ଧାନ ଚାଷ ଉଜାଡ଼ିଲେ ହାତୀପଲ

କୁଆମରା,୫ା୧୧(ଡି.ଏନ୍‌.ଏ.)- ନୀଳଗିରି ରେଞ୍ଜ ଅଧୀନ କୁଲଡିହା ଜଙ୍ଗଲରୁ ୬ ଦିନ ହେଲା ଦନ୍ତା ସମେତ ମୋଟ ସାତଟି ହାତୀ ବାଟବଣା ହୋଇ କୁଆମରା ଫରେଷ୍ଟ ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଧାଉଁଡିଆ, ଖିରିପଦା, କଡ଼ଦା ଓ କୁଆମରା ଅଞ୍ଚଳର ବିଭିନ୍ନ ଧାନ ବିଲରେ ପଶିବା ଯୋଗୁ ବ୍ୟାପକ କ୍ଷତି ଘଟିଛି। ଜଙ୍ଗଲ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଅଞ୍ଚଳ ଛାଡି ଯାଉ ନାହାନ୍ତି। ଶନିବାର ହାତୀପଲ କେଉଁ ଆଡେ ଗାଏବ ହୋଇଯାଇଥିଲେ। ରବିବାର ରାତିରେ ହାତୀପଲ ପୁଣି ଲେଉଟି ଧାନ ବିଲରେ ପଶି ବ୍ୟାପକ ଦଳା ଚକଟା କରିଥିଲେ। ଉଦଳା ଓ ନୀଳଗିରି ବନ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ କୁଲଡିହା ଜଙ୍ଗଲକୁ ଘଉଡାଇ ନେଉଥିବା ବେଳେ ନୀଳଗିରି ବ୍ଲକ ପୁନ୍ଦାଳ ଅଞ୍ଚଳର ଲୋକେ ବାଟ ଓଗାଳିବାରୁ ହାତୀପଲ ପୁଣି ଉକ୍ତ ଅଞ୍ଚଳକୁ ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଟଙ୍କା,ସୁନା ଲୁଟିନେଲେ

ବୈଶିଙ୍ଗା,୨୮ା୭(ରତନ ଦାଶ):  ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କୁଆଶୋଳ ଗ୍ରାମର ଗୌରୀଶଙ୍କର ବେହେରାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା...

ଓଢ଼ଣୀ ଲଗାଇ ଜୀବନ ହାରିଲେ ଯୁବତୀ: କାରଣ ଖୋଜୁଛି ପୋଲିସ

ରାଇରଙ୍ଗପୁର,୩୦।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ବହଳଦା ବଜାର ଅଞ୍ଚଳରେ ରବିବାର ରାତିରେ ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।...

ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍‌(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଚୌଧୁରୀ ପ୍ରବୀର...

ରାସ୍ତାରେ ବୁଲିଲା ହାତୀ

ଚିତ୍ରଡା,୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜକୁ ପ୍ରବେଶ କରି ଆତଙ୍କ ଖେଳାଇଛି ଏକ ଝାଡ଼ଖଣ୍ଡୀ ହାତୀ। ରାତି ପ୍ରାୟ ୯ଟାରେ ହାତୀଟି...

କପ୍ତିପଦା ବ୍ଲକ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୨୪ା୧୨(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଯୁବ ସଂଗଠନ, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନ ଏବଂ ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ଛାତ୍ର, ଯୁବକ, ମହିଳାମାନଙ୍କର ସମସ୍ୟା...

ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଉତ୍ତେଜନା

ଉଦଳା, ୨୨।୨ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ...

ଅବହେଳାକୁ ନେଇ ଉଦ୍‌ବେଗ

ବାରିପଦା ଅଫିସ, ୩୦।୪ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ନେଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପ୍ରଧାନମନ୍ତ୍ରୀ...

ସାଧାରଣତନ୍ତ୍ର ଦିବସ ଆଜି: ବାରିପଦା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରିପଦା ଅଫିସ,୨୬।୧-ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆରେ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସୂଚନା ଓ...

Advertisement
Archives

Model This Week