ଧାନ ବିକ୍ରି ବକେୟା ପ୍ରାପ୍ୟ ମିଳୁନି: ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହୋହଲ୍ଲା

ବାସୁଦେବପୁର, ୮ା୧(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଇରମ ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୧ ଜଣ ଚାଷୀ ସେମାନଙ୍କର ପୂର୍ବବର୍ଷ ଧାନବିକ୍ରି ଟଙ୍କା ପାଇପାରିନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ସମିତି କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଛନ୍ତି। ଫଳରେ ପୂର୍ବାହ୍ନଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସମିତି କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୯ ଆର୍ଥତ୍କ ବର୍ଷରେ ଏହି ସମିତି ଅଧୀନରେ ୨୧ ଜଣ ଚାଷୀ ପ୍ରଦାନ କରିଥିବା ୭୦୭ କୁଇଣ୍ଟାଲ ଧାନ ବାବଦକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଏଯାଏ ପାଇପାରିନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଏପରି ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିଛନ୍ତି। ଏହି ଘଟଣାର ସମାଧାନ ପାଇଁ ମଧ୍ୟାହ୍ନରେ ଇରମ ବଜ୍ରମହାକାଳୀ ମନ୍ଦିରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇରମ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ସମିତିସଭ୍ୟ ଉମାକାନ୍ତ ରଣା, ଇରମ ସମିତିର ସଭାପତି କମଳଲୋଚନ ବାରିକ, ସମ୍ପାଦକ ରଶ୍ମିରଞ୍ଜନ କବାଟ, ଅଢ଼ୁଁଆ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲ, ଗୋବିନ୍ଦ ଜେନାଙ୍କ ସମେତ ଚାଷୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୨ ସପ୍ତାହ ମଧ୍ୟରେ ବକେୟା ଟଙ୍କା ଚାଷୀଙ୍କୁ ଦିଆଯିବା ଦିଗରେ ସମିତି ପଦକ୍ଷେପ ଗ୍ରହଣ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ପୂର୍ବବର୍ଷ ଧାନକିଣା କ୍ଷେତ୍ରରେ ଶେଷ ସମୟରେ କେତେକ ଚାଷୀଙ୍କ ଟଙ୍କା ବିଭାଗ ସମିତିକୁ ଦେଇ ନ ଥିବାରୁ ଚାଷୀମାନେ ଏହି ଟଙ୍କା ପାଇପାରି ନାହାନ୍ତି ବୋଲି ସମିତି ସମ୍ପାଦକ ରଶ୍ମିରଞ୍ଜନ କବାଟ କହିଛନ୍ତି। ଏ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ...

ଝାଡ଼ଖଣ୍ଡୀ ହାତୀପଲ ନୀଳଗିରି ମୁହାଁ

ବାରିପଦା ଅଫିସ, ୨୮।୪: ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଝାଡଖଣ୍ଡରୁ ଏକ ବିଶାଳ ହାତୀପଲ ମଙ୍ଗଳାବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ପଶିଛନ୍ତି। ଏହି ପଲରେ...

ଶିକ୍ଷା, ସ୍ବାସ୍ଥ୍ୟ ଅଧିକାର ଦାବିରେ ରାଲି

ଫୁଲବାଣୀ ଅଫିସ, ୩ା୧୨: ଶିକ୍ଷା, ସ୍ବାସ୍ଥ୍ୟ ଆମ ଅଧିକାର ଦାବି ନେଇ ଫୁଲବାଣୀରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଏକ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆସିକା,୧୯ା୧(ଡି.ଏନ୍‌.ଏ)- ଆସିକା ଥାନା କାଳଷଣ୍ଢପୁର ଗ୍ରାମରେ ରବିବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରାଜେଶ୍ୱର ମହାନ୍ତି (୩୫)। ଏ...

ଜିପିଏଫ୍‌, ଫ୍ୟାମିଲି ପେନ୍‌ସନରୁ ବଁଚିତ୍‌ ପରିବାର: ସୁବର୍ଣ୍ଣକଁର ଉପରେ ୧୧ ଝନିଆଁ କୁଟ୍‌ମର ବୋଝ୍‌

ଲୋଇସିଂହା,୬ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା। ସେ ଥାନୀଅ ରୋତ ପିଏସ୍‌ କଲେଜରେ ଚାକିରି...

ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

Advertisement
Archives

Model This Week