ନିଜଠାରୁ ୩ ବର୍ଷ ବଡ ନାୟିକାଙ୍କୁ ପ୍ରେମ କରୁଛନ୍ତି ଭିକ୍କି !

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଲଭ୍‌, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍‌। ଏବେ ଏମିତି ଏକ ଗସିପ୍‌ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିକ୍କି କୌଶଲ। ବର୍ତ୍ତମାନ ସମୟରେ ବଲିଉଡ୍‌ ଦୁନିଆର ଜଣେ ଆଗଧାଡିର କଳାକାର। ନିଜ ପରିଶ୍ରମରେ ସେ ସଫଳତା ପାଇଥିବା ବେଳେ ଏବେ ତାଙ୍କ ନାଁ ସହ ଯେଉଁ ନାୟିକାଙ୍କ ନାମକୁ ଯୋଡି ଦିଆଯାଇଛି ସେ ତାଙ୍କଠାରୁ ବୟସରେ ୩ ବର୍ଷ ସାନ ବୋଲି ଜଣାପଡିଛି। ଅସଲ କଥା ହେଲା ଭିକ୍କି କୁଆଡେ ଏବେ ବଲିଉଡ୍‌ ବିୟୁଟି କ୍ୟାଟ୍ରିନା କୈଫଙ୍କ ପ୍ରେମରେ ପଡିଛନ୍ତି। ତେବେ ଏହି ଘଟଣା ଆଜିକାଲିର ନୁହେଁ ବରଂ ୨୦୧୮ ମସିହାରୁ ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଛି ବୋଲି କୁହାଯାଉଛି। ଶନିବାର ଭିକ୍କିଙ୍କ ୩୨ ତମ ଜନ୍ମଦିନ ଥିବାରୁ ତାଙ୍କ ପ୍ରଶଂସକମାନେ ପୁଣି ଥରେ ଏହି କଥାକୁ ମନେ ପକାଇଛନ୍ତି। ବଲିଉଡ୍‌ ମୁଭି ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ରେ ନ୍ୟାଶନାଲ ଆଓ୍ବାର୍ଡ ପାଇଥିବା ଭିକ୍କି ଏବେ କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିବା ଆଲୋଚନା ହେଉଥିଲେ ମଧ୍ୟ ଏମାନେ କିନ୍ତୁ କେହି କେବେ ଏକଥାକୁ ସ୍ବୀକାର କରି ନାହାନ୍ତି। ୨୦୧୮ରେ ଏକ ଆଓ୍ବାର୍ଡ ସେରିମନିରେ ସଲମାନଙ୍କ ସାମ୍ନାରେ ଭିକ୍କି କ୍ୟାଟ୍ରିନାଙ୍କୁ ପ୍ରପୋଜ କରିଥିବା ବେଳେ ଏହା ଯଦିଓ ହାସ୍ୟରୋଳ ସୃଷ୍ଟି କରିଥିଲା ଏବେ କିନ୍ତୁ ଏହା ଲୁଚିଛପି ଚାଲିଛି ବୋଲି ଆଲୋଚନା ହେଉଛି। ଏହାପରେ ଜୋୟା ଅଖତରଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ଉଭୟଙ୍କୁ ବହୁ ପାଖାପାଖି ଦେଖିବାକୁ ମିଳିଥିଲା। ଏହାପରେ ଆଲୋଚନା ହୋଇଥିଲା କି ଭିକ୍କି ଓ କ୍ୟାଟ୍ରିନା ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ ଏମାନେ ଏପର୍ଯ୍ୟନ୍ତ ଏହାକୁ ଖୋଲା ଖୋଲି କେବେବି ସ୍ବୀକାର କରି ନାହାନ୍ତି। କିନ୍ତୁ ଏମାନଙ୍କର କ୍ୟାମେରା ଆଢୁଆଳରେ ଲୁଚିଛପି ମିଳାମିଶା କରିବା, ଘଣ୍ଟା ଘଣ୍ଟା ଫୋନରେ କଥା ହେବା ଏବେବି ଆସେ ଚର୍ଚ୍ଚାକୁ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?