ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି। ଜିଲାରେ ଏପରି ନକଲି ଶିକ୍ଷକଙ୍କ ସଂଖ୍ୟା ଏବେ ୩୦ରେ ପହଞ୍ଚିଛି। ଧରାପଡ଼ିଥିବା ୯ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା
କିଛିଦିନ ତଳେ ଗଞ୍ଜାମ ଜିଲାର ୧୩ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିଏଡ୍‌ ସାର୍ଟିଫିକେଟ ଯାଞ୍ଚ ପାଇଁ ଉକତ୍ଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା ା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଦ୍ୱାରା ଯାଞ୍ଚ ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ସାର୍ଟିଫିକେଟର ରୋଲ ନମ୍ବର ତାଲିକା ମଧ୍ୟରେ ନ ଥିବା ଜଣାପଡ଼ିଥିଲା ା ସେହିପରି ଅନ୍ୟ ଜଣେ ଶିକ୍ଷକ ବିଏଡ୍‌ ପରୀକ୍ଷାରେ ଉତ୍ତୀନ୍ନ ହୋଇ ନ ଥିବା ଜଣାପଡିଥିଲା ା ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ପରେ ଶୁକ୍ରବାର ଗଞ୍ଜାମ ଜିଲା ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ୯ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ୍‌ ରିଡ୍‌ଲେ ପ୍ରଜନନ: ୧ରୁ କଟକଣା

ଭୁବନେଶ୍ୱର, ୨୭ ।୧୦(ବ୍ୟୁରୋ): ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁରେ ଏମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି। ନଭେମ୍ବର ୧ରୁ...

ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ,...

୨୭ରେ ଭାରତ ବନ୍ଦ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୧୪।୯(ବ୍ୟୁରୋ):  ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ...

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ: ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

କଟକ ଅଫିସ,୧୩।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନକୁ ନେଇ ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ...

ସହାୟ ଆପ୍‌ ଜରିଆରେ ରୋଗୀଙ୍କୁ ନିଶୁଳ୍କ ସେବା

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ଯୁବନେତା ପ୍ରଶାନ୍ତ କୁମାର କର ଓ ଜିଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ...

୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍‌: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍‌ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ...

Advertisement
Archives

Model This Week