Posted inଜାତୀୟ

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଓ ଜ୍ୱର ଯୋଗୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୈନ ଟୁଇଟ କରି କହିଛନ୍ତି ଶରୀରର ତାପମାତ୍ରା ହଠାତ୍‌ ବଢିଯିବାରୁ ଓ ଅକ୍ସଜେନ୍‌ ଲେବଲ କମ୍‌ ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି। ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏବେ ତାଙ୍କର କୋଭିଡ-୧୯ ପରୀକ୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ନିଜ ଘରେ ଆଇସୋଲେଶନରେ ରହିବା ସହ କୋଭିଡ-୧୯ ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ଏବେସୁଦ୍ଧା ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୪୨,୮୨୯ରେ ପହଞ୍ଚିଥିବା ବେଳେ ୧,୪୦୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା

ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି...

ପୋଲ ଭାଙ୍ଗିବା ଘଟଣା ମିଛ ବୋଲି କହିଲେ ନୀତୀଶ ସରକାର

ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ...

କ୍ୟାବିନେଟ୍‌ ନିଷ୍ପତ୍ତି: ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ,୧୮।୯: ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍‌ ଦିଆଯିବ। ଏନେଇ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗତ...

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ...

ଜଣଙ୍କୁ ମାରିଲେ, ୪ ଜଣଙ୍କୁ ମାରିଦେବୁ

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ଏବେ ମୌଖିକ ଦଙ୍ଗାରେ ପରିବର୍ତ୍ତନ ହେଉଛି। ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା...

ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…

କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...

ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଟିସିଏସ୍‌, ଇନ୍‌ଫୋସିସ, ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ...

୨୦୧୯ ନିର୍ବାଚନ ପରେ ଆଜମଗଡ଼ରୁ ଅଖିଳେଶ ନିଖୋଜ: ଭାଇରାଲ ହେଉଛି ପୋଷ୍ଟର

ଆଜମଗଡ଼,୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ଏବେ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।...

Advertisement
Archives

Model This Week