ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍‌

ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଗ୍ରେଟର ନଏଡାର ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣ ରୋଗୀଙ୍କ ରକ୍ତ ନମୁନା ଚର୍ତୁଥ ଥର ଯାଞ୍ଚ ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ନଏଡାର ସେକ୍ଟର-୧୩୭ ଅଞ୍ଚଳରେ ରହୁଥିବା ୨୧ ବର୍ଷୀୟ ଯୁବତୀ ଓ ସେକ୍ଟର-୧୨୮ର ଯୁବକଙ୍କ ୨ଟି ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପୁଣି ଥରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତ ୩ ଦିନ ତଳେ ୨ଜଣଙ୍କୁ ଚିକିତ୍ସା କରାଯାଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ ପୁଣି ଥରେ ସଂକ୍ରମିତ ହେବାରୁ ଦୁହିଁଙ୍କୁ ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। କରୋନା ସଂକ୍ରମଣରେ ସୁସ୍ଥ ହେବା ପରେ ରୋଗୀ ପୁଣି ଥରେ ସଂକ୍ରମିତ ହେବା ଘଟଣା ଏବେ ଡାକ୍ତରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ସେମାନଙ୍କ ସମ୍ମୁଖରେ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅପରପକ୍ଷେ ଏହା କେଉଁ କାରଣରୁ ହେଉଛି ସେନେଇ ବିଶେଷଜ୍ଞ ତଥ୍ୟ ଖୋଜିବାରେ ଲାଗିପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଖରାପ ଫିଲ୍ମ ଦେଖିବା ପାଇଁ ବ୍ୟବହୃତ ହେଉଛି ଇଣ୍ଟରନେଟ୍‌: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୯।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ଏହା ଦ୍ୱାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ି...

ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନାକୁ କ୍ରୁରତା ଭାବେ ବିବେଚନା କରାଯିବ, ହାଇକୋର୍ଟ…

ଚେନ୍ନାଇ, ୨।୨ : ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯାହା...

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ...

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୩୯୨

ନୂଆଦିଲ୍ଲୀ,୧।୬: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୮,୩୯୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

ବାଂଲାଦେଶ ଆତଙ୍କବାଦୀ ଅବ୍‌ଦୁଲ କରିମ ଗିରଫ

କୋଲକତା,୨୯।୫: ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ-ମୁଜାହିଦୀନର ସଦସ୍ୟ ଅବ୍‌ଦୁଲ କରିମଙ୍କୁ କୋଲକତା ପୋଲିସର ସ୍ପେସାଲ ଟାସ୍କ ଫୋର୍ସ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରୁ କରିମଙ୍କୁ...

କରୋନା ଭାଇରସ: ସରକାର ଜାରି କଲେ ହ୍ବାଟସ୍‌ ଆପ୍‌ ହେଲ୍ପଡେସ୍କ

ନୂଆଦିଲ୍ଲୀ,୨୦।୩: କରୋନା ଭାଇରସରେ ଏବେ ଭାରତରେ ପାଖାପାଖି ୨୦୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହେଲାଣି। ଏହି କରୋନାକୁ ନେଇ ଲୋକେ...

ମହାମାରୀ ବିଗାଡ଼ିଲା ମହିଳାଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪ା୮: କରୋନା ମହାମାରୀ ସାରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏହା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବାବେଳେ ଲକ୍‌ଡାଉନ ଯୋଗୁ କଳକାରଖାନା ଏବଂ ଦୋକାନ...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

Advertisement
Archives

Model This Week