ନେସ୍କୋ ଡେପୁଟି ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୨୩ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନେସ୍କୋ ବିଦ୍ୟୁତ୍‌ ଡିଭିଜନର ଡେପୁଟି ମ୍ୟାନେଜର ଇଂ.ସୁର କୁମାର ଟୁଡୁଙ୍କ ବୁଧବାର ପୂର୍ବାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାଇରଙ୍ଗପୁର ସ୍ଥିତ ଭଡ଼ା ଘରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବିଭାଗୀୟ କର୍ମଚାରୀମାନେ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଡେପୁଟି ମ୍ୟାନେଜରଙ୍କ ଘର କେନ୍ଦୁଝର ଜିଲା ସଦର ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ବୋଲି ଜଣାପଡ଼ିଛି। ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀ ଲିଲିମଣି ଟୁଡୁଙ୍କ ସମେତ ପରିବାର ବର୍ଗ ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ତାଙ୍କର ଦୁଇ କନ୍ୟା ଥିବା ଜଣା ପଡିଛି। ରାଇରଙ୍ଗପୁର ନେସ୍କୋ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ବେହେରା, ସହକାରୀ ଯନ୍ତ୍ରୀ ଗିରିଧାରୀ ସାହୁ, କନିଷ୍ଠ ଯନ୍ତ୍ରୀ ମୃଣ୍ମୟ ଆଇଚଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୦) ରୁଜୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri