ଆସିକା,୫ା୧୨(ଡି.ଏନ୍.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା ପ୍ୟାଣ୍ଟସାର୍ଟ ଓ ଆଧାର କାର୍ଡ ସହ ଫଟୋ ଏବଂ ଏକ ପକେଟଖାତାରୁ ମୃତକ ନଳବଣ୍ଟାର ନାରାୟଣ ଡାକୁଆ (୩୫) ବୋଲି ଚିହ୍ନଟ କରାଯାଇଛି। କଙ୍କାଳକୁ ପୋଲିସ ଜବତ କରି ବ୍ରହ୍ମପୁର ବଡ ମେଡିକାଲ ଏଫଏମଟିକୁ ପଠାଇଛି। ଏ ନେଇ ନାରାୟଣଙ୍କ ବାପା ତାରିଣୀ ଚରଣ ଡାକୁଆଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ଆସିକା ଥାନାରେ ନଂ.୨୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ପ୍ରକାଶ ଯେ, ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ନାରାୟଣ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ନଭେମ୍ବର ୧ରେ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ. ୩୫/୧୯ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ବୁଧବାର ନଳବଣ୍ଟା ହାଇସ୍କୁଲ ପଛପାର୍ଶ୍ୱ ଜମି ଚାଷ କରିଥିବା ଚାଷୀଜଣକ ଧାନ କାଟିବାକୁ ଯାଇଥିବା ବେଳେ କଙ୍କାଳ, ଆଧାର କାର୍ଡ ଓ ଫଟୋ ପଡିଥିବା ଦେଖିଥିଲେ। ଆଧାର କାର୍ଡଟି ନାରାୟଣଙ୍କ ଜାଣିବା ପରେ ସେ ତାଙ୍କ ପରିବାରକୁ ଦେଇଥିଲେ। ନାରାୟଣଙ୍କ ପରିବାର ଲୋକେ ବିଲରେ ପଡ଼ିଥିବା ସାର୍ଟପ୍ୟାଣ୍ଟ ଓ କାଗଜପତ୍ରକୁ ଆଧାର କରି ମୃତଦେହ ଚିହ୍ନଟ କରିଥିଲେ। ଖବରପାଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଭାବେ ପୋଲିସ ଅନୁମାନ କରିଛି।
ଟିଡି ଟିକା ନେଇ ୨ ଛାତ୍ରୀ ଅଚେତ
ବ୍ରହ୍ମପୁର ଅଫିସ,୮ା୯-ସରକାରୀ ଯୋଜନାରେ ମାଗଣାରେ ଯୋଗାଣ ହେଉଥିବା ଟିଟାନସ ଡିପ୍ଥେରିଆ (ଟିଡ଼ି) ଟିକା ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଦୁଇଜଣ ଛାତ୍ରୀ ଅଚେତ ହୋଇପଡ଼ିଛନ୍ତି...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି
ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି...

ବଢୁଛି ଋଷିକୁଲ୍ୟାର ଜଳସ୍ତର: ଆତଙ୍କିତ ଅବସ୍ଥାରେ ୩ ପଞ୍ଚାୟତବାସୀ
ଶେରଗଡ଼,୬।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ତିନି ପଞ୍ଚାୟତ ପିତ୍ତଳ, ତହଁର, ବ୍ରାହ୍ମଣ ଦେଇ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଏବେ ନଦୀର ଜଳସ୍ତର ବଢିବାରେ...

ଦୋକାନ ସଟର୍ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା
ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା...

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା
ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର...

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ
ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର
ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ...

ଗୋଟିଏ ରାତିରେ ୫ ଘରୁ ଲୁଟ୍
ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା...