Posted inଜାତୀୟ

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ ପହଞ୍ଚତ୍ଥିଲେ। ଜୟଶଙ୍କର ମଙ୍ଗଳବାର ପ୍ରଥମ ରାଜ୍ୟ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଗୁଜରାଟ ଭାଜପା ଓବିସି ସେଲ୍‌ ଅଧ୍ୟକ୍ଷ ଯୁଗଲ୍‌ଜୀ ଠାକୁର ଦ୍ୱିତୀୟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ରିଟର୍ନିଂ ଅଫିସର ସି.ବି. ପାଣ୍ଡେୟଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ଭାଜପା ରାଜ୍ୟ ସଭାପତି ଜୁତୁ ବଘାନୀ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ୬୪ ବର୍ଷୀୟ ଜୟଶଙ୍କର ମୋଦି ସରକାରଙ୍କ ପ୍ରଥମ ପାଳିରେ ବହିର୍ବ୍ୟାପାର ସଚିବ ଭାବେ କାର୍ଯ୍ୟକରିଥିଲେ। ଦ୍ୱିତୀୟ ପାଳି ସରକାରରେ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି। ନିୟମାନୁସାରେ ପାର୍ଲାମେଣ୍ଟର ସଦସ୍ୟ ନ ଥିବା ଜଣେ ମନ୍ତ୍ରୀଙ୍କୁ ଶପଥ ନେବାର ୬ ମାସ ମଧ୍ୟରେ ଗୃହକୁ ନିର୍ବାଚିତ ହେବାକୁ ପଡ଼ିଥାଏ। ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷଦିନ ଥିବାବେଳେ ଜୁନ୍‌ ୨୬ରେ ଯାଞ୍ଚ କରାଯିବ। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷଦିନ ହେଉଛି ଜୁନ୍‌ ୨୮। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଦୁଇ ଆସନରେ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ହେବାକୁ ଥିବାରୁ ଆସନସଂଖ୍ୟା ଦୃଷ୍ଟିରୁ ଭାଜପା ଜିତିବା ସମ୍ଭାବନା ରହିଛି। କଂଗ୍ରେସ ଦୁଇଟି ରାଜ୍ୟ ସଭା ଆସନ ପାଇଁ ଗୌରବ ପାଣ୍ଡେୟ ଓ ଚନ୍ଦ୍ରିକା ଚୂଡ଼ାସମାଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଟୁଇଟ୍‌ ପାଇଁ କ୍ଷମା ମାଗିଲେ ହେମା

ମୁମ୍ବାଇ: ଆସାମର ସବୁଠୁ ବଡ଼ ପର୍ବ ହେଲା ‘ବିହୁ’। ଏହି ପର୍ବ ପ୍ରତିବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପଡିଥାଏ। ଫସଲ ଅମଳ ଆରମ୍ଭ ହେବା ସମୟକୁ...

ଗୋଟିଏ ବ୍ଲାକବୋର୍ଡରେ ପଢାଯାଉଛି ହିନ୍ଦୀ-ଉର୍ଦ୍ଦୁ

ପାଟନା,୧୯ ।୫: ଦେଶରେ ବିଭିନ୍ନ ଧର୍ମର ଲୋକେ ଏକାଠି ରହୁଥିବା ବେଳେ ଏଠାରେ ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ବି ରହିଛି । ନିକଟରେ ସୋସିଆଲ...

ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି

ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର...

ମୂଲ୍ୟହୀନ ହୋଇ ପଡ଼ିଲା ମମତା; ପୁଅ ଚାପୁଡାରେ ଚାଲିଗଲା ମା’ର ଜୀବନ

ନୂଆଦିଲ୍ଲୀ,୧୭।୩ : ପୁଅ ଚାପୁଡ଼ାରେ ଚାଲି ଯାଇଛି ୭୬ ବର୍ଷୀୟା ମା’ର ଜୀବନ। ଏହି ଘଟଣା ଦ୍ୱାରକାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବତାର...

ସୋନାଲୀଙ୍କ ମତ୍ୟୁ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: କ୍ଲବ ମାଲିକ ଗିରଫ

ପଣଜୀ,୨୭।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ...

୭୦ ଟ୍ରେନିଂ ବିମାନ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଚଏଏଲ ମଧ୍ୟରେ ଚୁକ୍ତି…

ନୂଆଦିଲ୍ଲୀ,୭।୩ : ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ୭୦ ଏଚଟିଟି-୪୦ ଟ୍ରେନିଂ ବିମାନ କ୍ରୟ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି।...

କରୋନା ଭାଇରସ ଯୋଗୁ କ୍ୟାସ୍‌ଲେସ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚି ସାରିଥିବା ବେଳେ ଭାରତରେ ମଧ୍ୟ ଏହା ପହଞ୍ଚି ଯାଇଛି। ସମୟ କ୍ରମେ ଭାରତରେ ଏହା କାୟା...

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ...

Advertisement
Archives

Model This Week