ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଛୁଇଁଛି। ଏହି ସମୟରେ ସ୍ପେନରେ ୧ ଲକ୍ଷ ୫୩ ହଜାର ଏବଂ ଇଟାଲୀରେ ୧ ଲକ୍ଷ ୪୩ ହଜାର ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାରେ ଗୁରୁବାର ସୁଦ୍ଧା ୮୧,୮୬୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଦିନ ସମଗ୍ର ଆମେରିକାରେ ୩୩,୫୩୬ଜଣ ସଂକ୍ରମିତ ହୋଇଥିବାବେଳେ ୧୯୦୦ କରୋନା ପୀଡ଼ିତ ଆଖିବୁଜିଛନ୍ତି। ଏହାସାଙ୍ଗକୁ ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୬୮ ହଜାର ଟପିଯିବା ସହ ୧୬ ହଜାର ୬୯୧ଜଣଙ୍କ ପ୍ରାଣହାନି ଘଟିଛି। ନ୍ୟୁୟର୍କ ପରେ ନ୍ୟୁଜର୍ସି ଆମେରିକାର ଦ୍ୱିତୀୟ କରୋନା ହଟସ୍ପଟ। ଏହି ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ଟପିଯାଇଛି। ସାରା ବିଶ୍ୱକୁ ଦେଖିଲେ ଗୁରୁବାର ସୁଦ୍ଧା ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ଏବଂ ମୃତ୍ୟୁସଂଖ୍ୟା ୯୫ ହଜାର ପାର କରିଯାଇଛି।
ନ୍ୟୁୟର୍କରେ ଗୁରୁବାର ମୋଟ ମୃତ୍ୟୁସଂଖ୍ୟା ୭ ହଜାର ଟପିଯାଇଥିଲା, ଯାହାକି ଚାଇନାର ମୃତ୍ୟୁସଂଖ୍ୟା(୩,୩୩୫)ଠାରୁ ଦୁଇଗୁଣରୁ ଅଧିକ। ଏହି ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁ ଇଟାଲୀ(୧୮,୨୭୯)ରେ ଘଟିଥିବାବେଳେ ଦିନେ କିମ୍ବା ୨ ଦିନ ମଧ୍ୟରେ ଆମେରିକା ଏହି ସଂଖ୍ୟାକୁ ଟପିଯାଇପାରେ। କାରଣ ଗତ ସପ୍ତାହର ସ୍ଥିତି ଅନୁଧ୍ୟାନ କଲେ ଆମେରିକାରେ ଗତ ଶୁକ୍ରବାର ୧୦୪୬, ଶନିବାର ୧୩୩୦, ରବିବାର ୧୧୬୫, ସୋମବାର ୧୨୫୮, ମଙ୍ଗଳବାର ୧୯୭୧, ବୁଧବାର ୧୯୪୦ ଓ ଗୁରୁବାର ୧୯୦୦ ଲୋକଙ୍କ ପ୍ରାଣହାନି ଘଟିଛି। ବିଶେଷ କରି ଏପ୍ରିଲ ୧ରୁ ୯ ତାରିଖ ଯାଏ ୧୨ ହଜାର ୬୩୧ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ନ୍ୟୁୟର୍କର ଶ୍ମଶାନ ବିଶେଷକରି ବ୍ରୋନକ୍ସ ନିକଟ ‘ହାର୍ଟ ଦୀପ’ରେ ଗଣସମାଧି ଦିଆଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ହାର୍ଟ ଦୀପ ହେଉଛି ଏକ ଐତିହାସିକ ସ୍ଥାନ, ଯେଉଁଠି ୧୫୦ ବର୍ଷ ଧରି ମୃତକଙ୍କୁ କବର ଦିଆଯାଉଛି। କେହି ସମ୍ପର୍କୀୟ ନ ଥିବା କିମ୍ବା ଅକ୍ଷମ ପରିବାର ପାଇଁ ସ୍ଥାନୀୟ ସରକାର ପକ୍ଷରୁ ସେଠାରେ କରୋନା ମୃତକଙ୍କୁ କବର ଦିଆଯାଉଛି। ସାଧାରଣତଃ ରାଇକର୍ସ ଦ୍ୱୀପର ବନ୍ଦୀମାନେ କବର ଦେବା କାର୍ଯ୍ୟ କରିଥାନ୍ତି। ଏବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବାରୁ ଠିକାଦାରଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ କରାଯାଉଛି। ନ୍ୟୁୟର୍କ ସିଟି ମେୟର ବିଲ୍‌ ଡି ବ୍ଲାସିଓ ସୂଚନା ଦେଇଛନ୍ତି ଯେ, ସହରର ସର୍ବସାଧାରଣ ଶ୍ମଶାନକୁ କରୋନା ମହାମାରୀ ସମୟରେ କବର ଦେବା ପାଇଁ ବ୍ୟବହାର କରାଯାଇପାରେ। ହ୍ବାଇଟ୍‌ ହାଉସ୍‌ର କରୋନା ଭାଇରସ୍‌ ଟାସ୍କଫୋର୍ସ ପ୍ରମୁଖ ସଦସ୍ୟ ଡ. ଆନ୍ଥୋନୀ ଫଉସି ଗୁରୁବାର ଏନ୍‌ବିସି ନ୍ୟୁଜ୍‌ କହିଛନ୍ତି ଯେ, କୋଭିଡ-୧୯ରେ ୬୦ ହଜାରରୁ ଊର୍ଦ୍ଧ୍ୱ ଆମେରିକୀୟଙ୍କ ମୃତ୍ୟୁ ଘଟିପାରେ। କିନ୍ତ ମାର୍ଚ୍ଚ ଶେଷ ସପ୍ତାହରେ ଆନ୍ଥୋନୀଙ୍କ ଏହି ଆକଳନ ଥିଲା ୧ଲକ୍ଷରୁ ୨ଲକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିପଦ, ସେପ୍ଟେମ୍ବରରୁ ପ୍ରତିଦିନ ୪ ରୁ ୫ ଲକ୍ଷ ଦୈନିକ ସଂକ୍ରମଣ ଆଶଙ୍କା…

