ନେସ୍କୋ ଡେପୁଟି ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୨୩ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନେସ୍କୋ ବିଦ୍ୟୁତ୍‌ ଡିଭିଜନର ଡେପୁଟି ମ୍ୟାନେଜର ଇଂ.ସୁର କୁମାର ଟୁଡୁଙ୍କ ବୁଧବାର ପୂର୍ବାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାଇରଙ୍ଗପୁର ସ୍ଥିତ ଭଡ଼ା ଘରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବିଭାଗୀୟ କର୍ମଚାରୀମାନେ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଡେପୁଟି ମ୍ୟାନେଜରଙ୍କ ଘର କେନ୍ଦୁଝର ଜିଲା ସଦର ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ବୋଲି ଜଣାପଡ଼ିଛି। ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀ ଲିଲିମଣି ଟୁଡୁଙ୍କ ସମେତ ପରିବାର ବର୍ଗ ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ତାଙ୍କର ଦୁଇ କନ୍ୟା ଥିବା ଜଣା ପଡିଛି। ରାଇରଙ୍ଗପୁର ନେସ୍କୋ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ବେହେରା, ସହକାରୀ ଯନ୍ତ୍ରୀ ଗିରିଧାରୀ ସାହୁ, କନିଷ୍ଠ ଯନ୍ତ୍ରୀ ମୃଣ୍ମୟ ଆଇଚଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୦) ରୁଜୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳୀ: ‘ଟୁଙ୍କି’ ଜଳପ୍ରପାତ

ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନର ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସୁଉଚ୍ଚ ପାହାଡ଼ରୁ ଝରୁଥିବା ଜଳ ସାଙ୍ଗକୁ...

ବାଲି, ମୋରମ ଚୋରା ଚାଲାଣ: ୨ ଡମ୍ପର ଜବତ କଲା ପୋଲିସ

ମୋରଡା,୯।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ...

ଭୁଶୁଡିଲା ପୁରୁଣା ପୋଲ: ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଖୁଣ୍ଟା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣି ପଞ୍ଚାୟତ ଅଧୀନ ଛତ୍ରମା ଓ ବଡ଼ ସାତଶୋଲ ଗ୍ରାମ ମଧ୍ୟବର୍ତ୍ତୀ ଆରଡି ରାସ୍ତାର ଗଙ୍ଗାହାର ନଦୀ ଉପରେ...

ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାରେ ନାବାଳିକା

ବାରିପଦା ଅଫିସ,୨୫।୯: ବାରିପଦା ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବାର ଲୋକେ ତାଙ୍କ ବିବାହ...

ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦...

ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍‌ ସଭାପତି ଶଶାଙ୍କ ଶେଖର...

Advertisement
Archives

Model This Week