ନିର୍ଭୟରେ ବିନା ମାସ୍କରେ ବୁଲୁଝନ୍ତି ଲୋକେ: ଯାଞ୍ଚ ବେଳେ ଗଣୁଛନ୍ତି ତଣ୍ଡ

କୋରୁକୋଣ୍ଡା୨୨।୬(ଡି.ଏନ୍‌.ଏ): ଦେଶରେ ଅନଲକ୍‌ ୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ, କୋରୁକୋଣ୍ଡା ରାଜସ୍ବ ବିଭାଗ ଓ ମାଲକାନଗିରି ପୋଲିସ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଅନ୍ତର୍ଗତ ବସଷ୍ଟାଣ୍ଡ ଛକଠାରେ ମାସ୍କ ପିନ୍ଧିବା ନେଇ ଯାଞ୍ଚ କରାଯାଇଛିା। ଆଜି ସାପ୍ତାହିକ ହାଟ ଥିବା ସତ୍ତ୍ୱେ ମଧ୍ୟ ଲୋକେ ନିର୍ଭୟରେ ବିନା ମାସ୍କରେ ଖୁଲମଖୋଲା ବୁଲୁଥିବା ବେଳେ କେତେକ ନିଜ ପ୍ୟାକେଟ୍ରେ ରଖି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ସହ ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ବସି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ତେବେ କେତେକ ଯାଞ୍ଚ ହେଉଥିବା ଦେଖି ପ୍ୟାକେଟ୍‌ରୁ ମାସ୍କ କାଢି ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ଅମାନିଆଙ୍କୁ ତାଗିଦ୍‌ କରାଯାଇ ପ୍ରାୟ ୧୩,୧୫୦ ଟଙ୍କା ତଣ୍ଡ ଆଦାୟ ହୋଇଛି। ଯାଞ୍ଚ ସମୟରେ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁଙ୍କ ସହ ବ୍ଲକ କର୍ମଚାରୀ, କୋରୁକୋଣ୍ଡା ରାଜସ୍ବ ଅଧିକାରୀ ସର୍ବେଶ୍ୱର ପରିଡା, ରାଜସ୍ବ ବିଭାଗୀୟ କର୍ମଚାରୀ ଓ ମାଲକାନଗିରି ପୋଲିସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁକୂଳ ପାଗ ବଢ଼ାଇଛି ଅଭିବୃଦ୍ଧି ଆଶା

ଅନୁଗୋଳ ଅଫିସ, ୨୪ା୬:  ବାତ୍ୟା ୟାସ୍‌ ଯୋଗୁ ପୂର୍ବରୁ ଜମି ଭିଜିଯାଇଥିଲା। ମୌସୁମୀ ମଧ୍ୟ ନିର୍ଦ୍ଧାରିତ ସମୟରେ ଆସିଲା। କିଛିଦିନ ଧରି ଜିଲାରେ ବର୍ଷା ଲାଗିରହିଥିବାରୁ ଚଳିତବର୍ଷ...

ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ପର୍ଲା, ୨୪।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍‌ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍‌।...

ଏକାଦଶାହରେ କଲେ ଦଶାହ କାର୍ଯ୍ୟ: ଜନତା କର୍ଫ୍ୟୁକୁ ସମର୍ଥନ କରି ଚର୍ଚ୍ଚାରେ ପରିବାର

ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା।...

ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା...

୬୦ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଯଁ।ଳା,୧୩ା୬ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଶୁକ୍ରବାର ଯଁ।ଳା ଫାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଖୋର୍ଦ୍ଧା ଜିଲା...

ଶିଳାନ୍ୟାସରେ ଅଟକିଛି ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ

ପୁରୀ ଅଫିସ,୬ା୫: ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।...

ପିପିଲିରେ ସାନି ନିର୍ବାଚନ: ଜିଲା ରିଟର୍ନିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, ଜିଲା...

ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି, କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୫ା୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସରେ ବିଜେଡି...

Advertisement
Archives

Model This Week