ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୫ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସେ ଅଭିଯୁକ୍ତ ଶରତ ସାହୁଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଭିଯୁକ୍ତ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ରହିଛି।
ଘଟଣାରୁ ପ୍ରକାଶ, ପାଟପୁର ଥାନା ଅଞ୍ଚଳରେ ୨୦୧୭ ମେ ୨୪ରେ ଜଣେ ୫ ବର୍ଷର ନାବାଳିକାଙ୍କୁ ଶରତ ଘରକୁ ଡାକି ବଳାତ୍କାର କରିଥିଲେ। ରକ୍ତାକ୍ତ ଅବସ୍ଥାରେ ପୀଡ଼ିତା କାନ୍ଦି କାନ୍ଦି ଘରକୁ ଫେରି ତାଙ୍କ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଗୁରୁତର ନାବାଳିକାଙ୍କୁ ଚିକିତ୍ସା କରାଯାଇଥିଲା। ଏ ନେଇ ପୀଡିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ. ୮୦/୧୭) ରୁଜୁ କରି ଅଭିଯୁକ୍ତ ଶରତଙ୍କୁ ଗିରଫ କରିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶୃଙ୍ଖଳିତ ସୁରଟ ଫେରନ୍ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ଦିଗପହଣ୍ଡି,୬ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ବାଳିକା ହାଇସ୍କୁଲ ପରିସରରେ ଥିବା କ୍ବାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ...

ସାଧୁ ବେଶରେ ଲୁଚିଥିଲେ ୨୨ ବର୍ଷ

ବ୍ରହ୍ମପୁର,୨।୭(ସୁବାସ ଚନ୍ଦ୍ର ପାଢ଼ୀ)ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜୁରାଟ ରାଜ୍ୟର ସୁରଟରେ ୨୦୦୧ରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛନ୍ତି। ସୁରଟ ପୋଲିସର...

ଏମ୍‌କେସିଜିରେ କରୋନା ଭାଇରସ ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ବ୍ରହ୍ମପୁର ଅଫିସ,୨୯ା୧: ଚାଇନାରୁ ଚିହ୍ନଟ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜିରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି...

ଗଳାକାଟି ହତ୍ୟା ଘଟଣା: ବଡ଼ବାପା ପୁଅ ଭାଇ ଗିରଫ

ବୁଗୁଡ଼ା,୨୯ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇ ନିଲୁ ପାତ୍ର (୧୫)ଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ...

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ...

ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ...

ମାମୁଁ ଘର ଯାଇଥିଲେ: ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଜୀବନ

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜିନିଗୁଡ଼ା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ...

ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୨ ସ୍ବାଧୀନ ପ୍ରାର୍ଥୀ

ଗଞ୍ଜାମ,୧୪।୩(ଡି.ଏନ୍‌.ଏ.): ଆଗାମୀ ୨୪ ତାରିଖରେ ପୌରନିର୍ବାଚନ ହେବ। ଏ ନେଇ ଗଞ୍ଜାମ ଏନ୍‌ଏସିରେ ଚୂଡାନ୍ତ ପାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର...

Advertisement
Archives

Model This Week