ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ ଥିଲା। ରକ୍ତଜନିତ ରୋଗ ସହ ଯକୃତ ଖରାପ ହେବା ଯୋଗୁ ତା’ର ଚିକିତ୍ସା କରାଯାଉଥିଲା।

୨୦୦୪ ଜୁଲାଇରେ ଭଞ୍ଜନଗରରୁ ୩/୪ମାସର ହୋଇଥିବା ସୂରଜ ନନ୍ଦନକାନନକୁ ଆସିଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ଅଣ୍ଡିରା, ୨ଟି ମାଈ କଲରାପତାରିଆ ବାଘ ରହିଛନ୍ତି। ନନ୍ଦନକାନନକୁ ୪ ଅଣ୍ଡିରା ଏସୀୟ ସିଂହ ଓ ଏକ ହଳ କୋକିଶିଆଳି କାନନପେଣ୍ଡାରୀ ଚିଡ଼ିଆଖାନା ବିଳାସପୁର, ଛତିଶଗଡ଼ରୁ ଆସି ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି। ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଏମାନେ ଆସିଥିବା ଜଣାପଡ଼ିଛି। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡ଼ିବ। ଫଳରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇ ୧୫ ଓ କୋକିଶିଆଳି ସଂଖ୍ୟା ୫ରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ବୋଝେଇ ପିକ୍‌ଅପ୍‌ ଜବତ: ଜଣେ ଗିରଫ

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ସହର ଭାଲୁକି ପତଳା ସାହିରୁ ସୋମବାର ସକାଳେ ଟାଉନ ଥାନା ପୋଲିସ ଏକ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଗାଡ଼ି...

ମୌଳିକ ସୁବିଧା ଦାବିରେ ଅନଶନ

ସାରସକଣା,୬ା୨- ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ବସ୍‌ଷ୍ଟାଣ୍ଡଠାରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ଦାସ ଆମରଣ ଅନଶନରେ...

ବିଦ୍ୟୁତ୍‌ ବିଲ୍‌ ପୈଠ ପରେ ବି ଲାଗିଲାନି ଟ୍ରାନ୍ସଫର୍ମର

କୋକସରା,୩୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ଗୁଡ଼ା ଗ୍ରାମରେ ଲାଗିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଜୁଲାଇ ୭ରୁ ବଜ୍ରପାତରେ ପୋଡ଼ି ଯାଇଥିଲା। ପରେ ଗ୍ରାମବାସୀ କୋକସରା ବ୍ଲକ...

କାମାକ୍ଷାନଗର କୃଷି ଜିଲାରେ କର୍ମଚାରୀ ମରୁଡ଼ି : ବିନା ମୁରବିରେ ଚାଲିଛି

କାମାକ୍ଷାନଗର, ୯।୬ – ଶୁଭିଲାଣି ମୌସୁମୀର ପଦଧ୍ୱନି। ଅଖିମୁଠି ଅନୁକୂଳ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀ। ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ...

ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି...

ସଂଶୋଧିତ ଭୋଟର ତାଲିକା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୧୯।୧୨ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା...

ବଚସାରୁ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଖୋର୍ଦ୍ଧା ଅଫିସ,୩।୭: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଚତରାଶଙ୍ଖ ନିକଟରେ ଶନିବାର ଅପରାହ୍ନରେ ସାମାନ୍ୟ ବଚସାରୁ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ...

ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ

ବ୍ରହ୍ମପୁର ଅଫିସ,୨୮ା୭-ପରିବେଶ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବିନା କାରଣରେ ଗଛ କାଟିବାକୁ କଟକଣା ଜାରି କରାଯାଇଛି। ପରିବେଶବିତ୍‌ମାନେ...

Advertisement
Archives

Model This Week