ନିୟମିତ ପଞ୍ଜୀକରଣ, ନବୀକରଣ କର

ଅନୁଗୋଳ ଅଫିସ୍‌,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍‌ ହଲ ଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ୮୨୯ ଜଣ ନିର୍ମାଣ ଶ୍ରମିକଙ୍କୁ ୧ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ବିଭିନ୍ନ ଯୋଜନା ବାବଦରେ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ନିର୍ମାଣ ଶ୍ରମିକ ପଞ୍ଜୀକରଣ ଓ ବାର୍ଷିକ ନବୀକରଣ କାର୍ଯ୍ୟ ନିୟମିତ କର। ଏଥିସହ ମୋବାଇଲ ମାଧ୍ୟମରେ ଶ୍ରମିକମାନଙ୍କୁ ଓଡ଼ିଆ ଭାଷାରେ ବାର୍ତ୍ତା ପଠାଇବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହିଳା ନିର୍ମାଣ ଶ୍ରମିକମାନଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ ପାଇଁ ସେ ଶ୍ରମିକ ବୋର୍ଡ ସହିତ ଆଲୋଚନା କରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ। ତେବେ ତାଳଚେର ତୁଳନାରେ ଅନୁଗୋଳ ଶ୍ରମ ଜିଲାରେ କମ୍‌ ସଂଖ୍ୟକ ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବାରୁ ବିଧାୟକ ଆଶ୍ଚର୍ଯ୍ୟ ହେବା ସହ ଅଧିକ ପଞ୍ଜୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ।
ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଖରେ ସରକାରଙ୍କର ବିଭିନ୍ନ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ୧୧ ଜଣ ଶ୍ରମିକଙ୍କୁ ୧୮ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ୧୧ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୫୫ ହଜାର, ୫ ଜଣଙ୍କୁ ପ୍ରସବକାଳୀନ ସହାୟତା ବାବଦରେ ୫୦ ହଜାର, ୫୧୨ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୧୯ ଲକ୍ଷ ୫୫ ହଜାର ଓ ବିବାହ ସହାୟତା ବାବଦରେ ୨୯୦ ଜଣଙ୍କୁ ୧ କୋଟି ୩ ଲକ୍ଷ ୫୦ ହଜାର ଏପରି ମୋଟ ୮୨୯ ଜଣଙ୍କୁ ୧ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଜିଲାରେ ସମୁଦାୟ ୩୭ ହଜାର ୭୭୫ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୨୦୧୯-୨୦ରେ ୫୩୦ ଜଣ ଶ୍ରମିକଙ୍କୁ ୨ କୋଟି ୪୪ ଲକ୍ଷ ୩୫ ହଜାର ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଜିଲା ଶ୍ରମ ଅଧିକାରୀ ଶିବ ପ୍ରସାଦ ମିଶ୍ର ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଓ ପଞ୍ଜୀକୃତ ଶ୍ରମିକମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ଛାତ୍ର କଂଗ୍ରେସ କଲା ଟୁଇଟ୍‌

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ଡିସ୍‌ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ...

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା...

ଠାକୁରଗଡ଼ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କୁ ଦାବିପତ୍ର

ବଇଣ୍ଡା,୧୫।୬(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଛି। ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ...

୨ ନାବାଳିକାଙ୍କୁ ଅପହରଣ ଘଟଣା:୫ କୋର୍ଟଚାଲାଣ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ୧୭ ବର୍ଷିୟା ୨ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପୋଲିସ ରବିବାର ୫ ଜଣଙ୍କୁ ଗିରଫ...

ମୃତଦେହରୁ ଆଖି ଗାଏବ ଘଟଣା: ଅଭିଯୋଗ ସଙ୍ଗିନ, ବଢ଼ାଇଲା ହୃତ୍‌ସ୍ପନ୍ଦନ

ଅନୁଗୋଳ ଅଫିସ, ୨୦।୭ – ବାରମ୍ବାର ବିବାଦ ଘେରକୁ ଆସୁଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। କେତେବେଳେ ପରିଚାଳନାଗତ ଅବ୍ୟବସ୍ଥା ତ ଆଉ କେତେବେଳେ ରୋଗୀ...

ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍‌ଟିପିସି ପ୍ରକଳ୍ପ ପାଉଁଶ ପାଣି

କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ...

Advertisement
Archives

Model This Week