ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪୩ରେ ପହଞ୍ଚତ୍ଛି। ୧୨ ଦିନ ପୂର୍ବରୁ ଏଠାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଶନିବାର ଏହି ଅଞ୍ଚଳର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର କସ୍ତୁରବା ହସ୍ପିଟାଲରେ ମୃତ୍ୟୁ ହେବା ପରେ ବସ୍ତି ଅଞ୍ଚଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚତ୍ଛି। ନୂଆ ୧୫ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡିବା ପରେ କେଉଁମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଅଛି, ପ୍ରଶାସନ ତାହାର ଅନୁଧ୍ୟାନ କରୁଛି। ମାତ୍ର ୨୪୦ ହେକ୍ଟର ଆୟତନ ବିଶିଷ୍ଟ ଏହି ବସ୍ତିରେ ୮ ଲକ୍ଷ ୫୦ ହଜାର ଲୋକ ବାସ କରୁଥିବାରୁ ଏହା ଚିନ୍ତା ବଢ଼ାଇଦେଇଛି। ଅର୍ଥାତ୍‌ ଏଠାରେ ବର୍ଗ କିଲୋମିଟର ପ୍ରତି ଜନସଂଖ୍ୟା ଘନତ୍ୱ ୬୬,୦୦୦ ରହିଛି। ଲକ୍‌ଡାଉନ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ମଧ୍ୟ ପ୍ରଦେଶରେ ଜିତିଲା ଭାଜପା

ନୂଆଦିଲ୍ଲୀ,୧୯।୬: ଦେଶର ୮ ରାଜ୍ୟରେ ୧୯ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି ମଧ୍ୟପ୍ରଦେଶରେ...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍‌ଡିପିଓ ଓ ଥାନା...

କୋଭିଶିଲ୍ଡ ଟିକା ବ୍ୟବଧାନ ହ୍ରାସ: ଜାଣନ୍ତୁ କାହାକୁ ଦିଆଯିବ ପ୍ରାଥମିକତା

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି। ଏହା...

ଯୌନକର୍ମୀଙ୍କୁ ଗିରଫ କରିବା ଅନୁଚିତ

କଲିକତା,୧୨ା୮: ଯୌନକର୍ମୀମାନଙ୍କୁ ଗିରଫ କରିବା ଅନୁଚିତ। ସେମାନଙ୍କୁ ଅପରାଧର ଶିକାର ଭାବେ ବିବେଚନା କରାଯିବା ଜରୁରୀ ବୋଲି କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। କଲିକତାର...

ଏନ୍‌ଡିଏ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବ

ନୂଆଦିଲ୍ଲୀ,୮ା୬(ପି.ଟି.): କରୋନା ଯୋଗୁ ଦେଶ ଲକ୍‌ଡାଉନରେ ରହିଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରବିବାର ବିଗୁଲ ବାଜିଛି। ବରିଷ୍ଠ ଭାଜପା...

ହୋମଗାର୍ଡ ଦୁର୍ନୀତିରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ହୋମଗାର୍ଡ ବିଭାଗରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଉକ୍ତ ବିଭାଗରେ ପୋଲିସ କର୍ମଚାରୀ ମିଛ ଉପସ୍ଥାପନ ଦେଖାଇ କୋଟି କୋଟି...

Advertisement
Archives

Model This Week