ବ୍ରହ୍ମପୁର ଅଫିସ,୧୭ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ପୁଣି ଖେଳ ଖେଳିଛି ା ଗୁରୁବାର ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି। ‘ଅର୍ଗାନିକ୍ କେମିଷ୍ଟ୍ରି’ ବିଷୟରେ ପୁୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି ା ପୂର୍ବରୁ ଉକ୍ତ ବିଭାଗର ପ୍ରଥମ ସେମିଷ୍ଟର ପରୀକ୍ଷାରେ ପୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ବେଳେ ପୁଣି ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ପ୍ରଥମ ଦିନରେ ଏହାର ପୁନରାବୃତ୍ତି ହୋଇଥିବା ଜଣାପଡିଛି ା ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା ଅନ୍ୟପଟରେ ବିଭାଗର ଛାତ୍ରୀଛାତ୍ରମାନେ ଗୁରୁବାର ପରୀକ୍ଷା ଦେବାକୁ ମନା କରିବା ସହ ପୁନର୍ବାର ନୂତନ ସିଲାବସ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବାକୁ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ା ତେବେ ଏଭଳି ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି ା
ଛାତ୍ରୀଛାତ୍ରଙ୍କ ଦାବି ପରେ ଗୁରୁବାରରୁ ସ୍ନାତ୍ତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି ା କିନ୍ତୁ ପ୍ରଥମ ଦିନ ପରୀକ୍ଷାରୁ ହିଁ ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଥିଲା ା ‘ଅର୍ଗାନିକ କେମିଷ୍ଟ୍ରି’ ପ୍ରଶ୍ନପତ୍ରରେ ୬୦ ରୁ ୭୦ ପ୍ରତିଶତ ପ୍ରଶ୍ନ ପୁରୁଣା ସିଲାବସରୁ ଆସିଥିବା ଜଣାପଡିଥିଲା। ଏହାପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାା ପୂର୍ବରୁ ସ୍ନାତକୋତ୍ତର ପ୍ରଥମ ସେମିଷ୍ଟର ପରୀକ୍ଷା ବେଳେ ରସାୟନ ବିଜ୍ଞାନ ବିଭାଗର ଗୋଟିଏ ପେପର ପ୍ରଶ୍ନପତ୍ରରେ ପୁରୁଣା ସିଲାବସର ପ୍ରଶ୍ନ ଆସିଥିଲା ା ସେହି ସମୟରେ ଗ୍ରେସ ମାର୍କ ଦେବାକୁ କୁହାଯାଇଥିଲାା କିନ୍ତୁ ଚଳିତ ସେମିଷ୍ଟରରେ ପୁଣି ଏହାର ପୁନରାବୃତ୍ତି ହୋଇଥିବାରୁ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ର ମନା କରିବା ସହ ହଲଛାଡି ଦେଇଥିଲେ ା
ଏଥିସହ ପୁନଃ ନୂତନ ସିଲାବସରେ ପରୀକ୍ଷା କରିବାକୁ ଦାବି କରିବା ସହ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା ଅନ୍ୟପଟରେ ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟି ଯାଞ୍ଚ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସୂଚନା ଦେଇଛନ୍ତି ା କମିଟି ପରାମର୍ଶ କ୍ରମେ ନୂତନ ସିଲାବସ ଅନୁଯାୟୀ ଉକ୍ତ ବିଷୟ ପରୀକ୍ଷା ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯିବାକୁ ସେ ସୂଚାଇଛନ୍ତି ା

ଉର୍ମିଳା ଗଞ୍ଜାମ ମହିଳା ବିଜେଡି ସଭାନେତ୍ରୀ
ଗଞ୍ଜାମ,୧୨।୧୦(ଡି.ଏନ.ଏ.): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଏନ୍ଏସି ମହିଳା ସଭାନେତ୍ରୀ ଭାବେ ପୁଣି ଉର୍ମିଳା ପଲାଇ ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ବିଜେଡି...

ଭାଇବୋହୂଙ୍କୁ ହତ୍ୟା ଧମକ: ଜେଲ୍ ଗଲେ ଦେଢ଼ଶୁର
ଦିଗପହଣ୍ଡି,୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।...

୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା: ୨ ମୃତ
ସୋରଡା,୧୨ା୧୧(ଡି.ଏନ୍.ଏ.)- ଗଞ୍ଜାମ ଜିଲା ସୋରଡା ଥାନା ନୂଆଗଡ ଗ୍ରାମ ଖଦାଳସାହିରେ ମଙ୍ଗଳବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ...

ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ
ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ...

ପ୍ରଭାକର ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର: ଉଦ୍ଘାଟନ କଲେ ଜିଲାପାଳ
ଛତ୍ରପୁର,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସ୍ମୃତି କମିଟି ପକ୍ଷରୁ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ହକି ଦଳର ମ୍ୟାନେଜର ତଥା...

ଦିଗପହଣ୍ଡିରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଲାଇଭ୍
ଦିଗପହଣ୍ଡି,୧୧ା୧(ଡି.ଏନ୍.ଏ.): ହକି ବିଶ୍ୱକପ୍ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍ ହକି...

ଅଟା ଗୋଦାମରେ ନିଆଁ ଲାଗିଲା
ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି।...

ସ୍ବାସ୍ଥ୍ୟ, ଆରୋଗ୍ୟକେନ୍ଦ୍ର ଉଦ୍ଘାଟନ କଲେ ବିଧାୟକ
ଛତ୍ରପୁର,୩୧।୧୨(ଡି.ଏନ୍.ଏ .): ଗଞ୍ଜାମ ଜିଲା ଛତ୍ରପୁର ସହରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା...