Posted inUncategorized

ନିଟ୍‌ ପରୀକ୍ଷାରେ କେନ୍ଦୁଝରର ଦିବ୍ୟଜ୍ୟୋତି ଉତ୍ତୀର୍ଣ୍ଣ: ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ଲକ୍ଷ୍ୟ

କେନ୍ଦୁଝର:୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପସି ପଞ୍ଚାୟତ ଆହାରପସି ଗ୍ରାମର ଶୈରେନ୍ଦ୍ରୀ ମହାନ୍ତଙ୍କ ପୁଅ ଦିବ୍ୟଜ୍ୟୋତି ନିଟ୍‌ ପରୀକ୍ଷାରେ ୬୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭୮୬୨ତମ ଏବଂ ଓବିସି କୋଟାରେ ୨୭୪୭ତମ ସ୍ଥାନ ହାସଲ କରିଛନ୍ତି।
ସୂଚନାଯୋଗ୍ୟ, ସିବିଏସଇ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ଦିବ୍ୟଜ୍ୟୋତି ୯୪.୨% ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଜଣେ ମଧ୍ୟବିତ୍ତ ପରିବାରର ଛାତ୍ର ଦିବ୍ୟଜ୍ୟୋତି ଝୁମ୍ପୁରାସ୍ଥିତ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭକରି ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହଦଗଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଏ+ ଗ୍ରେଡରେ ଉତ୍ତୀର୍ଣ୍ଣ ହେବା ସହିତ ପ୍ରବେଶିକା ପରୀକ୍ଷା ଦେଇ ପୁଣେସ୍ଥିତ ଦକ୍ଷିଣା ଫାଉଣ୍ଡେସନ୍‌ରେ ଦ୍ବାଦଶଶ୍ରେଣୀରେ ଅଧ୍ୟୟନରତ ଥିଲେ। ଦିବ୍ୟଜ୍ୟୋତି ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବାପାଇଁ ଲକ୍ଷ୍ୟ ରଖିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

Rajib Pandit

Rajib Pandit

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ...

ଶ୍ରାବଣରେ ଜମି ଶୁଖିଲା

ଢେଙ୍କାନାଳ ଅଫିସ, ୧୮।୭  –  ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି। ରୁଆ, ବେଉଷଣ ପାଇଁ ଚାଷୀକୁ ତର ମିଳନ୍ତାନି। ହେଲେ ନିଅଣ୍ଟିଆ ବର୍ଷା ସବୁ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି) ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଏହାପରେ ପଡୋଶୀ ପାକିସ୍ତାନ,...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ...

କଟକଣା ମାନି ରଥଯାତ୍ରା ଆୟୋଜନ ହେଉ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ...


Coronavirus Update

Archives

Model This Week

Why Dharitri