Posted inଜାତୀୟ

ନେପାଳ ସୀମା ବିବାଦ ପଛରେ ଚାଇନା

ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍‌ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର ଘରୋଇ ରାଜନୈତିକ ହଟଚମଟ, ବର୍ଦ୍ଧିତ ଉଚ୍ଚାକାଂକ୍ଷା ରହିଛି। ଚାଇନାର ଆର୍ଥତ୍କ ସହାୟତା ଏହାକୁ ଇନ୍ଧନ ଯୋଗାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ନେପାଳ ସରକାର ଏହାର ନୂଆ ମାନଚିତ୍ରରେ ଭାରତର ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ସାମିଲ କରିଛନ୍ତି। ଗତ ଶନିବାର ସେଠାର କମ୍ୟୁନିଷ୍ଟ ସରକାର ପାର୍ଲାମେଣ୍ଟର ନିମ୍ନ ସଦନରେ ଏହି ମାନଚିତ୍ରକୁ ଅନୁମୋଦନ କରିନେଇଛି। ଭାରତ ସରକାର ଏହାର ପ୍ରତିବାଦ କରିଛନ୍ତି। ନେପାଳ ସରକାରଙ୍କ ଏଭଳି ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଭାରତ କହିଛି।
ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ୭ ଦଶନ୍ଧି ଧରି ସାଂସ୍କୃତିକ, ରାଜନୈତିକ, ବାଣିଜି୍ୟକ ସମ୍ପର୍କ ରହି ଆସିଥିବାବେଳେ ଏହାକୁ ଭ୍ରୂକ୍ଷେପ ନ କରି ସେଠାର ରାଜନୈତିକ ଦଳଗୁଡ଼ିକ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ସହ ଦୀର୍ଘଦିନର ସମ୍ପର୍କ ତୁଟାଇ ନେପାଳ ଭାରତ ସହ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ରାକେଶ ସୂଦ୍‌ କହିଛନ୍ତି, ଦୁଇଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିକୁ ଚାଲିଆସିଛି। ଏ ସମ୍ପର୍କରେ କାଠମାଣ୍ଡୁ ସହ ଆଲୋଚନା ପାଇଁ ସେ ନଭେମ୍ବରରୁ ଚାପ ପକାଇ ଆସୁଥିବା କହିଛନ୍ତି। ଆମେ ସମ୍ବେଦନଶୀଳତା ଦେଖାଇ ନ ପାରିବାରୁ ନେପାଳ ଖୋଳିଥିବା ଗର୍ତ୍ତର ବହୁ ଗଭୀରକୁ ଚାଲିଯାଇଛି, ଯେଉଁଠୁ ବାହାରି ଆସିବା କଷ୍ଟକର ହୋଇପାରେ ବୋଲି ସେ ଭାବୁଥିବା ସୂଦ୍‌ କହିଛନ୍ତି।
ଭାରତର ୫ଟି ରାଜ୍ୟ ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ନେପାଳର ୧,୮୫୦ କିଲୋମିଟର ସୀମା ରହିଛି। ଦୁଇଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଏହି ସୀମା ଦେଇ ଉଭୟ ପାର୍ଶ୍ୱରୁ ଜନସାଧାରଣ ଅବାଧ ଗମନାଗମନ କରିବା ସହ ବାଣିଜ୍ୟ ବ୍ୟବସାୟ ଚାଲିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୮୦ ଲକ୍ଷ ନେପାଳୀ ନାଗରିକ ବସବାସ କରିବା ସହ ବିଭିନ୍ନ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜି୍ୟକ ସମ୍ପର୍କ ମଧ୍ୟ ମଜଭୁତ ରହିଛି। ୨୦୧୮-୧୯ରେ ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ଥିଲା ୫୭,୮୫୮ କୋଟି ଟଙ୍କା। ନେପାଳରୁ ୩୨,୦୦୦ ଗୋର୍ଖା ଯବାନ ଭାରତୀୟ ସେନାରେ ନିଯୁକ୍ତ ହୋଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ଘରୋଇ ରାଜନୈତିକ ବିରୋଧରୁ ମୁକୁଳିବା ପାଇଁ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଥିବା ନେପାଳରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଥିବା ରଞ୍ଜିତ ରାୟ କହିଛନ୍ତି। ଭାରତ ବିରୋଧୀ ମନୋଭାବ ଓଲିଙ୍କୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିଲା। ଏଥର ସେ ରାଜନୈତିକ ଚାପରେ ଥିବାରୁ ଏଥିରୁ ମୁକୁଳିବାରେ ଭାରତ ବିରୋଧୀ ମନୋଭାବ ସହାୟକ ହେବ ବୋଲି ଭାବୁଛନ୍ତି। ଆର୍ଥିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ଏବଂ କୋଭିଡ୍‌-୧୯ ପରିଚାଳନାରେ ବିଫଳତା ଯୋଗୁ ନେପାଳରେ ଆନ୍ଦୋଳନ ଜାରି ରହିଛି। ନେପାଳୀ କମ୍ୟୁନିଷ୍ଟ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ୨୦୧୫ରେ ଅର୍ଥନୈତିକ ଅବରୋଧ ପରଠାରୁ ଭାରତ-ନେପାଳ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେବେଠାରୁ ଚାଇନା ନେପାଳରେ ବିପୁଳ ପୁଞ୍ଜିନିବେଶ କରିଆସୁଛି। ତୈଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଚାଇନାର ବିଭିନ୍ନ ସହରକୁ ସଡ଼କ ପଥରେ ସଂଯୋଗ କରିବାରେ ବେଜିଂ ସହାୟତା କରିଛି। ନୂଆଦିଲ୍ଲୀ ଉପରେ ନେପାଳର ନିର୍ଭରଶୀଳତା କମାଇବା ପାଇଁ ଚାଇନା କାଠମାଣ୍ଡୁକୁ ସହାୟତା ଯୋଗାଇଦେଇ ଆସୁଛି। କାଠମାଣ୍ଡୁ ସହ ତିବ୍ବତର ଶିଗସେକୁ ରେଳପଥରେ ସଂଯୋଗ କରିବା ଲାଗି ବେଜିଂ ଯୋଜନା କରିଛି। ଏଥିସହିତ ନେପାଳକୁ ବ୍ୟବହାର ଲାଗି ଚାଇନା ୪ଟି ବନ୍ଦର ଯୋଗାଇଦେଇଛି। ତେଣୁ ନେପାଳକୁ ଭାରତ ବିରୋଧୀ କରାଇବାରେ ଚାଇନାର ପ୍ରମୁଖ ଭୂମିକା ରହିଥିବା ରଣନୀତି ବ୍ୟାପାର ବିଶେଷଜ୍ଞ ପ୍ରଫେସର ଏସ୍‌.ଡି. ମୁନି କହିଛନ୍ତି।

‘ଚାଇନା ଭାରତର ବିକଳ୍ପ ନୁହେଁ’
ସାମ୍ପ୍ରତିକ ସୀମା ବିବାଦକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଥିତ୍ବା ସମ୍ପର୍କରେ ଅବନତି ଘଟିବା ଉଚିତ ନୁହେଁ। କାରଣ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ନେପାଳ ଭାରତ ଉପରେ ନିର୍ଭରଶୀଳ। ଚାଇନାକୁ ଭାରତର ବିକଳ୍ପ ଭାବିବା ବୁଦ୍ଧିମାନ ହେବନାହିଁ ବୋଲି ସୋମବାର ନେପାଳର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ କହିଛନ୍ତି। ଭାରତର ତିନୋଟି ଅଞ୍ଚଳକୁ ନେପାଳ ନିଜର ନୂଆ ମାନଚିତ୍ରରେ ସ୍ଥାନ ଦେବା ସହ ଏଥିପାଇଁ ସମ୍ବିଧାନ ସଂଶୋଧନ କରୁଥିବାରୁ ଦକ୍ଷିଣ ଏସିଆ ବାଣିଜ୍ୟ ଅର୍ଥନୀତି ଓ ପରିବେଶ ପର୍ଯ୍ୟବେକ୍ଷଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ପୋଶ୍‌ ରାଜ ପାଣ୍ଡେ ଏହା କହିଛନ୍ତି। ଏହାର ଅର୍ଥନୈତିକ ପ୍ରଭାବ ଭାରତର ପ୍ରତିକ୍ରିୟା ଉପରେ ନିର୍ଭର କରିବ ବୋଲି ସେ ମତ ଦେଇଛନ୍ତି। ନେପାଳକୁ ତିନିପାର୍ଶ୍ୱରୁ ଭାରତ ଘେରି ରହିଥିବାରୁ ପରିଣାମ ଭୟାବହ ହେବ ବୋଲି ସେ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି।...

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ...

ରାଜ୍ୟସଭାରେ ସିଟ୍‌ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍‌ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ...

ବିହାର-ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୬।୬: ବିହାର ଏବଂ ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ ବୋଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ବାସ୍ଥ୍ୟ ସୂଚକାଙ୍କ-୨୦୧୯ ରିପୋର୍ଟରେ ଦର୍ଶାଯାଇଛି। ବିହାର ୨୦...

ଏବେ ଘରେ କରିହେବ କରୋନା ଟେଷ୍ଟ୍‌: ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ର ବିକ୍ରିକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକେ ଯେପରି ଘରେ ଟେଷ୍ଟ୍‌...

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି...

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର...

ଆମେରିକା ସେନା ବିମାନ ପ୍ରଥମଥର ଭାରତୀୟ ଏୟାର ବେସ୍‌ରେ ଭରିଲା ଇନ୍ଧନ

ନୂଆଦିଲ୍ଲୀ,୩ ।୧୦: ଗୋଟିଏ ପଟେ ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଆମେରିକାର ସେନା ବିମାନ ପ୍ରଥମଥର ଲାଗି ଆଣ୍ଡାମାନ...

Advertisement
Archives

Model This Week