Posted inଖେଳ

ନେଟ୍ସକୁ ଫେରିଲେ ଭୁବନେଶ୍ୱର

ମାଞ୍ଚେଷ୍ଟର, ୨୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିକୁ ଭେଟିବାକୁ ଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ପାଇଁ ଏକ ଖୁସି ଖବର ଆସିଛି। ଦଳର ପ୍ରମୁଖ ଷ୍ଟ୍ରାଇକ ବୋଲର ଭୁବନେଶ୍ୱର କୁମାର (ଭୁବି) ଆଘାତଜନିତ ସମସ୍ୟାରୁ ମୁକୁଳି ମଙ୍ଗଳବାର ନେଟ୍ସ ସେସନରେ ଯୋଗ ଦେଇଛନ୍ତି। ଗତ ୧୬ରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ଅବସରରେ ବୋଲିଂ କରୁଥିବାବେଳେ ଭୁବି ଆଘାତ ପାଇଥିଲେ। ଫଳରେ ସେହି ମ୍ୟାଚ୍‌ରେ ମାତ୍ର ୨.୪ ଓଭର ବୋଲିଂ କରି ସେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ବଦଳ ଖେଳାଳି ଭାବେ ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବାବେଳେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରି ବିରଳ କ୍ଲବରେ ସ୍ଥାନ ପାଇଥିଲେ। ଭୁବନେଶ୍ୱର ଠିକ୍‌ ସମୟରେ ସୁସ୍ଥ ହୋଇ ନ ପାରିବେ ସେହି ସନ୍ଦେହରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଦିଲ୍ଲୀର ନବଦୀପ୍‌ ସାଇନ୍‌ଙ୍କୁ ନେଟ୍ସ ବୋଲର ଭାବେ ଦଳ ସହ ଯୋଗଦେବାକୁ ସୋମବାର କୁହାଯାଇଥିଲା। ତେବେ ଏହାର ଗୋଟିଏ ଦିନ ପରେ ବିସିସିଆଇ ଏହାର ଟୁଇଟର୍‌ ଆକାଉଣ୍ଟରେ ଭୁବନେଶ୍ୱର କୁମାର ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଇନ୍‌ଡୋର ଷ୍ଟାଡିୟମରେ ବୋଲିଂ କରୁଥିବାର ଭିଡିଓ ପୋଷ୍ଟ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭୁବିଙ୍କ ଖେଳିବା ନେଇ ଦେଖାଦେଇଥିବା ସନ୍ଦେହ ଏବେ ଦୂର ହୋଇଛି। ଭାରତ ବର୍ତ୍ତମାନ ୫ ମ୍ୟାଚ୍‌ରୁ ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ଟେବୁଲ ତାଲିକାର ୩ୟ ସ୍ଥାନରେ ରହିଛି। ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଜିତିବା ଭାରତ ପାଇଁ ନିତ୍ୟାନ୍ତ ଜରୁରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା...

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ...

ତ୍ରିରାଷ୍ଟ୍ରୀୟ ଟି୨୦: ବାଂଲାଦେଶ- ଆଫଗାନିସ୍ତାନ ଫାଇନାଲ

ଚିଟ୍ଟାଗଙ୍ଗ,୧୯।୯(ଏଏଫପି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଆସନ୍ତା ମଙ୍ଗଳବାର ଫାଇନାଲ ମୁକାବିଲାରେ ଆୟୋଜକ ବାଂଲାଦେଶ ଓ...

ଆଶେସ ସିରିଜ ଆରମ୍ଭ: ବ୍ରଡ୍‌ଙ୍କୁ ୫ ଉଇକେଟ, ସ୍ମିଥଙ୍କ ଶତକ

ବର୍ମିଂହାମ, ୨।୮- ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ-୨୦୧୯। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଇଂଲଣ୍ଡ ବୋଲରମାନେ ଆରମ୍ଭରେ...

ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍‌ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍‌ ୪୮ ଜଣ...

ଡ୍ରିମ୍ସ ରଣଜୀ: ଜମ୍ମୁ କଶ୍ମୀରଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୨।୧- ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳ ୬ ମ୍ୟାଚ୍‌ ଖେଳିବା ପରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ...

ପୁନିଆ ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୭ା୧୨(ପି.ଟି.)- ଉଭୟ ଜୁନିୟର ଏବଂ ସିନିୟର ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ...

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦...

Coronavirus Update


Archives

Model This Week

Why Dharitri