ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ କାହାଣୀ ପାଲଟି ଯାଇଛି। ସରକାରୀ କାଗଜପତ୍ରରେ ସେ ମୃତ ଘୋଷିତ ହୋଇଛନ୍ତି। ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଦୀର୍ଘ ୨ ବର୍ଷ ହେଲା ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି। ତେବେ ତାଙ୍କୁ ସରକାରୀ ଭାବେ ଏପର୍ଯ୍ୟନ୍ତ ଜୀବିତ ଘୋଷଣା କରାଯାଇ ପାରିନାହିଁ। ସ୍ଥାନୀୟ ରତଲାମ୍‌ର ସ୍ବାତିପୁରାରେ ବାସ କରୁଥିବା ରେଖା ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟିଛି। ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସେ ପେନସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ପେନସନ୍‌ ତାଙ୍କୁ ମିଳିପାରିବ ନାହିଁ ବୋଲି ସରକାରୀ ବାବୁ କହିଥିଲେ। ସ୍ଥାନୀୟ ନଗର ନିଗମ କାର୍ଯ୍ୟାଳୟରେ ଥିବା କାଗଜପତ୍ରରେ ସ୍ବାମୀଙ୍କ ସହିତ ରେଖାଙ୍କ ମୃତ୍ୟୁ ଘଟିଥିବା ପଞ୍ଜିକରଣ କରାଯାଇଛି। ଏବେ ବାଧ୍ୟ ହୋଇ ରେଖା ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ତାଗିଦ୍‌ ପରେ ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ରେଖାଙ୍କୁ ଜୀବିତ ପ୍ରମାଣ ପତ୍ର ଦେବା ପାଇଁ ୧୫ ଦିନ ସମୟ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ଖବରଦାତାଙ୍କ ଉପରେ କଟକଣା: କେନ୍ଦ୍ର,ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ଖବରଦାତାମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରାଯିବା ସମେତ ସେମାନଙ୍କ ଉପରେ ଲାଗୁ ହୋଇଥିବା କଟକଣା ଉଠାଇଦେବା ପାଇଁ...

ଯୋଗ ଦିବସ ଉପଲକ୍ଷେ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କଲା ଏମ୍ସ

ନୂଆଦିଲ୍ଲୀ,୧୬।୬: ରାଜଧାନୀ ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌ (ଏଆଇଆଇଏମ୍‌ଏସ୍‌)ରବିବାର ସକାଳୁ ଏକ ଯୋଗ କର୍ମଶାଳାର ଅୟୋଜନ କରିଥିଲା। ଆସନ୍ତା ୨୧...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ...

କର୍ଣ୍ଣନଙ୍କୁ କରୋନା

ଚେନ୍ନାଇ, ୧୦ା୧୨: ମହିଳା ବିଚାରପତି ଓ ବିଚାରପତିଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ମାଡ୍ରାସ ଓ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି...

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା...

ଏହି ରାଜ୍ୟରେ ୩୨୦ କୋଭାକ୍ସିନ୍‌ ଡୋଜ୍‌ ଚୋରି…

ଜୟପୁର,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି...

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି।...

Advertisement
Archives

Model This Week