ଧଳାଜହର ବଳୟରେ କୁଜଙ୍ଗ ଅଞ୍ଚଳ

କୁଜଙ୍ଗ,୧୩ା୧(ଡି.ଏନ.ଏ.): ନିଶା ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସାଙ୍ଗକୁ ନାନଦି କୁକର୍ମରେ ଲିପ୍ତ ରହି ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରମଧ୍ୟକୁ ଠେଲି ଦେଉଛନ୍ତି। ଯଦ୍ଦ୍ବାରା ସେମାନଙ୍କ ମା’ବାପା ଚିନ୍ତାରେ ରହୁଛନ୍ତି। ନିଶା କାବାରକୁ ସାମାଜିକସ୍ତରରେ ବିରୋଧ କରାଯାଉଥିଲେବି ବାସ୍ତବରେ ନିଶାକାରବାରର କାୟା ଦିନକୁଦି ବୃଦ୍ଧିପାଇବାରେ ଲାଗିଛି। ବେଆଇନ ନିଶା କାରବାର ରୋକିବାପାଇଁ ଅବକାରୀ ବିଭାଗ ରହିଥିଲେ ମଧ୍ୟ ସେ ନାମକୁ ମାତ୍ର ଚଢ଼ାଉକରି ବେଆଇନ ନିଶା ବେପାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଯେଉଁଥି ପାଇଁ କୁଜଙ୍ଗ ଅଞ୍ଚଳରେ ନିଶା କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ନିଶା କାରବାର ନ କରି ଭିନ୍ନଭିନ୍ନ ସ୍ଥାନରେ ବେପାର କରିବାକୁ ନିଶା ବେପାରୀଙ୍କୁ ପରୋକ୍ଷରେ ପୋ୍ରତ୍ସାହନ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହିକ୍ରମରେ ବର୍ତ୍ତମାନ କୁଜଙ୍ଗ ଅଞ୍ଚଳରେ ବ୍ରାଉନ ସୁଗାର ବା ଧଳା ଜହରର କାରବାର ଅହେତୁକ ଭାବେ ବୃଦ୍ଧିପାଇଛି। ବ୍ରାଉନ ସୁଗାରବେପାରୀ ଏବେ ଧାର୍ମିକ ସ୍ଥାନ ଓ ଶିକ୍ଷାନୁଷ୍ଠାନ ସନ୍ନିକଟ ସ୍ଥାନକୁ ନିରାପଦ ଭାବେ ବାଛି ନେଇଛନ୍ତି। କୁଜଙ୍ଗ ବଜାରର ପ୍ରଥମେ ଏକ ଧାର୍ମିକ ସ୍ଥାନ ନିକଟରେ ଟୁଙ୍ଗି କରାଯାଇ ବ୍ରାଉନ ସୁଗାର କାରବାର ଚାଲିଥିଲା। ଯଦିଓ ସେ ସ୍ଥାନ ମୂଳପିଣ୍ଡିଭାବେ ନିଶା ବେପାରୀଙ୍କ କବଜାରେ ରହିଛି କିନ୍ତୁ ଏବେ ସେ ସ୍ଥାନରେ ଆଉ ବିଶେଷ କାରବାର ହେଉନାହଁି। ଅନ୍ୟପକ୍ଷରେ ନିଶା ବେପାରୀ ସିଧାସଳଖ କାରବାରରେ ଲିପ୍ତ ନ ରହି କେତେକ ଅପରାଧ ପ୍ରବଣ ଯୁବକ ଯେଉଁମାନେ ବିଭିନ୍ନ ସମୟରେ ରାହାଜାନୀ, ଛିନ୍ତାଇ ଭଳି ଅପରାଧରେ ଜେଲ ଯାଇଛନ୍ତି ସେହିମାନଙ୍କ ଜରିଆରେ ବେପାର ଚଳାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେହି ଯୁବକଙ୍କ ମଧ୍ୟରୁ ଜଣେ ଏବେ କୁଜଙ୍ଗର ପ୍ରତିଷ୍ଠିତ ବିଦ୍ୟାଳୟ ଫାଟକ ସମ୍ମୁଖ ଓ ନିକଟସ୍ଥ ସ୍ଥାନରେ ଛିଡ଼ା ହୋଇ ବେପାର କରୁଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡ ଅସାମାଜିକ ଯୁବକଙ୍କ ଜରିଆରେ ଅଞ୍ଚଳର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ଯୋଗାଉଥିଲେ ବି ଅବକାରୀ ବିଭାଗ ନିକଟରେ କୌଣସି ଖବର ନାହିଁ। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏଦିଗରେ ଦୃଷ୍ଟି ଦେଲେ ଅଞ୍ଚଳ ନିଶା କବଳରୁ ରକ୍ଷା ପାଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ଜିଲା ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଭାକର ସେଠୀଙ୍କୁ ପଚାରିବାରେ ସେ କହିଥିଲେ, ଗଞ୍ଜେଇ ବେପରୀଙ୍କ ଉପରେ ଚଢ଼ାଉ ଜାରିରହିଛି। ମୁଁ ଏବେ ନୂଆ ଯୋଗ ଦେଇଥିବାରୁ ବ୍ରାଉନସୁଗାର କାରବାର ଖବର ମୋ ନଜରକୁ ଆସିନାହିଁ। ଯଦି ଏଭଳି କାରାବାର ହେଉଛି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣାଗଡ଼,୨୨ା୫(ଡି.ଏନ୍‌.ଏ.): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ଜଙ୍ଗଲ ବିଭାଗ ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଗୋପାଳ...

ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗ: ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା

ଯାଜପୁର ଟାଉନ୍‌,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲାର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ପୂର୍ବରୁ ମନ୍ଦିର ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ...

ଛଟେନପାଲିଠାରେ ଡିଏଭି ପକ୍ଷରୁ ବିଦ୍ୟାଳୟ ଖୋଲାଯିବା ନେଇ ଚୁକ୍ତି

ସୁନ୍ଦରଗଡ, ୪ା୯ (ଡି.ଏନ୍‌.ଏ.) ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଏକ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସକାଶେ...

ଭଙ୍ଗାଘରେ ଅସହାୟ ମା’, ଅବିବାହିତ ଝିଅ

ଫୁଲବାଣୀ ଅଫିସ, ୨୮।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ଘର ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବିଜୁ ପକ୍କାଘର ଯୋଜନାରେ ଘର...

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ...

ସ୍ନାନଯାତ୍ରା ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୪।୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯଦିଓ ନିଷ୍ପତ୍ତି ହୋଇଛି, ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା...

ଦ୍ୱିତୀୟ ଦିନରେ ଘରୋଇ ବସ ମାଲିକ ସଂଘର ବନ୍ଦ ପାଳନ: ହନ୍ତସନ୍ତ ଯାତ୍ରୀ

ବ୍ରହ୍ମପୁର ଅଫିସ,୨୭।୧୧-ହଲାଦିଆପଦରରୁ ଘରୋଇବସ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା ବୁଧବାର ଦିତୀୟ...

ଶିରୀ ହରାଇଛି ଶିଶୁଉଦ୍ୟାନ

ଢେଙ୍କାନାଳ ଅଫିସ,୪ା୭: ପାଠ୍ୟପୁସ୍ତକରେ ସବୁ ଜ୍ଞାନ ନ ଥାଏ। ବହିବସ୍ତାନି ଚାପରୁ ମୁକ୍ତି ପାଇଁ କୋମଳମତି ଶିଶୁଙ୍କୁ ପରିବେଶ ସହିତ ପରିଚିତ ହେବାକୁ ପଡ଼ିବ। ଆଖପାଖ ଅଞ୍ଚଳରେ...

Advertisement
Archives

Model This Week