ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ

ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା କରୁଥିବା ଦେଖାଯାଇଛି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥିବା ବେଳେ ଲୋକେ ଏହାକୁ ବେଶ୍‌ ଭଲଭାବେ ପାଳନ କରିଥିଲେ। ଏହାକୁ ଦେଖି ଉତ୍ତରଖଣ୍ଡ ସରକାର ଏହାର ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଏହାପରେ ଲୋକେ ଏହାକୁ ପାଳନ ନ କରୁଥିବା ଦେଖାଯିବାରୁ କେନ୍ଦ୍ର ସରକାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାଯର୍ର୍‌ୟାନୁଷ୍ଠାନ ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏହାପରେ ବି ଲୋକେ ନିୟମ ଭାଙ୍ଗୁଥିବାରୁ ଉତ୍ତରାଖଣ୍ଡ ପୋଲିସ କେତେ ଜଣଙ୍କୁ ଧରିବା ସହ ସେମାନଙ୍କ ହାତରେ ‘ମୁଁ ସମାଜର ଶତ୍ରୁ, ମୁଁ ଘରେ ବନ୍ଦ ହୋଇ ରହୁନାହିଁ’ ଲେଖି ଏକ ପୋଷ୍ଟର ଧରାଇବା ସହ ସେମାନଙ୍କର ଫଟୋ ଉଠାଉଛି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାଠାରୁ ଦୂରେଇ ରହିବା ପାଇଁ ଦେଶର ସମସ୍ତ ଜନତାଙ୍କୁ ଯେତେ ସମ୍ଭବ ଘରେ ବନ୍ଦ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ସରକାର ସମସ୍ତଙ୍କୁ ଘଷର ରହିବାକୁ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା: ୩୦୧ ମୃତ

ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲକ୍‌ ଡାଉନ୍‌ ଜାରି ସତ୍ତ୍ୱେ ଏପ୍ରିଲ୍‌ ୧୪ରୁ ୨୨ ଗତ...

୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର...

ଜେଡିୟୁ-ଭାଜପା ସପକ୍ଷରେ ୫୦% ବିହାରୀ

ନୂଆଦିଲ୍ଲୀ,୨୩ା୧୦ (ଆଇଏଏନ୍‌ଏସ୍‌):ବିହାରରେ କ୍ଷମତାସୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମେଣ୍ଟ ସରକାର ଉପରେ ୫୦% ଲୋକ ସନ୍ତୁଷ୍ଟ ଥିବା...

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି।...

ଅଧାରାତିରେ ଥରିଲା ମିଜୋରାମ

ଆଇଜଲ, ୨୫।୬: ମିଜୋରାମରେ ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ଅନୁଭୁତ ହୋଇଛି। ରାତ୍ର ୧ଟା ୧୪ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ...

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ...

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ...

Play 250+ Trending Games
Archives

Model This Week

Why Dharitri