Posted inଜାତୀୟ

ନୋଏଡାରେ ଚତୁର୍ଥ କରୋନା ରୋଗୀ

ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛ।  ସୂଚନାଯୋଗ୍ୟ, ନୋଏଡାରେ ରହୁଥିବା ୨୬ ବର୍ଷୀୟ ଯୁବକ ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ନିକଟରେ ଉକ୍ତ ଯୁବକ ଓ ତାଙ୍କ ପତ୍ନୀ ଇଣ୍ଡୋନେସିଆ ବୁଲିବାକୁ ଯାଇଥିବା ୪ ଦିନ ପୁର୍ବରୁ ସେମାନେ ଫେରିଛନ୍ତି। ଏହାପରେ ଯୁବକଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ କରାଇଥିଲେ। ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଗ୍ରେଟର ନୋଏଡାରେ ଥିବା ଜିମ୍ସ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇଛି। ଅପରପକ୍ଷେ ପୀଡିତ ଯୁବକଙ୍କ ପତ୍ନୀଙ୍କୁ ମଧ୍ୟ ଯାଞ୍ଚ କରାଯାଇ ଆଇସୋଲେଶନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏବେ ତାଙ୍କର ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସିଏମ୍‌ଓ ଡା ଅନୁରାଗ ଭାର୍ଗବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା...

୫୬ ବର୍ଷରେ ୪ ଥର ବିଦ୍ରୋହ

ମୁମ୍ବାଇ,୨୩ା୬: କ୍ୟାଡରଭିତ୍ତିକ ଦଳ, ନେୃତୃତ୍ୱ ପ୍ରତି ପ୍ରବଳ ଆନୁଗତ୍ୟ। ତଥାପି ଚାରି ଚାରି ଥର ବିଦ୍ରୋହକୁ ସମ୍ନା କରିଛି ଶିବସେନା। ତହିଁରୁ ୩ ଥର ବିଦ୍ରୋହ...

‘ପ୍ରଥମେ ମତଦାନ, ପରେ ଜଳପାନ’

ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପ୍ରଥମ ପର୍ଯ୍ୟାୟ ଗୁରୁବାର ଅନୁଷ୍ଠିତ ହେଉଛି। ମଥୁରାର ପାଞ୍ଚଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଗଣତନ୍ତ୍ରର ମହାନ...

ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ,୪।୪: ଉତ୍ତର ପ୍ରଦେଶର ବୁଡାଉନ ଜିଲା ସମରେର ବ୍ଲକ ଅଧୀନ ସର୍ବୋଦୟ ବିଦ୍ୟାଳୟରେ ରାତ୍ରଭୋଜନ ଖାଇ ୨୮ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ୮ଜଣଙ୍କ ଅବସ୍ଥା ସଂକଟାପନ୍ନ...

‘ଯୋଗୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଯଦି …’

ଲକ୍ଷ୍ନୌ,୧୦।୧: ଯୋଗୀ ଆଦିତ୍ୟନାଥ ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଯଦି ଏଥର ଜିତି ଯାଆନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ‘ଆଜ ତକ’ରେ...

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ...

ସ୍କୁଲ ବସ୍‌ ଝରକା ବାଟେ ବାହାରକୁ ମୁଣ୍ଡ କରିଥିଲେ ଛାତ୍ର, ଲୁହା ଖୁଣ୍ଟ ବାଜି ଚାଳିଗଲା ଜୀବନ

ଗାଜିଆବାଦ୍‌,୨୧।୪: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ମୋଦିନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ମୁଲ ବସ୍‌ରେ ଜଣେ ଛାତ୍ର ଝରକା ପଟେ ବାହାରକୁ ଚାହଁଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟରେ...

Advertisement
Archives

Model This Week