ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ

ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଏହି ଘଟଣାରେ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗତକାଲି ରାତିରେ ପୀଡିତା ଏସପି, ଡିଆଇଜଙ୍କ ସହିତ ସମ୍ପୃକ୍ତ କ୍ୱାର୍ଟର୍ସରେ ପହଞ୍ଚତ୍ ଚିହ୍ନଟ କରିଥିଲେ। ଏହି କ୍ୱାର୍ଟର୍ସ(ପି-୧୦୫) ତାଙ୍କ ସ୍ତ୍ରୀ ନାମରେ ରହିଛି। ସେ ବ୍ରହ୍ମଗିରି ଥାନାରେ କନେଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷେ ପୀଡିତାଙ୍କ ମା’ବାପା ମଧ୍ୟ ସେଠାରେ ପହଞ୍ଚତ୍ଛନ୍ତି। ବାସେଲି ସାହି ଥାନାରେ ପୀଡିତାଙ୍କ ପରିବାର ସହ ପୋଲିସ ଜେରା କରୁଛି।
ମିିଳିଥିବା ସୂଚନା ଅନୁଯାୟୀ, ନାବାଳିକା କାକଟପୁର ଯିବା ଲାଗି ନିମାପଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ଫାଙ୍କା ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି କାରରେ ଆସି ତାଙ୍କ ନିକଟରେ ପହଞ୍ଚତ୍ଥିଲେ। ଏଠି କାହିଁକି ଏକାକି ଠିଆ ହୋଇଛନ୍ତି ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପରିଚୟ ପତ୍ର ଦେଖାଇଥିଲେ। ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ଯୁବତୀ ପୋଲିସ ପରିଚୟ ପାଇବା ପରେ ତାଙ୍କ ଉପରେ ଭରସା କରି କାରରେ ବସିଥିଲେ। ଏହି ସମୟରେ କାର ଭିତରେ ଅନ୍ୟ ୩ ଜଣ ଯୁବକ ବସିଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ଝାଡେଶ୍ୱର ଛକସ୍ଥିତ ପୋଲିସ କଲୋନୀସ୍ଥିତ ଏକ କ୍ୱାର୍ଟର୍ସକୁ ଆଣିଥିଲେ। ସେଠାରେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୀଡିତା ସେଠାରୁ କୌଶଳ କ୍ରମେ ଖସି ଆସି କୁମ୍ଭାରପଡା ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଆଶଙ୍କାରେ ଥାନାରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୯/୪(ବ୍ୟୁରୋ): ଶୁକ୍ରବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦିନିକିଆ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ...

ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଡିଓଙ୍କ ନିଲମ୍ବନ ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଲଙ୍ଗଳେଶ୍ୱର, ୨୭।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା ଇତିମଧ୍ୟରେ ୧୩ ଦିନ ପୂରିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ କରି...

୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ...

ପୂରଣ ହୋଇପାରୁନି ଓଡ଼ିଶା କୋଟା

ଯାଜପୁର ଅଫିସ,୧୨ା୩: ପ୍ରତିରକ୍ଷା ସେବାରେ ଆଗ୍ରହୀ ଛାତ୍ରୀଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନ୍‌ରେ ଜାନୁୟାରୀ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଯୋଗ୍ୟତା ପରୀକ୍ଷା ଆସନ୍ତା...

ମେ’ ୨୬ରେ ଲଗ୍ନଧରା, ଜୁନ୍‌ ୬ରେ ବାହାଘର

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଲୋକକଳା, ଲୋକସଂସ୍କୃତି, ଲୋକସାହିତ୍ୟ ଓ ଲୋକ ପରମ୍ପରାର ଅଦ୍ୱିତୀୟ ଲୋକପର୍ବ। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଏଭଳି...

ଦୀଘା ବେଳାଭୂମି ସିଲ୍‌

ଭୋଗରାଇ,୪ ।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ସୌନ୍ଦର୍ଯ୍ୟମୟୀ ଦୀଘା ବେଳାଭୂମିକୁ ସେଠାକାର ସରକାର କୋଭିଡ୍‌ ନିର୍ଦ୍ଦେଶିକା ମାନି ପ୍ରଶାସନ ସୋମବାରଠାରୁ ୧୫ତାରିଖ ପର୍ଯ୍ୟନ୍ତ...

ଶାଳଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ସୋମବାର ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ...

ଭଦ୍ରକରେ ବନ୍ୟା,୧୧୩ ଗାଁ ପ୍ରଭାବିତ

ଭଦ୍ରକ ଅଫିସ, ୨୮ା୮- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week