚ୍ଚ ୧୬ଠାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିଡ଼ିଆଖାନାକୁ ବନ୍ଦ କରାଯାଇଥିଲା। ଆମେରିକା କୃଷି ବିଭାଗର ଜାତୀୟ ଭେଟେରେନାରୀ ସର୍ଭିସେଜ୍‌ ଲାବେରୋଟୋରୀ ପକ୍ଷରୁ କୁହାଯାଇଛି ଯେ, ପ୍ରାଣୀଙ୍କଠାରେ କରୋନା ପଜିଟିଭ୍‌ ମିଳିବା ଏହା ପ୍ରଥମ ଘଟଣା। କୌଣସି କର୍ମଚାରୀଙ୍କ ଦ୍ୱାରା ୪ ବର୍ଷର ମଲାୟନ ପ୍ରଜାତିର ବାଘୁଣୀ କରୋନା ସଂକ୍ରମିତ ହୋଇଥିବା ଚିଡ଼ିଆଖାନାର ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟି ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ଘଟିବା ପରେ ଚିଡ଼ିଆଖାନାର ୫ ସିଂହ ଏବଂ ଅନ୍ୟ ବାଘଙ୍କ ନମୁନା ସଂଗ୍ରହ କରାଯାଇ ଯାଞ୍ଚ୍‌ ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ୧୦ ହଜାର ଛୁଇଁଲା ରାଜ୍ୟରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପୁଣି ୫୭୧ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଥିବା...

କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ...

ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି।...

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ...

ଭଣ୍ଡାରିପୋଖରୀରେ ୨ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫

ଭଣ୍ଡାରିପୋଖରୀ,୧୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ପରେ ବ୍ଲକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବ୍ଲକର ରହଣିଆ...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

ବଢୁଛି ମୋଦି ମାସ୍କର ଚାହିଦା

ଭୋପାଳ,୧୬।୬: କରୋନା ମହାମାରୀକୁ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପୂର୍ବରୁ ମେଡିସିନ ଷ୍ଟୋରରେ ଏହି ମାସ୍କ ଉପଲବ୍ଧ ହେଉଥିବା ବେଳେ ଏବେ...

ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର

ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର...

Advertisement


Archives

Model This Week