ନବରଙ୍ଗପୁର ଜିଲାର ୪ ନିର୍ବାଚନମଣ୍ଡଳୀ:ବିଜେଡିକୁ ୩, ଭାଜପାକୁ ଗୋଟିଏ

ନବରଙ୍ଗପୁର,୨୪-୫(ବି.ପ୍ର):୨୦୧୯ ସାଧାରଣ ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ରାଜନୀତି ବିଶେଷଜ୍ଞଙ୍କ ଅଙ୍କକଷା କେଉଁଠି ଠିକ ହୋଇଛି ତ ଆଉ କେଉଁଠି ଭୁଲ ହୋଇଛି ା ଫଳାଫଳକୁ ନେଇ ଏବେ ଦଳ, ପ୍ରାର୍ଥୀ ଓ ସମର୍ଥକ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି। ବିଜୟୀ ପ୍ରାର୍ଥୀ ବାଣ ଫୁଟାଇ ଶୋଭାଯାତ୍ରା କରୁଥିବା ବେଳେ ପରାଜିତ ପ୍ରାର୍ଥୀ କେଉଁ ବୁଥ ଓ କେଉଁ ଅଞ୍ଚଳରେ ଭୋଟର ସେମାନଙ୍କୁ ଚାହଁିଲେ ନାହିଁ ତାହାକୁ ନେଇ ଆଲୋଚନା କରୁଛନ୍ତି। ନବରଙ୍ଗପୁର ଜିଲାର ୪ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡି ୩ଟି ଓ ଭାଜପା ଗୋଟିଏରେ ବିଜୟୀ ହୋଇଛି। ତେବେ କଂଗ୍ରେସ ଖାତା ଖୋଲି ପାରି ନାହିଁ। ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁରେ ବିଜେଡି ବିଜୟୀ ହୋଇଛି। ଉମରକୋଟରେ ଭାଜପା ଖାତା ଖୋଲିଛି। ୨୦୧୪ ନିର୍ବାଚନରେ କଂଗ୍ରେସ ହାତରେ ଥିବା ଡାବୁଗାଁ ଆସନକୁ ବିଜେଡି ହାତେଇବାରେ ସକ୍ଷମ ହୋଇଛି। ସେହିପରି ବିଜେଡି ହାତରେ ଥିତ୍ବା ଉମରକୋଟ ଆସନ ଭାଜପା ସପକ୍ଷରେ ଯାଇଛି।
ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ଭାଜପା ପ୍ରାର୍ଥୀ ଗୌରୀ ଶଙ୍କର ମାଝୀଙ୍କ ଠାରୁ ୭,୦୫୨ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି। ସଦାଶିବ ୬୪, ୮୩୭ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଗୌରୀ ଶଙ୍କର ୫୭, ୭୫୮ ଭୋଟ ପାଇଛନ୍ତି। କଂଗ୍ରେସର ସଦନ ନାୟକ ୫୪,୯୦୭ ଭୋଟ ପାଇଛନ୍ତି। ସ୍ବାଧିନ ପ୍ରାର୍ଥୀ ବେଦବ୍ୟାସ ଭତରା ୫,୯୪୬ ଭୋଟ ପାଇଛନ୍ତିି ା ନୋଟାରେ ୩ ,୯୩୬ ଖଣ୍ଡ ଭୋଟ ପଡିଛି। ବିଜୟ ପରେ ସଦାଶିବ ସମସ୍ତ ଭୋଟର ଓ ବିଜେଡି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ା ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ଗମନାଗମନର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ା
ସେହିଭଳି ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝି କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କ ଠାରୁ ୩୧,୨୭୫ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ା ପ୍ରକାଶ ୭୭, ୭୧୯ ଖଣ୍ଡ ଭୋଟ ଓ ଉଲଧର ୪୬, ୪୪୪ ଭୋଟ ପାଇଛନ୍ତିି ା ଭାଜପା ପ୍ରାର୍ଥୀ ପର୍ଶୁରାମ ମାଝୀ ୩୯, ୫୨୭ ଭୋଟ ଓ ସ୍ବାଧିନ ପ୍ରାର୍ଥୀ ସୁନିତା ବାଞ୍ଜରା ୪,୯୮୩ ଭୋଟ ପାଇଛନ୍ତି। ନୋଟାରେ ୫,୬୮୯ ଭୋଟ ପଡିଛି।
ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ା ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ଗଣ୍ଡଙ୍କ ଠାରୁ ୯, ୭୬୩ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତିି ା ନିତ୍ୟାନନ୍ଦ ୫୯,୬୬୩ ଭୋଟ, ସୁବାଷ ୪୯,୯୦୦ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀନୀ ଯଶୋଦା ଗଣ୍ଡ ୩୨ ,୩୦୭ ଭୋଟ, ବିଏସପି ପ୍ରାର୍ଥୀ ସୁଦର ଭତରା ୩ ,୭୩୬ ଭୋଟ ଓ ସମତା କ୍ରାନ୍ତି ଦଳର ଲଖବରାମ ଗଣ୍ଡ ୨,୯୬୦ ଭୋଟ ପାଇଛନ୍ତି ା ୪,୧୮୦ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରି ନାହାନ୍ତି। ବିଜୟ ପରେ ନିତ୍ୟାନନ୍ଦ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନମଣ୍ଡଳୀର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶକୁ ପ୍ରାଧାନ୍ୟ ଦେବି ବୋଲି କହିଛନ୍ତି। ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ପ୍ରାର୍ଥୀ ଭୂଜବଳ ମାଝିଙ୍କଠାରୁ ୭ ,୩୯୨ ଭୋଟରେ ବିଜୟୀ ହୋଇଛନ୍ତି। ମନୋହର ୭୩, ୨୦୦ ଖଣ୍ଡ ଭୋଟ, ଭୂଜବଳ ୬୫, ୮୦୮ ଖଣ୍ଡ ଭୋଟ ପାଇଛନ୍ତି ା ଭାଜପା ପ୍ରାର୍ଥୀ ପଦ୍ମନ ନାୟକ ୧୬ ,୩୩୫ ଭୋଟ, ବିଏସପିର ଡମୁସିଂ ମାଝୀ ୨,୧୨୦ ଭୋଟ , ସ୍ବାଧିନ ପ୍ରାର୍ଥୀ ମନୋହର ରନ୍ଧାରୀ ୩, ୪୦୭ ଭୋଟ ପାଇଛନ୍ତି ା ନୋଟାରେ ୩ ,୭୯୯ ଭୋଟ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri