Posted inଜାତୀୟ

ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟିର ଗହଣା ଜବତ

ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ ହୋଇଥିବା ହୀରା ଏବଂ ପର୍ଲସକୁ ହଂକଂରୁ ଅଣାଯାଇଥିବା ଜଣାପଡ଼ିଛି। ଏହାର ଦାମ୍‌ ପ୍ରାୟ ୧୩୫୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଫାର୍ମ ସହ ଜଡିତ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମୁମ୍ବାଇରେ ପହଞ୍ଚିଥିବା ୧୦୮ କନ୍‌ସାଇନମେଣ୍ଟ ମଧ୍ୟରୁ ୨୨ଟି ନୀରବ ମୋଦିଙ୍କ ବିଦେଶ ୟୁନିଟର ହୋଇଥିବା ବେଳେ ବଳକା ଚୋକ୍‌ସିଙ୍କ ଫାର୍ମର ବୋଲି ସୂଚନା ରହିଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ବର୍ତ୍ତମାନ ଏମାନଙ୍କ ବିରୋଧରେ ଇଡି ତଦନ୍ତ ଜାରି ରଖିଛି। ହଂକଂ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଗହଣା ଭାରତକୁ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ବର୍ଷୀୟା ଝିଅକୁୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର

ବେଙ୍ଗାଲୁରୁ: କର୍ନାଟକର ରାଜଧାନୀରେ ଜଣେ ୭ ବର୍ଷୀୟା ଝିଅକୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର (ବର୍ଷର ଶିଶୁ ଶାନ୍ତି ପ୍ରତିଛବି) ବିଜେତା ଭାବରେ ସମ୍ମାନିତ କରାଯାଇଛି।...

ପ୍ରଶାନ୍ତ କିଶୋରଙ୍କୁ ନେଇ କଂଗ୍ରେସରେ ଫାଟ!

ନୂଆଦିଲ୍ଲୀ,୧।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାର ସମ୍ଭାବନା ବଢିଛି। ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେ କଂଗ୍ରେସ ଦଳରେ ଯୋଗ ଦେବେ।...

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନଗଣନା ଆଶା କମ, ପାଣିଠାରୁ ନେଇ ଲ୍ୟାପଟପ ପର୍ଯ୍ୟନ୍ତ ପଚରାଯିବ ୩୧ ପ୍ରଶ୍ନ…

ନୂଆଦିଲ୍ଲୀ,୨୮।୫ : କରୋନା ମହାମାରୀ କାରଣରୁ ସ୍ଥଗିତ ଜନଗଣନା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେବାର ଆଶା କମ ରହିଛି। ଅଧିକାରୀମାନେ ଏ ସମ୍ପର୍କରେ...

‘ପୀଡିତାଙ୍କ ଉପରେ ଭୟ ସୃଷ୍ଟି କରାଯାଉଛି’, ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରଜ୍‌ଭୂଷଣଙ୍କ ଘରକୁ ନିଆଯିବା ଘଟଣା ଉପରେ ତଦନ୍ତ ଦାବି କଲା ଟିଏମସି

ନୂଆଦିଲ୍ଲୀ,୧୦।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲାରେ ତଦନ୍ତ ଚାଲିଛି। ଶୁକ୍ରବାର...

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ...

୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ ହେବ ଜଲିକାଟୁ

ମଦୁରେ,୧୧।୧: ତାମିଲନାଡୁରେ ପୋଙ୍ଗଲ ଅବସରରେ ଖେଳାଯାଉଥିବା ଜଲିକାଟୁ ମଦୁରେ ଜିଲାରେ ୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି। ମଦୁର ଜିଲାପାଳ...

ଭାରତ-ଚାଇନା ସ୍ଥିତି ବିପଜ୍ଜନକ: ଜୟଶଙ୍କର…

ନୂଆଦିଲ୍ଲୀ,୧୮।୩ : ଭାରତ ଏବଂ ଚାଇନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ବଡ ବିବୃତ୍ତି ଆସିଛି। ପଶ୍ଚିମ ହିମାଳୟ...

ଦେଶକୁ ଦେବାଳିଆ କରିଦେବ କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୮: କରଦାତାମାନଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ...

Advertisement
Archives

Model This Week