ଧରାପଡ଼ିଲା ରାଜପଥ ଲୁଟେରା ଗ୍ୟାଙ୍ଗ୍‌

କାମାକ୍ଷାନଗର, ୨୨।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିବା ଏକ ରାଜପଥ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ କାମାକ୍ଷାନଗର ଜିନେଇଲୋ ଗ୍ରାମର ସଞ୍ଜୟ ସ୍ବାଇଁ ଓରଫ୍‌ ସିଲୁ, ଅନୁଗୋଳ ଜିଲା ନିଶା ଥାନା ରାମଡିହ ଗ୍ରାମର ସୁଶାନ୍ତ ନାୟକ ଓରଫ୍‌ ବ୍ରଜ, ଅନୁଗୋଳ ଥାନା ମଝିକା ଗ୍ରାମର ସୁନୀଲ ନାୟକ ଓରଫ୍‌ ଟୁବୁଲ ଏବଂ ବଅଁରପାଳ ଥାନା ପୁଷ୍ପପଙ୍ଗି ଗ୍ରାମର ଅନିରୁଦ୍ଧ ନାଏକ ଓରଫ୍‌ ମୂଷା। ସେମାନଙ୍କ ନିକଟରୁ ବାଇକ୍‌, ପିସ୍ତଲ, ଜୀବନ୍ତ ଗୁଳି, ୯ଟି ମୋବାଇଲ, କଟୁରି, ନଗଦ ୧୦ ହଜାର ଟଙ୍କା, ଏଟିଏମ୍‌ କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ୩ଟି ନମ୍ବର ପ୍ଲେଟ୍‌ ଜବତ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ସଙ୍ଗିନ ମାମଲା ରହିଛି। ଏହି ଗ୍ୟାଙ୍ଗର କଳା କାରନାମା ସମ୍ପର୍କରେ ରବିବାର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୨୦୨୦ ଜୁନ୍‌ ୧ରେ ପଣ୍ଡୁଆ ଅଞ୍ଚଳର ଏକ ପେଟ୍ରୋଲ ପମ୍ପ ମାଲିକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା। ଦୁଇଜଣ ଯୁବକ ଏକ କଳା ପଲ୍‌ସରରେ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ। ଏ ନେଇ ନଂ. ୭୩/୨୦, ଦଫା ୩୯୨, ୫୦୬ ଓ ୨୫ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ଖୋଳତାଡ଼ ବେଳେ ସମ୍ପୃକ୍ତ ରାଜପଥ ଲୁଟେରାଙ୍କ ସମ୍ପର୍କରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ସେମାନଙ୍କ ନାମରେ କାମାକ୍ଷାନଗର ଥାନାରେ ୩,ଭୁବନ ଥାନାରେ ୨, କଙ୍କଡ଼ାହାଡ଼ ଥାନାରେ ୧, ଢେଙ୍କାନାଳ ସଦର ଥାନାରେ ୧, ଯାଜପୁର ଜିଲା ସୁକିନ୍ଦା ଥାନାରେ ୨ ମାମଲା ସମେତ ଅନୁଗୋଳ ଜିଲାର ବିଭିନ୍ନ ଥାନାରେ ୮ କେସ୍‌ ରହିଛି। ଅଭିଯୁକ୍ତମାନେ ଅର୍ଥଲଗାଣକାରୀ ସଂସ୍ଥାର ଅଧିକାରୀ, ଗ୍ରାହକ ସେବା କେନ୍ଦ୍ର ଏବଂ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ସଞ୍ଜୟ ଲୁଟ୍‌ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ପରେ ସମସ୍ତେ ଯୋଜନାବଦ୍ଧ ଭାବେ ଲୁଟ୍‌, ଛନ୍‌ତାଇ କରୁଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ କାମାକ୍ଷାନଗର ଥାନାଧିକାରୀ ଅଭିନବ ଡଳୁଆ, ତୁମୁସିଙ୍ଗା ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ୱତପଦ୍ମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri