ନିଜଠାରୁ ୩ ବର୍ଷ ବଡ ନାୟିକାଙ୍କୁ ପ୍ରେମ କରୁଛନ୍ତି ଭିକ୍କି !

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଲଭ୍‌, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍‌। ଏବେ ଏମିତି ଏକ ଗସିପ୍‌ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିକ୍କି କୌଶଲ। ବର୍ତ୍ତମାନ ସମୟରେ ବଲିଉଡ୍‌ ଦୁନିଆର ଜଣେ ଆଗଧାଡିର କଳାକାର। ନିଜ ପରିଶ୍ରମରେ ସେ ସଫଳତା ପାଇଥିବା ବେଳେ ଏବେ ତାଙ୍କ ନାଁ ସହ ଯେଉଁ ନାୟିକାଙ୍କ ନାମକୁ ଯୋଡି ଦିଆଯାଇଛି ସେ ତାଙ୍କଠାରୁ ବୟସରେ ୩ ବର୍ଷ ସାନ ବୋଲି ଜଣାପଡିଛି। ଅସଲ କଥା ହେଲା ଭିକ୍କି କୁଆଡେ ଏବେ ବଲିଉଡ୍‌ ବିୟୁଟି କ୍ୟାଟ୍ରିନା କୈଫଙ୍କ ପ୍ରେମରେ ପଡିଛନ୍ତି। ତେବେ ଏହି ଘଟଣା ଆଜିକାଲିର ନୁହେଁ ବରଂ ୨୦୧୮ ମସିହାରୁ ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଛି ବୋଲି କୁହାଯାଉଛି। ଶନିବାର ଭିକ୍କିଙ୍କ ୩୨ ତମ ଜନ୍ମଦିନ ଥିବାରୁ ତାଙ୍କ ପ୍ରଶଂସକମାନେ ପୁଣି ଥରେ ଏହି କଥାକୁ ମନେ ପକାଇଛନ୍ତି। ବଲିଉଡ୍‌ ମୁଭି ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ରେ ନ୍ୟାଶନାଲ ଆଓ୍ବାର୍ଡ ପାଇଥିବା ଭିକ୍କି ଏବେ କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିବା ଆଲୋଚନା ହେଉଥିଲେ ମଧ୍ୟ ଏମାନେ କିନ୍ତୁ କେହି କେବେ ଏକଥାକୁ ସ୍ବୀକାର କରି ନାହାନ୍ତି। ୨୦୧୮ରେ ଏକ ଆଓ୍ବାର୍ଡ ସେରିମନିରେ ସଲମାନଙ୍କ ସାମ୍ନାରେ ଭିକ୍କି କ୍ୟାଟ୍ରିନାଙ୍କୁ ପ୍ରପୋଜ କରିଥିବା ବେଳେ ଏହା ଯଦିଓ ହାସ୍ୟରୋଳ ସୃଷ୍ଟି କରିଥିଲା ଏବେ କିନ୍ତୁ ଏହା ଲୁଚିଛପି ଚାଲିଛି ବୋଲି ଆଲୋଚନା ହେଉଛି। ଏହାପରେ ଜୋୟା ଅଖତରଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ଉଭୟଙ୍କୁ ବହୁ ପାଖାପାଖି ଦେଖିବାକୁ ମିଳିଥିଲା। ଏହାପରେ ଆଲୋଚନା ହୋଇଥିଲା କି ଭିକ୍କି ଓ କ୍ୟାଟ୍ରିନା ପରସ୍ପରକୁ ଡେଟ୍‌ କରୁଛନ୍ତି। ହେଲେ ଏମାନେ ଏପର୍ଯ୍ୟନ୍ତ ଏହାକୁ ଖୋଲା ଖୋଲି କେବେବି ସ୍ବୀକାର କରି ନାହାନ୍ତି। କିନ୍ତୁ ଏମାନଙ୍କର କ୍ୟାମେରା ଆଢୁଆଳରେ ଲୁଚିଛପି ମିଳାମିଶା କରିବା, ଘଣ୍ଟା ଘଣ୍ଟା ଫୋନରେ କଥା ହେବା ଏବେବି ଆସେ ଚର୍ଚ୍ଚାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri