ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ ନିକଟରୁ ୫୫ନଂ ଜାତୀୟ ରାଜପଥକୁ ସଂଯୋଗ ପାଇଁ ଥିବା ସମ୍ମୁଖ ରାସ୍ତା। ଏଥି ନିମନ୍ତେ ଜାଗା ଚିହ୍ନଟ ପ୍ରସ୍ତାବ କେବଳ କାଗଜକଲମରେ ସୀମିତ ରହିଯାଇଛି। ଫଳରେ ଚିକିତ୍ସାଳୟର ପଛପାଖ ରାସ୍ତାଦେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ, ଜନସାଧାରଣ ସମେତ ଚିକିତ୍ସକ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯାତାୟାତ କରୁଛନ୍ତି। ଏପରିକି ପଛପାଖ ରାସ୍ତାଦେଇ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା କରୁଛି।
୨୦୧୮ ମେ ୨୬ରେ ୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଥିଲା। ସେହି ସମୟରେ ସମ୍ମୁଖ ରାସ୍ତା ପାଇଁ ତୁରନ୍ତ ଜାଗା ଚିହ୍ନଟ କରି ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀ ତତ୍କାଳୀନ ଜିଲାପାଳଙ୍କୁ କହିଥିଲେ। କିନ୍ତୁ ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ମୁଖ ରାସ୍ତା ନିର୍ମାଣ ପାଇଁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତପତ୍ରତା ପ୍ରକାଶ ପାଉନାହିଁ ା ବର୍ତ୍ତମାନ ସହର ମଧ୍ୟରୁ ଦକ୍ଷିଣକାଳୀ ରୋଡ ଦେଇ ଏବଂ ୫୫ନଂ ଜାତୀୟ ରାଜପଥରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପାର୍ଶ୍ୱକୁ ଆସିଥିବା ରାସ୍ତା ଅଧିକ ପ୍ରଶସ୍ତ ନ ଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଏବଂ ରୋଗୀଙ୍କୁ ନେଇ ଯାନବାହନ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜରୁରୀ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହେଉଥିବା ରୋଗୀମାନଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଜନଗହଳି ରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛି। ଏସବୁକୁ ନଜରରେ ରଖି ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ୫୫ ନଂ ଜାତୀୟ ରାଜପଥକୁ ସିଧାସଳଖ ସଂଯୋଗ କରିବା ପାଇଁ ରାସ୍ତା ନିର୍ମାଣ ଜରୁରୀ ହୋଇପଡିଛି। ଏଥିପାଇଁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କୁହନ୍ତି, ଗତବର୍ଷ ସମ୍ମୁଖ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିଲା। ଏହି ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯଥାସମ୍ଭବ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲେଇରେ ଚୋର ଆତଙ୍କ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩...

ସାମାଜିକ ଦୂରତା ନିୟମକୁ ଫୁ’

ଭୁବନ, ୧୬।୪(ଡି.ଏନ.ଏ.) ବ୍ୟାପକ ସଚେତନତା ଓ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସାମାଜିକ ଦୂରତା ନିୟମକୁ ମାନୁନାହାନ୍ତି ସାଧାରଣ ଲୋକେ। ହାଟ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ଏହାକୁ...

ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୨୬।୮: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର...

ବ୍ୟସ୍ତବହୁଳ ସଡ଼କରେ ଝାଡ଼ଖଣ୍ଡୀ ହାତୀପଲ ଆତଙ୍କ: ରାସ୍ତାପାର୍ଶ୍ୱ ବୁଦା ସଫା କରିବାକୁ ଦାବି

ଭାପୁର, ୨୧।୭(ଡି.ଏନ.ଏ.) – ଢେଙ୍କାନାଳ ସଦର ଏବଂ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବ୍ୟସ୍ତବହୁଳ ରାସ୍ତାରେ ହାତୀଙ୍କ ବିଚରଣ ପଥଚାରୀଙ୍କ ଜୀବନକୁ...

ଆହତ ହାତୀକୁ ଖୋଜିବ ଡ୍ରୋନ୍

ଢେଙ୍କାନାଳ ଅଫିସ, ୧।୨ – ଢେଙ୍କାନାଳ ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକ ୫୫ନଂ. ଜାତୀୟ ରାଜପଥର ପୋଡ଼ାପଡ଼ା ଛକରେ ଗୁରୁବାର ଭୋର ସମୟରେ ଦ୍ରୁତ ଗତିରେ...

ଇ-ଟେକ୍‌ ଆବାସିକ କଲେଜ ପ୍ରତିଷ୍ଠା ଦିବସ: ‘ଅଭିଭାବକଙ୍କୁ ସମ୍ମାନ ବିନା ଶିକ୍ଷା ମୂଲ୍ୟହୀନ’

ଢେଙ୍କାନାଳ ଅଫିସ, ୭।୮-ଅଭିଭାବକମାନେ ଚାହାନ୍ତି ସେମାନଙ୍କ ସନ୍ତାନ ଭଲ ପାଠପଢ଼ି ବଡ଼ମଣିଷ ହେଉ। ନିଜ ପିଲାମାନଙ୍କ ପାଇଁ ମା’ବାପା ଏପରି ସ୍ବପ୍ନ ଦେଖିବା ସ୍ବାଭାବିକ। ଏବେ...

ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ

ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ...

ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି...

Coronavirus Update


Archives

Model This Week

Why Dharitri