Posted inଖେଳ

ଦ୍ୱିତୀୟ ଟେଷ୍ଟ: ବିଜୟ ଦ୍ୱାରରେ ପାକିସ୍ତାନ

କରାଚୀ, ୨୨।୧୨-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପକିସ୍ତାନ ଦ୍ୱିତୀୟ ଇନିଂସରେ ଦମ୍‌ଦାର ବ୍ୟାଟିଂ କରି ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍‌ ନିୟନ୍ତ୍ରଣକୁ ଆଣିଛି। ଟପ୍‌ ଅର୍ଡର ୪ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରି ପାକିସ୍ତାନକୁ ବୃହତ୍‌ ସ୍କୋର ପ୍ରଦାନ କରିଛନ୍ତି। ଦ୍ୱିତୀୟ ଇନିଂସରେ ପାକିସ୍ତାନ ୧୩୧ ଓଭରରେ ୩ ଉଇକେଟ ହରାଇ ୫୫୫ ରନକରି ପାଳି ଘୋଷଣା କରିଛି। ଫଳରେ ଶ୍ରୀଲଙ୍କା ସମ୍ମୁଖୀନରେ ୪୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬୦.୧ ଓଭରରେ ୭ ଉଇକେଟ ହରାଇ ୨୧୨ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପାକିସ୍ତାନ ବିଜୟ ପାଇଁ ୩ ଉଇକେଟ ଆବଶ୍ୟକ କରୁଛି। ଅନ୍ୟପଟେ ୩ ଉଇକେଟ ହାତରେ ରଖି ଶ୍ରୀଲଙ୍କା ବିଜୟ ପାଇଁ ୨୬୪ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅସପାରଣ ବେଳକୁ ଓଶାଡା ଫର୍ନାଣ୍ଡୋ ୧୦୨ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବାଲା ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଛନ୍ତି। ଏହି କ୍ରମରେ ଓପନ ତଥା ଅଧିନାୟକ ଦିମୁଥ କରୁଣାରତ୍ନେ ୧୬, ଆଞ୍ଜେଲୋ ମାଥ୍ୟୁସ ୧୯, ଦିଦେଶ ଚାଣ୍ଡିମଲ ୨, ଦିଲରୁଓ୍ବାନ ପେରେରା ୫ ରନକରି ଆଉଟ ହୋଇଥିବା ବେଳେ କୁଶଲ ମେଣ୍ଡିସ୍‌ ଓ ଧନଞ୍ଜୟ ଡି ସିଲଭା ଖାତା ଖୋଲିପାରି ନ ଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନସିମ ଶାହା ସର୍ବାଧିକ ୩, ଶାହିନ ଶାହ ଆଫ୍ରିଦି, ମହମ୍ମଦ ଆବାସ, ୟସିର ଶାହା ଓ ହାରିସ ସୋହେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୩୯୫/୨ରୁ ଖେଳ ଆରମ୍ଭ କରି ପାକିସ୍ତାନ ଇନିଂସ ଘୋଷଣା କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଅଝାର ଅଲି ୫୭ରୁ ଖେଳ ଆରମ୍ଭ କରି ୧୧୮ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୨୨ ରନରୁ ଖେଳ ଆରମ୍ଭ କରି ବାବର ଆଜମ ୧୦୦ ରନ କରି ଅପରାଜିତ ରହିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୨୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଲାହିରୁ କୁମାରା ୨ ଓ ଲାସିଥ ଏମ୍ବୁଲଡେନିଆ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୫୯.୩ ଓଭରରେ ୧୯୧ରେ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ-୮୫.୫ ଓଭରରେ ୨୭୧ରେ ଅଲଆଉଟ।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୧୩୧ ଓଭରରେ ୫୫୫/୩ ଇନିଂସ ଘୋଷଣା
(ସାନ ମାସୁଦ- ୧୩୫, ଆବିଦ ଅଲି- ୧୭୪, ଅଝାର ଅଲି- ୧୧୮, ବାବର ଆଜମ- ୧୦୦*, ଲାହିରୁ କୁମାରା- ୨/୧୩୯, ଲାସିଥ ଏମ୍ବୁଲଡେନିଆ- ୧/୧୯୩)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୬୦.୧ ଓଭରରେ ୨୧୨/୭
(ଓଶାଡା ଫର୍ଣ୍ଣାଣ୍ଡୋ- ୧୦୨*, ନିରୋଶାନ ଡିକ୍‌ଓ୍ବାଲା- ୬୫, ନିସମ ଶାହା- ୩/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ସିପକ୍‌ଟାକ୍ର ଖେଳାଳିଙ୍କ ଅକାଳ ବିୟୋଗ

କଟକ ଅଫିସ,୨୮ା୧- ରାଜ୍ୟର ପୂର୍ବତନ ସିପକ୍‌ଟାକ୍ର ଖେଳାଳି ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) କାର୍ଯ୍ୟାଳୟର କର୍ମଚାରୀ ମୁନା ବାରିକ(୩୨)ଙ୍କର ସୋମବାର ପୂର୍ବାହ୍ନରେ ପରଲୋକ ଘଟିଛି।...

ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ...

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀ ବାଦ୍‌

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କ ନାମକୁ ବାଦ୍‌...

ବିବାହ କରି ମଧ୍ୟ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ଗାଙ୍ଗୁଲି

ଟିମ୍‌ ଇଣ୍ଡିଆରେ ‘ଦାଦା’ ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପଡିଆରେ ଯେତିକି ପ୍ରଭାବୀ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଲୋକପ୍ରିୟ। ଫେବୃୟାରୀ...

ବୁମ୍‌ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା

ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍‌...

ପ୍ରାର୍ଥିପତ୍ର ଦାଖଲ କଲେ ଗାଙ୍ଗୁଲି

ମୁମ୍ବାଇ, ୧୫ା୧୦ (ପି.ଟି.)- ଅକ୍ଟୋବର ୨୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ...

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ...

ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ

ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା।...

Advertisement
Archives

Model This Week