Posted inଖେଳ

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍‌ସଙ୍କ ଏହି ଷ୍ଟଣ୍ଟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକମାନେ ଏପରି ମଜ୍ଜିଯାଇଥିଲେ ଯେ, ପ୍ରତି ୧୦ ମିନିଟରେ ବ୍ରେକ୍‌ ନେବାକୁ ଥିଲେ ହେଁ ଧେର୍‌ସ ତାହା ଭୁଲିଯାଇଥିଲେ। ଯୁବ ଦର୍ଶକଙ୍କ ଉପସ୍ଥିତି ଓ କୋଳାହଳ ତାଙ୍କୁ ଅଭୀଭୂତ କରିଥିଲା। ସେ ମଝିରେ ବ୍ରେକ୍‌ ନେଇ ନିଜ ପ୍ରିୟ ଦର୍ଶକଙ୍କୁ ନିରାଶ କରିବାକୁ ଚାହିଁ ନ ଥିଲେ। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ଦୁଃସାହସିକ ବାଇକ୍‌ ଚାଳନା ପ୍ରେମୀଙ୍କୁ ସେ ଷ୍ଟଣ୍ଟ ସମ୍ପର୍କରେ ମୂଲ୍ୟବାନ୍‌ ପରାମର୍ଶ ଦେଇଥିଲେ।
ଧେର୍‌ସ ଗତ ୧୬ ତାରିଖରେ ଭେନେଜୁଏଲାରୁ ଭାରତ ଭ୍ରମଣରେ ଆସିଛନ୍ତି। ଏଠାରେ ୨ ଦିନ ରହଣି ପରେ ସେ ଗୁଆହାଟୀରେ ହେବାକୁ ଥିବା ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍‌ରେ ଯୋଗଦେବେ। ପାଞ୍ଚଥର ୱାର୍ଲଡ ଏକ୍ସ ଗେମ୍‌ ଚାମ୍ପିୟନ୍‌ ଧେର୍‌ସ ଇମ୍ଫାଲରେ ଚଳିତମାସ ୨୪ରେ ହେବାକୁ ଥିବା ଏକ୍ସ-ଜାମ୍‌ରେ ମଧ୍ୟ ବିଚାରକ ଭାବେ ଯୋଗଦେବେ। ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ଟୁର୍ନାମେଣ୍ଟ ଜରିଆରେ ପରବର୍ତ୍ତୀ ପିଢ଼ିର ଦୁଃସାହସିକ କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଯୁବକଙ୍କ ପାଖରେ ପହଞ୍ଚତ୍ବା ତାଙ୍କର ଲକ୍ଷ୍ୟ। ଆମ୍ବାସାଡର ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ସେ ସାରା ବିଶ୍ୱରେ ଏହି କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। ଡାନିଏଲ୍‌ ଧେରସ୍‌ ହେଉଛନ୍ତି ଭେନେଜୁଏଲାର ଜଣେ ରେଡ୍‌ ବୁଲ୍‌ କ୍ରୀଡ଼ାବିତ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ। ୨୦୦୬ ତାଙ୍କ ପାଇଁ ଉଲ୍ଲେଖନୀୟ ବର୍ଷ ଥିଲା। ଏହି ବର୍ଷ ସେ ଆକ୍ସନ୍‌ ସ୍ପୋଟର୍‌ସ ଟୁର୍‌ ଟାଇଟଲ୍‌ ଜିତିଥିଲେ। ସେ ଏକ୍ସ ଗେମ୍‌ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ୨୦୧୪ରେ ସେ ଏଫ୍‌ଆଇଏସ୍‌ଇ ୱାର୍ଲଡ ସିରିଜ୍‌ ଚାମ୍ପିୟନ୍‌ ହୋଇଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଦିନରେ ଏସୀୟ କିମ୍ବା ଜାତୀୟସ୍ତରୀୟ ରେଡ୍‌ ବୁଲ୍‌ ଲୋକାଲ୍‌ ହିରୋ ବିଏମ୍‌ଏକ୍ସ ଟୁର୍ନାମେଣ୍ଟ ଆୟୋଜନ ହେବା ସମ୍ଭାବନା ରହିଛି। ଧେରସଙ୍କ ଷ୍ଟଣ୍ଟ ଅବସରରେ ରେଡ୍‌ ବୁଲ୍‌ର ଆଥଲେଟ୍‌ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏକଦବିସୀୟ,ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ରାଞ୍ଚିରେ ଖେଳାଯିବ। ଟିମ ଇଣ୍ଡିଆ...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

ଭାରତରେ ନିର୍ମିତ ହେଉଛି ପୃଥିବୀର ପ୍ରଥମ ହାଇଟେକ୍‌ ଷ୍ଟାଡ଼ିୟମ୍‌: ବର୍ଷାରେ ବି ଖେଳାଯାଇ ପାରିବ କ୍ରିକେଟ ମ୍ୟାଚ୍‌

ଚଣ୍ଡିଗଡ଼, ୨୮।୬: ବର୍ଷା ହେଲେ କ୍ରିକେଟ ଖେଳ ସମ୍ଭବ ହୋଇ ପାରି ନ ଥାଏ। ତେବେ ଏହାର ସମାଧାନ ପାଇଁ ପଞ୍ଜାବ କ୍ରିକେଯ ସଂଘ ପକ୍ଷରୁ...

ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍‌-ବେଆରଷ୍ଟୋ

ଲଡର୍‌ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍‌ କରିବା...

କଣ ରହିଛି ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି। ତାଙ୍କ କମ୍ପାନୀର ବଜାର ମୂଲ୍ୟ ବଢିବା ଯୋଗୁ ବର୍ତ୍ତମାନ ସେ...

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ ସ୍ପେନ୍‌,୨୪ା୭: ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ...

ଅଜବ ମ୍ୟାଚ୍‌: ୧୦ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌, ଦଳ ୪ ରନ୍‌ରେ ଅଲଆଉଟ୍‌

ଥିରୁଭାନନ୍ତପୁରମ୍‌, ୧୬।୫: କେରଳର କସାରାଗୋଡରେ ଏକ ଅଜବ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଏଠାରେ ଆନ୍ତଃଜିଲା ଅଣ୍ଡର-୧୯ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଏକ...

Advertisement
Archives

Model This Week