ନୂଆଦିଲ୍ଲୀ,୨୩।୮: ପୁଣି ବିପଦ ମାଡ଼ି ଆସୁଛି। କରୋନା ମହାମାରୀର ଭୟଙ୍କର ରୂପ ପୁଣି ଥରେ ଭାରତରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଏନେଇ ନୀତି ଆୟୋଗ...

ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଲେ ଗୋଟାବାୟା

କଲମ୍ବୋ, ୨୧ା୪: ଶ୍ରୀଲଙ୍କାରେ ଆର୍ଥତ୍କ ସଙ୍କଟ ନେଇ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର ଅପରାହ୍ନରେ ରାମବୁକାନାଠାରେ ପୋଲିସ ଗୁଳିରେ ପ୍ରଥମ କରି ଜଣେ...

୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ...

ଭାରତକୁ ଶରଣ ମାଗିଲେ ଇମ୍ରାନ ଖାନଙ୍କ ଦଳର ନେତା

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଇମ୍ରାନ ସରକାରଙ୍କ ଅତ୍ୟାଚାର ବିଷୟରେ ସବୁ ଦେଶକୁ ବେଶ୍‌ ଭଲଭାବେ ଜଣା। ଏବେ ଏହି ଅତ୍ୟାଚାରରୁ ଅତିଷ୍ଠ ହୋଇ ପାକ୍‌ର...

ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର...

କରୋନା ପାଇଁ ଶରୀର ଦାନ କରିବାକୁ ପ୍ରସ୍ତୁତ ଦିଲ୍ଲୀର ପ୍ରଥମ ପ୍ଲାଜମା ଡୋନର

ନୂଆଦିଲ୍ଲୀ,୨୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଗ୍ରାସ କରିବାରେ ଲାଗିଛି। ଏହି ଯୁଦ୍ଧରେ ବିଜୟୀ ହେବାକୁ...

ମାରିଉପୁଲରେ ନରସଂହାର କରିବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୨୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୨୮ ଦିନ ପାଇଁ ଜାରି ରହିଛି। ରୁଷିଆ ସୈନ୍ୟବାହିନୀ କ୍ରମାଗତ ଭାବରେ ୟୁକ୍ରେନ ରାଜଧାନୀ କ୍ୱିଭ୍‌...

ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି

ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର...

Advertisement
Archives

Model This Week