ଧାନକିଣାକୁ ନେଇ ବିଧାନସଭାରେ ଉଦ୍‌ବେଗ: ସବୁ ଚାଷୀଙ୍କ ଧାନ କିଣିବାକୁ ଦାବି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଏବେ ବି ଚାଷୀଙ୍କ ଧାନ ବିକ୍ରି ହୋଇନାହିଁ। ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ସମ୍ବଲପୁର, ବରଗଡ଼ ଆଦି ଜିଲାରେ ଚାଷୀଙ୍କୁ ଟୋକନ ମିଳି ନ ଥିବାରୁ ସେମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଚଳିତ ମାର୍ଚ୍ଚ ୩୧ରେ ରବି ଧାନ କିଣା ଶେଷ ହେବ। ଚାଷୀଙ୍କ ଧାନ କିଣାକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଚାଷୀଙ୍କଠାରୁ ସବୁ ଧାନ ଉଠାଇବା ସରକାରଙ୍କ କାମ। ଆଜି ବି ଧାନ ମଣ୍ଡିରେ ପଡ଼ିରହିଛି। ଟୋକନ ଜେନେରେଟ ହେଉ ନାହିଁ। ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁ ନାହାନ୍ତି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଭାଜପା ସଭ୍ୟ ଜୟ ନାରାୟଣ ମିଶ୍ର କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସରକାର ଧାନ ସଂଗ୍ରହ କରୁଥିଲେ ମଧ୍ୟ ଆହୁରି ଅନେକ ଚାଷୀଙ୍କ ପାଖରେ ଧାନ ରହିଛି। ସେଗୁଡିକୁ ସରକାର ତୁରନ୍ତ କିଣିବା ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଗୃହରେ ଧାନ କିଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଡାକି ତାଙ୍କ ଚାମ୍ବରରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri