ନବରଙ୍ଗପୁର ଜିଲାର ୪ ନିର୍ବାଚନମଣ୍ଡଳୀ:ବିଜେଡିକୁ ୩, ଭାଜପାକୁ ଗୋଟିଏ

ନବରଙ୍ଗପୁର,୨୪-୫(ବି.ପ୍ର):୨୦୧୯ ସାଧାରଣ ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ରାଜନୀତି ବିଶେଷଜ୍ଞଙ୍କ ଅଙ୍କକଷା କେଉଁଠି ଠିକ ହୋଇଛି ତ ଆଉ କେଉଁଠି ଭୁଲ ହୋଇଛି ା ଫଳାଫଳକୁ ନେଇ ଏବେ ଦଳ, ପ୍ରାର୍ଥୀ ଓ ସମର୍ଥକ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି। ବିଜୟୀ ପ୍ରାର୍ଥୀ ବାଣ ଫୁଟାଇ ଶୋଭାଯାତ୍ରା କରୁଥିବା ବେଳେ ପରାଜିତ ପ୍ରାର୍ଥୀ କେଉଁ ବୁଥ ଓ କେଉଁ ଅଞ୍ଚଳରେ ଭୋଟର ସେମାନଙ୍କୁ ଚାହଁିଲେ ନାହିଁ ତାହାକୁ ନେଇ ଆଲୋଚନା କରୁଛନ୍ତି। ନବରଙ୍ଗପୁର ଜିଲାର ୪ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡି ୩ଟି ଓ ଭାଜପା ଗୋଟିଏରେ ବିଜୟୀ ହୋଇଛି। ତେବେ କଂଗ୍ରେସ ଖାତା ଖୋଲି ପାରି ନାହିଁ। ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁରେ ବିଜେଡି ବିଜୟୀ ହୋଇଛି। ଉମରକୋଟରେ ଭାଜପା ଖାତା ଖୋଲିଛି। ୨୦୧୪ ନିର୍ବାଚନରେ କଂଗ୍ରେସ ହାତରେ ଥିବା ଡାବୁଗାଁ ଆସନକୁ ବିଜେଡି ହାତେଇବାରେ ସକ୍ଷମ ହୋଇଛି। ସେହିପରି ବିଜେଡି ହାତରେ ଥିତ୍ବା ଉମରକୋଟ ଆସନ ଭାଜପା ସପକ୍ଷରେ ଯାଇଛି।
ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ଭାଜପା ପ୍ରାର୍ଥୀ ଗୌରୀ ଶଙ୍କର ମାଝୀଙ୍କ ଠାରୁ ୭,୦୫୨ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି। ସଦାଶିବ ୬୪, ୮୩୭ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଗୌରୀ ଶଙ୍କର ୫୭, ୭୫୮ ଭୋଟ ପାଇଛନ୍ତି। କଂଗ୍ରେସର ସଦନ ନାୟକ ୫୪,୯୦୭ ଭୋଟ ପାଇଛନ୍ତି। ସ୍ବାଧିନ ପ୍ରାର୍ଥୀ ବେଦବ୍ୟାସ ଭତରା ୫,୯୪୬ ଭୋଟ ପାଇଛନ୍ତିି ା ନୋଟାରେ ୩ ,୯୩୬ ଖଣ୍ଡ ଭୋଟ ପଡିଛି। ବିଜୟ ପରେ ସଦାଶିବ ସମସ୍ତ ଭୋଟର ଓ ବିଜେଡି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ା ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ଗମନାଗମନର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ା
ସେହିଭଳି ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝି କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କ ଠାରୁ ୩୧,୨୭୫ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ା ପ୍ରକାଶ ୭୭, ୭୧୯ ଖଣ୍ଡ ଭୋଟ ଓ ଉଲଧର ୪୬, ୪୪୪ ଭୋଟ ପାଇଛନ୍ତିି ା ଭାଜପା ପ୍ରାର୍ଥୀ ପର୍ଶୁରାମ ମାଝୀ ୩୯, ୫୨୭ ଭୋଟ ଓ ସ୍ବାଧିନ ପ୍ରାର୍ଥୀ ସୁନିତା ବାଞ୍ଜରା ୪,୯୮୩ ଭୋଟ ପାଇଛନ୍ତି। ନୋଟାରେ ୫,୬୮୯ ଭୋଟ ପଡିଛି।
ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ା ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ଗଣ୍ଡଙ୍କ ଠାରୁ ୯, ୭୬୩ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତିି ା ନିତ୍ୟାନନ୍ଦ ୫୯,୬୬୩ ଭୋଟ, ସୁବାଷ ୪୯,୯୦୦ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀନୀ ଯଶୋଦା ଗଣ୍ଡ ୩୨ ,୩୦୭ ଭୋଟ, ବିଏସପି ପ୍ରାର୍ଥୀ ସୁଦର ଭତରା ୩ ,୭୩୬ ଭୋଟ ଓ ସମତା କ୍ରାନ୍ତି ଦଳର ଲଖବରାମ ଗଣ୍ଡ ୨,୯୬୦ ଭୋଟ ପାଇଛନ୍ତି ା ୪,୧୮୦ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରି ନାହାନ୍ତି। ବିଜୟ ପରେ ନିତ୍ୟାନନ୍ଦ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନମଣ୍ଡଳୀର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶକୁ ପ୍ରାଧାନ୍ୟ ଦେବି ବୋଲି କହିଛନ୍ତି। ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ପ୍ରାର୍ଥୀ ଭୂଜବଳ ମାଝିଙ୍କଠାରୁ ୭ ,୩୯୨ ଭୋଟରେ ବିଜୟୀ ହୋଇଛନ୍ତି। ମନୋହର ୭୩, ୨୦୦ ଖଣ୍ଡ ଭୋଟ, ଭୂଜବଳ ୬୫, ୮୦୮ ଖଣ୍ଡ ଭୋଟ ପାଇଛନ୍ତି ା ଭାଜପା ପ୍ରାର୍ଥୀ ପଦ୍ମନ ନାୟକ ୧୬ ,୩୩୫ ଭୋଟ, ବିଏସପିର ଡମୁସିଂ ମାଝୀ ୨,୧୨୦ ଭୋଟ , ସ୍ବାଧିନ ପ୍ରାର୍ଥୀ ମନୋହର ରନ୍ଧାରୀ ୩, ୪୦୭ ଭୋଟ ପାଇଛନ୍ତି ା ନୋଟାରେ ୩ ,୭୯୯ ଭୋଟ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?