ନିରାଡମ୍ବରରେ ପାଳିତ ହେବ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧବାର୍ଷିକୀ, ଜାରି ରହିବ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥିସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟ ଜାରି ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତ। ମାନ୍ୟବର ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି। କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ବୁଧବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଘରକୁ ବନ୍ଧୁ ଆଣିବାରୁ ହତ୍ୟା

ଜଗନ୍ନାଥପ୍ରସାଦ,୧୩ା୮(ଡି.ଏନ୍‌.ଏ.)-କରୋନାରେ ଘରକୁ ବନ୍ଧୁ ଆଣିବାରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା କରଡାପଲ୍ଲୀ ଗ୍ରାମରେ ବୁଧବାର ମଧ୍ୟରାତ୍ରରେ ଦେଖିବାକୁ...

ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ

କଟକ ଅଫିସ,୩୧।୧୨: ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‌ ଅଫିସର ସୁନୀଲ ବଂଶଲ। ଡିଜିପି ଅଭୟଙ୍କ ଅବସର ପରେ ତାଙ୍କ ସ୍ଥାନରେ...

ଦାନ୍ତ ଖୁଣ୍ଟୁଖୁଣ୍ଟୁ ପେଟରେ ପହଞ୍ଚତ୍ଲା ୭ ସିଏମ୍‌ର ଛୁଞ୍ଚି : ବିନା ଅସ୍ତ୍ରୋପଚାରରେ ବାହାର କରାଗଲା

କଟକ ଅଫିସ, ୨୨।୫: ବିନା ଅସ୍ତ୍ରୋପଚାରରେ ଜଣେ ଯୁବକଙ୍କ ପେଟ ଭିତରୁ ବାହାର କରାଯାଇଛି ୭ସେଣ୍ଟିମିଟର ଲମ୍ବର ଏକ ଛୁଞ୍ଚି । ଏସ୍‌ସିବି ମେଡିକାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି...

ବୋଲଗଡ଼ ରୋଡ୍‌ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ

ବୋଲଗଡ଼,୨ା୯(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍‌ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର...

ଗରମ ଡାଲି ପଡ଼ି ଗୁରୁତର ହୋଇଥିଲେ ଛାତ୍ର: ଚାଲିଗଲା ଜୀବନ

ଟେନ୍‌ସା,୧୩।୩(ଡି.ଏନ୍‌.ଏ.): ଗରମ ଡାଲି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅକାଳରେ ଚାଲିଯାଇଛି ଜୀବନ। ଏପରିକି ଏକ ଘଟଣା ଘଟିଛି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

କର୍ଲାମୁଣ୍ଡା,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡ ବ୍ଲକ ରାଜୀବ ଗାନ୍ଧୀ ସେବା ଭବନଠାରେ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ...

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାରକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ...

Advertisement
Archives

Model This Week