ନିଜାମୁଦ୍ଦିନ ଧର୍ମସଭା ଖୋଳତାଡ଼: ପୁରୀ ଜିଲାର ଯୋଗଦେଇଥିଲେ ୩

ପୁରୀ ଅଫିସ,୨ା୪: କରୋନାକୁ ନେଇ ବିଶ୍ୱ ଥରହର। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ନୂଆ ନୂଆ ଦେଶକୁ ମାଡ଼ୁଛି ଏହି ପ୍ରାଣଘାତୀ ଭୂତାଣୁ । କରୋନା କବଳରୁ ରକ୍ଷା ପାଇବା ବିଶ୍ୱବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଭାରତରେ ବି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ ଡାଉନ ଜାରି ରହିଛି। ଏଭଳିସ୍ଥିତିରେ ଦେଶବାସୀଙ୍କ ଆଖିରୁ ନିଦ ହଜାଇଛି ନୂଆଦିଳ୍ଲୀର ନିଜାମୁଦ୍ଦିନ ଧର୍ମସଭା। ଏହାକୁ ନେଇ ସମଗ୍ର ଦେଶ ଏବେ ଭୟଭୀତ। ଏଥିରେ ଯୋଗଦେଇଥିବା ଲୋକମାନଙ୍କଠାରେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିଯାଇଛି। ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସତର୍କ କରାଇଥିବାବେଳେ ଏହାକୁ ନେଇ ପୁରୀ ଜିଲାରେ ଖୋଳତାଡ଼ କରୁଛି ଜିଲା ପ୍ରଶାସନ। ଏହି ଧର୍ମ ସଭାରେ ଜିଲାରୁ ବହୁ ସଂଖ୍ୟକ ଯୋଗଦେଇଥିବା ନେଇ ଚର୍ଚ୍ଚା ହେବା ପରେ ପ୍ରଶାସନିକ ଅଧିକାରୀ ବିଭିନ୍ନ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଏହି ଧର୍ମ ସଭାରେ ୩ଜଣ ଯୋଗଦେଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।
ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ନେଇ ବୁଧବାର ପ୍ରଶାସନିକ ଅଧିକାରୀ ଅସ୍ତରଙ୍ଗ ବ୍ଲକ ଏବଂ ଗୋପ ବ୍ଲକର କିଛି ଅଞ୍ଚଳକୁ ଯାଇ ପଚରାଉଚରା କରିଥିଲେ। ଯେଉଁମାନେ ଯାଇଥିଲେ ବୋଲି ଶୁଣିବାକୁ ପାଇଥିଲେ ସେମାନଙ୍କ ଯାତ୍ରାର ବିବରଣୀ ଆଦି ବିଷୟରେ ଖୋଳତାଡ଼ କରିଥିଲେ। ଫଳରେ ଏହାକୁ ନେଇ ଲୋକଙ୍କ ଭିତରେ ଏକପ୍ରକାର ଭୟର ବାତାରବଣ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ଏ ସମ୍ପର୍କରେ ଜିଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି । ଜିଲାପାଳ କହିଛନ୍ତି, ନିଜାମୁଦ୍ଦିନ ଧର୍ମସଭାରେ ମାର୍ଚ୍ଚ ୨୬ ତାରିଖରେ ପୁରୀ ଜିଲାର କାକଟପୁର, ପିପିଲି ନିମାପଡ଼ାରୁ ଜଣେ ଲେଖାଏ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରୁ କାକଟପୁର ଓ ପିପିଲିର ଦୁଇଜଣ ବ୍ୟକ୍ତି ଦିଲ୍ଲୀରେ କ୍ବାରାଣ୍ଟାଇନରେ ରହିଛନ୍ତି। ନିମାପଡ଼ାର ଜଣେ ବ୍ୟକ୍ତି ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଇଛନ୍ତି। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସମସ୍ତ ଘଟଣା ଉପରେ ନଜର ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ...

CORONAVIRUS UPDATE: ରାଜ୍ୟରେ ଆଉ ୩୦୫୩ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଶନିବାର ରାଜ୍ୟରୁ ୩୦୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭କୁ ବୃଦ୍ଧି ପାଇଛି।...

ବଜେଟ ଅଧିବେଶନ ଲାଗି ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଷୋଡ଼ଶ ବିଧାନସଭାର ୬ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ...

ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍‌

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍‌ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ...

ନୂଆ ବର୍ଷରୁ ଦକ୍ଷିଣ ଭାରତକୁ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ‘ଭାରତ ଦର୍ଶନ’ ପ୍ୟାକେଜରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳ ଅଞ୍ଚଳକୁ ସୁଲଭ ମୂଲ୍ୟରେ ‘ଟୁରିଷ୍ଟ ସ୍ପେଶାଲ...

ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ...

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା...

କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ...

Advertisement
Archives

Model This Week