ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ନିୟମିତ ଭାବେ ବ୍ରସ ନ କରନ୍ତି ସେମାନଙ୍କ ମସ୍ତିଷ୍କରେ ଥିବା ଧମନିରେ ବ୍ଲକେଜ୍‌ ସମସ୍ୟା ଦେଖାଦେଇଥାଏ। ଫଳରେ ଏମାନଙ୍କ ନିକଟରେ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ଥାଏ। ଅନ୍ୟପଟେ ଲାଳରେ ଥିବା ଏନଜାଇମ୍‌ ହାଇପୋଥାଲାମସ୍‌ ଉପରେ ପ୍ରଭାବ ପକାଉ ଥିବାରୁ ଏହା ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଆଉ ଯେଉଁମାନେ ନିୟମିତ ବ୍ରସ କରି ନ ଥାଆନ୍ତି ସେମାନଙ୍କ ନିକଟରେ ଏଭଳି ଷ୍ଟ୍ରୋକ୍‌ ସମସ୍ୟା ଦେଖାଯିବା ସାଧାରଣ କଥା। ବିଶେଷଜ୍ଞଙ୍କ ମତରେ ଦାନ୍ତରେ ସମସ୍ୟା ଥିଲେ ଏହା ବ୍ଲକେଜ ପ୍ରକ୍ରିୟାକୁ ବଢାଇ ଦେଇଥାଏ। କାରଣ ଏହା ରକ୍ତବାହୀ ନଳୀକୁ ଦୁର୍ବଳ କରିଦେଇଥାଏ। ନିକଟରେ ଲସ୍‌ ଆଞ୍ଜେଲସରେ ଆୟୋଜିତ ଆମେରିକାନ ଷ୍ଟ୍ରୋକ୍‌ ଆସୋସିଏଶନ୍ସ ଇଣ୍ଟରନ୍ୟାଶନାଲ ଷ୍ଟ୍ରୋକ୍‌ କନଫରେନ୍ସରେ ଏହା ଉପରେ ଆଲୋଚନା ହୋଇଛି। ଏଥିରେ ୟୁନିଭର୍ସିଟି ଅଫ୍‌ ସାଉଥ୍‌ କରୋଲିନା ସ୍କୁଲ ଅଫ୍‌ ମେଡିସିନର ଡା. ସୌଭିକ ସେନ କହିଛନ୍ତି, ଦାନ୍ତ ବା ମାଢିରେ ଦେଖାଯାଇଥିବା ସମସ୍ୟା ହେଉଛି ଏକ କ୍ରନିକ ବ୍ୟାକ୍ଟରିଆଲ ଇନଫେକସନ୍‌। ଯାହା ଷ୍ଟ୍ରୋକ୍‌ ସମସ୍ୟା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଆଉ ଏହାର ଏକ ଲକ୍ଷଣ ହେଉଛି ଦାନ୍ତରୁ ଅବା ମାଢିରୁ ରକ୍ତ ବାହାରିବା। ଏମିତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ଏମିତିକି ନିୟମିତ ବ୍ରସ୍‌ ନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଡାଇବେଟିସ୍‌, ହୃଦରୋଗ ଆଦି ଆଶଙ୍କା ଥାଏ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନିଜ୍‌ ଡିଶ୍‌ ହନିି ପ୍ରନ୍‌

ପର୍ଯ୍ୟଟନର ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଏବଂ ରେସ୍ତୋରଁାରେ ପ୍ରସ୍ତୁତ କରାଯାଏ ସ୍ବାଦିଷ୍ଠ...

ମା’ ଯୋଗମାୟା ପୀଠ

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନ ଗୁର୍ଜିମୁଣ୍ଡା ଗାଁଠାରୁ ଅଳ୍ପ କିଛି ଦୂରରେ ରହିଛି ଏହି ପବିତ୍ର ଯୋଗମାୟା ପୀଠ। ଏହା ଓଁ...

ପଶ୍ଚିମ ନମସ୍କାର ଆସନ

ବ୍ୟାକ ପେନ୍‌ ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ତେବେ ଏକ୍ସରସାଇଜ୍‌ କରିବା ପାଇଁ ଯଦି ସମୟ ନାହିଁ ତା’ହେଲେ ପଶ୍ଚିମ ନମସ୍କାର...

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

ଚିନ୍ତା, ଦେହହାତ ଦରଜ ଦୂର କରେ ମୂର୍ଚ୍ଛା ପ୍ରାଣାୟାମ

ମୂର୍ଚ୍ଛା ପ୍ରାଣାୟାମ ଚିନ୍ତା, ଦେହହାତ ଦରଜ ଏବଂ ମାନସିକ ଅବସାଦ ଦୂର କରିଥାଏ। ଏହା ମନକୁ ଶାନ୍ତ କରେ। ମୂର୍ଚ୍ଛା ପ୍ରାଣାୟାମ କରିବା ଶୈଳୀ :...

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କେତେକ ସହଜ ଘରୋଇ ଉପାୟ ରହିଛି। ଖରାଦିନେ ପ୍ରତିଦିନ ପିଆଜ ରସ ଚାମୁଚେ...

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ...


Coronavirus Update

Archives

Model This Week

Why Dharitri