ଧାନବିକ୍ରି ପାଇଁ ଚାଷୀଙ୍କୁ ମିଳୁନି ଟୋକନ

ବରଗଡ଼ ଅଫିସ୍‌,୧୮।୫: ଧାନ କିଣାବିକାରେ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ଠିକ୍‌ ଭାବେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନବିକ୍ରିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ସୋମବାର ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଅଞ୍ଚଳର ଚାଷୀମାନେ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ସିଏସ୍‌ଓ ଭେସ୍ରାଙ୍କୁ ଟୋକନକୁ ନେଇ ଚାଷୀଙ୍କ ଏକ ତାଲିକା ମଧ୍ୟ ପ୍ରଦାନ କରିଥିଲେ । ଯେଉଁ ଚାଷୀଙ୍କ ଟୋକନ ଆସିନାହିଁ, ସେମାନଙ୍କୁ ତାହା ତୁରନ୍ତ ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । ବହୁ କମ୍‌ ସଂଖ୍ୟକ ଚାଷୀଙ୍କ ଟୋକନ ଆସିଥିବାବେଳେ ଅନେକ ଚାଷୀଙ୍କ ଅମଳ ଧାନ କ୍ଷେତ ଓ ଖଳାରେ ପଡ଼ି ରହିଛି । ମାତ୍ର ଟୋକନ ମିଳି ନ ଥିବାରୁ ସେମାନେ ଧାନ ବିକ୍ରି କରି ପାରୁ ନାହାନ୍ତି । ଫଳରେ ତୁରନ୍ତ ଚାଷୀଙ୍କୁ ଟୋକନ ଯୋଗାଇ ନ ଦେଲେ ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଜୟ କିସାନ ଆନ୍ଦୋଳନର ସୁଶୀଲ କୁମାର ସାହୁ, ହର ବଣିଆଙ୍କ ନେତୃତ୍ୱରେ ଚାଷୀମାନେ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ...

ନାଗାଲାଣ୍ଡରୁ ଫେରିଲେ ୭ ନିର୍ଯାତିତ ଶ୍ରମିକ

ନୀଳଗିରି, ୧୭ା୬(ଡି.ଏନ.ଏ.)-ନାଗାଲାଣ୍ଡକୁ ଦାଦନ ଖଟିବାକୁ ଯାଇଥିବା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବିଭିନ୍ନ ଗାଁର ୭ଜଣ ଶ୍ରମିକ ସୋମବାର ଗଁାକୁ ଫେରିଛନ୍ତି। ସେଠାରେ ସେମାନେ...

ଶୋଭାଯାତ୍ରାରେ ବାଜିବନି ଡିଜେ

ଢେଙ୍କାନାଳ ଅଫିସ,୨୩ ।୧୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା...

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ଭବ

ଛତ୍ରପୁର,୧୩।୯(ସନ୍ତୋଷ ପାଢ଼ୀ):  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍‌ଡମା) ତରଫରୁ ଜିଲା ପରିଷଦସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର ଅତିରିକ୍ତ...

ରାଇସମିଲ୍‌ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍‌ ଗେଟ୍‌ରେ ତାଲା ପକାଇ...

ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁ ୫ଦିନ ଶଟ୍‌ଡାଉନ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା...

୧୮୫ କୋଟିରେ ନିର୍ମାଣ ହେବ ନୂତନ ଜାନିବିଲି ବ୍ୟାରେଜ

ଧରାକୋଟ,୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଲାଇଫ ଲାଇନ ଭାବରେ ପରିଗଣିତ ଜାନିବିଲି ଅନିକଟ। ବ୍ରିଟିଶ ମାନେ ୧୮୯୧ରେ ଜିଲାର ଜଳ ସେଚନ ଓ ବ୍ରହ୍ମପୁର ସହରର ପିଇବା...

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ...

Advertisement
Archives

Model This Week