ନିଜ ରେକର୍ଡ ଭାଙ୍ଗିଲା ଦୂରଦର୍ଶନ: ପୁଣିଥରେ ହେଲା ନମ୍ବର ୧

ନୂଆଦିଲ୍ଲୀ,୧୮।୪: କିଛିଦିନ ହେବ ଲୋକେ ବିଭିନ୍ନ ଘରୋଇ ଚ୍ୟାନେଲ ଆଡକୁ ମୁହାଁଇଥିବା ବେଳେ ଏବେ ପୁଣିଥରେ ଦର୍ଶକେ ଦୂରଦର୍ଶନକୁ ଆପଣାର କରି ନେଇଛନ୍ତି। ଏବେ ଦୂରଦର୍ଶନ ନିଜ ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। କରୋନା ଭଇରସ ଯୋଗୁ ଲକ୍‌ଡାଉନ ଥିବାରୁ ପ୍ରାୟ ସମସ୍ତ ଘରୋଇ ଚ୍ୟାନେଲର ଶୁଟିଂ ବନ୍ଦ ହୋଇଯାଇଛି। ଆଉ ଏହି ସମୟରେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଛି ଦୂରଦର୍ଶନ। ଏହାର ବଡ କାରଣ ହେଲା ପୁଣିଥରେ ଦୂରଦର୍ଶନ ପ୍ରସାର କରିଛି ‘ରାମାୟଣ’ ଓ ‘ମହାଭାରତ’। ପୁରୁଣା ହେଲେ ମଧ୍ୟ ଦର୍ଶକେ ଆଜିବି ଏହି ଧାରାବାହିକ ଦେଖିବାକୁ ଆଗ୍ରହ ରଖିଛନ୍ତି। ପ୍ରସାର ଭାରତି ଦ୍ୱାରା ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି କି ପୁଣିଥରେ ଟିଆର୍‌ପି ରେସ୍‌ରେ ସବୁଠାରୁ ଆଗରେ ରହିଛି ଦୂରଦର୍ଶନ। ଏକ ଫଟୋ ଶେୟାର କରି ପ୍ରସାର ଭାରତି କହିଛି ୧୩ତମ ସପ୍ତାହରେ ଦୂରଦର୍ଶନର ଭିୟୋରସିଶ୍‌ ଥିଲା ୧.୫ ବିଲିୟନ ଆଉ ୧୪ ତମ ସପ୍ତାହରେ ଏହା ୧.୯ ବିଲିୟନ ରହିଛି। ତେବେ ଲକ୍‌ଡାଉନ୍‌ ସମୟରେ ପୁରୁଣା ଧାରାବାହିକକୁ ପ୍ରସାରଣ କରିବାକୁ ଦୂରଦର୍ଶନ ଯେଉଁ ନିଷ୍ପତ୍ତି ନେଇଥିଲା ତାହା ଠିକ୍‌ ଥିଲା ବୋଲି କୁହାଯାଉଛି। ପ୍ରସାର ଭାରତିର ଏହି ଟୁଇଟ୍‌କୁ ନେଇ ଦର୍ଶକେ ସେମାନଙ୍କ ରିଆକସନ୍‌ ମଧ୍ୟ ଦେଉଛନ୍ତି। କେହି କେହି କହିଛନ୍ତି ‘ଶ୍ରୀକୃଷ୍ଣା’ ଧାରାବାହିକକୁ ବି ପୁଣିଥରେ ପ୍ରସାରଣ କରାଯାଉ। ଆଉ କେହି କେହି ରାମାୟଣ ମହାଭାରତ ଭଳି ଧାରାବାହିକ ପ୍ରସାରଣ କରିଥିବାରୁ ଦୂରଦର୍ଶନକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନମସ୍କାର ସଂସ୍କୃତି ଏବେ ଅନ୍ତର୍ଜାତୀୟ ସ୍ତରରେ: ବିଶ୍ୱନେତାଙ୍କୁ ବି ଆସିଲା ପସନ୍ଦ

ନୂଆଦିଲ୍ଲୀ,୧୫।୩ : ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ କୁହାଯାଉଥିବା ନମସ୍କାର ଏବେ ବିଶ୍ୱସ୍ତରରେ ପହଞ୍ଚିଛି। ନମସ୍କାର ପୃଥିବୀସାରା ବର୍ତ୍ତମାନ ଅଭିବାଦନର ଏକ ମାଧ୍ୟମ ପାଲଟିଛି। ଏହା...

ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା

କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି।...

ରାଷ୍ଟ୍ରପତିଙ୍କ ବଙ୍କେଟ ହଲ୍‌କୁ ସୋନିଆଙ୍କୁ କରାଗଲାନି ଆମନ୍ତ୍ରଣ

ନୂଆଦିଲ୍ଲୀ,୨୫।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ତାଙ୍କ ଗସ୍ତର...

ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ: ଗୋଟିଏ ଦିନ ପୂର୍ବରୁ ରାହୁଲଙ୍କ ସହ କରିଥିଲେ ରାଲି

ଚଣ୍ଡିଗଡ଼,୬ ।୧୦: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ସାରା ପଞ୍ଜାବ ସମେତ କଂଗ୍ରେସ ଦଳରେ...

ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ...

ଏହି କାରଣରୁ ଅଜୟ ଦେବଗନ୍‌ଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ କରିନା

ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି।...

ଉତ୍ତର ପ୍ରଦେଶରେ ଚାଲିଛି ‘ଗୁଣ୍ଡାରାଜ’: ରାହୁଲ

ନୂଆଦିଲ୍ଲୀ,୩।୭: ଉତ୍ତର ପ୍ରଦେଶରେ ଶୁକ୍ରବାର ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହୋଇଗଲାଣି ରାଜନୀତି। ଉତ୍ତର ପ୍ରଦେଶ କାନପୁରର ଏନ୍‌କାଉଣ୍ଟର ଘଟଣାରେ ୮ ପୋଲିସଙ୍କ...

କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୪।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରୁପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏସ୍‌ ସିଦ୍ଧରମେୟା କରୋନାରେ ପୀଡ଼ିତ ହୋଇଛନ୍ତି। ମଙ୍ଗଳାବର...

Seven Jackpot
Advertisement


Archives

Model This Week

Why Dharitri