ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି ଦିନ ୧ଟାରେ ନିର୍ଗୁଣ୍ଡିରେ ପହଞ୍ଚିବ ବୋଲି ପୂର୍ବରୁ ପ୍ରଶାସନ କହିଥିଲା। ମାତ୍ର କୌଣସି କାରଣରୁ ତାହା ୮ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଏହି ଟ୍ରେନରେ କଟକର ୫, ଜଗତ୍‌ସିଂହପୁରର ୧୨୫, କେନ୍ଦ୍ରାପଡ଼ାର ୬୬୨ ଓ ଗଞ୍ଜାମ ଜିଲାର ଜଣଙ୍କୁ ମିଶାଇ ମୋଟ ୭୯୩ ଜଣ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ସାନିଟାଇଜ କରାଯାଇଥିଲା। ପରେ ଥର୍ମାଲ ସ୍କ୍ରିନିଂ, ନାମ ପଞ୍ଜୀକରଣ କରାଯାଇ ପ୍ରଶାସନିକ ବିଧି ବ୍ୟବସ୍ଥା ପରେ ସେମାନଙ୍କ ଜିଲାରୁ ଆସିଥିବା ୫୦ଟି ବସରେ ନିଜ ଅଞ୍ଚଳକୁ ପଠାଯାଇଥିଲା। ସେ ଅଞ୍ଚଳର ଜିଲା ପ୍ରଶାସନ ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିବେ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଷ୍ଟେଶନ ଚତୁଃପାର୍ଶ୍ୱ ୧କି.ମି. ପର୍ଯ୍ୟନ୍ତ ଗୁରୁବାର ରାତି ୯ଟାରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଷ୍ଟେଶନରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା...

କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି...

୭ ଦଫା ଦାବରେ ନବ ନିର୍ମାଣ କୃଷକ ସଂଘର ଆନ୍ଦୋଳନ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନବ ନିର୍ମାଣ କୃଷକ ସଂଘ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛି। ୭ ଦଫାର ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି...

ଭୁଶୁଡ଼ି ପଡିଲା ଜମ୍ଭୀରା ଡ୍ୟାମ୍‌ର ମୁଖ୍ୟ କେନାଲ

ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ...

୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ...

ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ...

ହାତିଆଗଣ୍ଡ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ରେମୁଣା, ୨୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷେ ହେବ ତାଲା ଝୁଲୁଛି। କୋମଳମତି ଶିଶୁଙ୍କୁ ବାରଣ୍ଡାରେ ପାଠପଢା ଯାଉଥିଲେ...

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

ପୁରୀ ଅଫିସ,୧୨ା୮: ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଙ୍ଗଳବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ବୁଧବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ...

Advertisement
Archives

Model This Week