ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରୁଥିବାବେଳେ ଦେବତାମାନଙ୍କୁ ମଧ୍ୟ ଓଢଣ ଷଷ୍ଠୀଠାରୁ ଶୀତ ଲାଗିଥାଏ। ତେଣୁ ଶ୍ରୀଜୀଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀନୀଳମାଧବଜୀଉଙ୍କ ପାରମ୍ପରିକ ବେଶ ଆସନ୍ତା ବସନ୍ତ ପଞ୍ଚମୀ ପଯର୍‌ୟନ୍ତ ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କ ମୁଖ ବ୍ୟତୀତ ସମସ୍ତ ଶରୀରକୁ ଆବୃତ୍ତ କରି ରଖା ଯାଇଥାଏ। ତେଣୁ ଶ୍ରଦ୍ଧାଳୁମାନେ କେବଳ ଠାକୁରଙ୍କ ମୁଖ ଦର୍ଶନ କରିବେ। ଏହି ଅବସରରେ ଭୋର ୫ଟାରେ ଶ୍ରୀଜୀଉଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳ ଆଳତି, ଅବକାଶ ନୀତି, ଦୈନିକ ବେଶ, ବଲ୍ଲଭ, ସକାଳ ଧୂପ ଉଠିବା ପରେ ଶ୍ରୀଜୀଉଙ୍କ ଶରୀରକୁ ଆବୃତ୍ତ କରିବା ସହ ମୁଣ୍ଡରେ ପଗଡି ବନ୍ଧା ଯାଇଥିଲା । ସେହିପରି ଶ୍ରୀଜୀଉଙ୍କ ନିକଟରେ ସ୍ବତନ୍ତ୍ର ଭୋଗ ଲାଗି ହୋଇଥିଲା । ଏହି ପାରମ୍ପରିକ ନୀତି ପୂର୍ବରୁ ରବିବାର ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ରାତ୍ର ଚନ୍ଦନ ନୀତି ବଢିବା ପରେ ଭୋଗ ମଣ୍ଡପ ଘରେ ପୂଜକ ୩ ଗୋଟି ମଣ୍ଡଳ କାଟିଥିଲେ । ଏହାପରେ ପୂଜାରୀ ଅଧିବାସ ନୀତି ସମ୍ପନ୍ନ କରିବା ପରେ ଦୁଆର ମୁଦ ଦିଆହୋଇଥିଲା । ସମୁଦାୟ ୧୨ଟି ଘୋଡ(ଚତୁର୍ଦ୍ଧା ବିଗ୍ରହଙ୍କର) ସମେତ ବିମଳା, ଲକ୍ଷ୍ମୀ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ଘୋଡ ଅଧିବାସ ସମ୍ପନ୍ନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି...

ବଜାର ଖୋଲା, ବେପାର ମାନ୍ଦା

ପରିକ୍ଷିତ ସାହୁ, ବଇଣ୍ଡା,୭ା୧୦ – ମାସ ମାସର ଲକ୍‌ଡାଉନ, ଶଟ୍‌ଡାଉନ ପରେ ବଜାରକୁ ଖୋଲିଦିଆଯାଇଛି। ବେପାର କରିବାରେ ଆଉ ସେପରି କିଛି କଡ଼ା କଟକଣା ନାହିଁ।...

ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭରଙ୍କ ଜୀବନ ଗଲା

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡ଼ାଠାରେ ରବିବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ...

ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣା: ଛାତ୍ରୀ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ, ୧୦।୯- ଅନୁଗୋଳ ସହର ପଞ୍ଚମହଲାଠାରେ ଏକ ଘରୋଇ ବିଦ୍ୟାଳୟରୁ ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି।...

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ...

ସରିଲା ଉଦଳା ମହୋତ୍ସବ ଧୁମୁସା

ଉଦଳା,୨ା୧୨(ଡି.ଏନ୍‌.ଏ.)- ଉପଖଣ୍ଡସ୍ତରୀୟ ଉଦଳା ମହୋସତ୍ବ ଧୁମୁସା – ୨୦୧୯ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲାପାଳ ଭୂମେଶ...

ନିଶାସକ୍ତ ଅବସ୍ଥାରେ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଉଦଳା ଡାକ୍ତରଖାନା ଡାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ଉଦଳା,୨୧।୭(ଡି.ଏନ୍‌.ଏ.):ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ରବିବାର ଡାକ୍ତରମାନେ ଆଉଟ୍‌ ଡୋର ସେବା ବନ୍ଦ କରିବା ସହ ଧାରଣାରେ ବସିଛିନ୍ତି। ଫଳରେ ଡାକ୍ତରଖାନାରେ ରୋଗୀ ସେବା ଠପ୍‌...

ସରକାରୀ ସ୍କୁଲ ବନ୍ଦକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୮ା୬-କମ୍‌ ଉପସ୍ଥାନ ଦର୍ଶାଇ ଗଞ୍ଜାମ ଜିଲାର ୪୭ ସରକାରୀ ସ୍କୁଲକୁ ଚଳିତ ବର୍ଷ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଏହାକୁ ମାନବ ଅଧିକାର...

Advertisement

BGU

Archives

Model This Week

Why Dharitri