ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ 

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୟୁନିଟ-୪ ହାଟରେ ଥିବା ମାଛ, ପରିବା ଦୋକାନଗୁଡ଼ିକୁ ମଙ୍ଗଳବାର ହଟାଇ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୋକାନୀଗୁଡ଼ିକୁ ପଟେଲ ମାର୍ଗରେ ଥଇଥାନ କରାଯିବ ବୋଲି ଦକ୍ଷିଣ-ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ପ୍ରକାଶ କରିଛନ୍ତି। ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଥିବାବେଳେ ବାମପାର୍ଶ୍ୱରେ ପରିବା ଦୋକାନ ରହିବାକୁ ଥିବାବେଳେ ଡାହାଣ ପାର୍ଶ୍ୱରେ ମାଂସ ଦୋକାନ ରହିବାକୁ ନିର୍ଦ୍ଦେଶ ହୋଇଛି। ମାଂସ ଦୋକାନଗୁଡ଼ିକୁ ବ୍ୟବଧାନ କରିବାକୁ ଯାଇ ୧୦ଫୁଟର ଦୂରତାରେ ରଖାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନଗୁଡ଼ିକ ଆଗରେ ଗୋଲେଇ ଚିହ୍ନ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରବିବାର ୟୁନିଟ୍‌-୪ ମାର୍କେଟ ଭଳି ସହରର ବହୁ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଗହଳି ଜମାଇଥିଲେ ମଧ୍ୟ କରୋନା କଟକଣାକୁ ସତେ ଯେପରି କାହାର ଖାତିର ନ ଥିଲା। ଏ ନେଇ ସୋମବାର ଧରିତ୍ରୀରେ ‘ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏ ନେଇ ଜୋନାଲ ଡେପୁଟି କମିଶନର ରଥ ଘଟଣାର ଅନୁଧ୍ୟାନ କରିବା ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ହାଟର ସମସ୍ତ ଦୋକାନୀଙ୍କୁ ହଟାଇ ଦିଆଯାଇଥିଲା। ଏହାସହ ବିଏମ୍‌ସି ପକ୍ଷରୁ କରାଯାଇଥିବା ନିୟମକୁ ଉଲ୍ଲଂଘନ କଲେ ଉକ୍ତ ଦୋକାନୀମାନଙ୍କୀ ଟ୍ରେଡ ଲାଇସେନ୍ସ ରଦ୍ଦ କରାଯିବ। ଯେଉଁ ଦୋକାନୀର ଲାଇସେନ୍ସ ନ ଥିବ ସେମାନଙ୍କ ପ୍ରତି ବୃହତ ଧରଣର ଜରିମାନା କରାଯିବ ବୋଲି ଜୋନାଲ ଡେପୁଟି କମିଶନର ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି।...

ୟୁନିଟ୍‌-୯ ବାଳିକା ହାଇସ୍କୁଲ ସ୍ମୃତି ହଜାଇବାକୁ ଚକ୍ରାନ୍ତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍ଥାନରେ ଅଟ୍ଟାଳିକା ନିର୍ମାଣ କରି ପୁରାତନ ସ୍ମୃତିକୁ ଧ୍ୱଂସ କରାଯାଉଛି। ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ସାରା ରାଜ୍ୟରେ ରୂପାନ୍ତରଣ କରାଯାଇ...

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ...

‘ଖବରକାଗଜ ଦ୍ୱାରା କରୋନା ବ୍ୟାପେନି’

ଜେନିଭା, ୨୪ା୩: ଖବରକାଗଜ ଦ୍ୱାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ କରୋନା ଭାଇରସ୍‌ ବ୍ୟାପେ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହା ସ୍ପଷ୍ଟ...

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ...

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି।...

ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌...

ଭିଜିଲାନ୍ସ ଜାଲରେ ଆର୍‌ଆଇ

ବାଲେଶ୍ୱର ଅଫିସ,୨।୮: ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍‌ଆଇ ଡଲି ସେଠୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସରକାରଙ୍କ ପାରିବାରିକ ମୃତ...

Advertisement
Archives

Model This Week