Posted inଖେଳ

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୋଚ୍‌ଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ। ହକି ଇଣ୍ଡିଆ ପୂର୍ବରୁ ବି.ଜେ. କାରିଆପ୍ପା ଓ ରମେଣ ପଠାନିଆଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିସାରିଛି। ୭୦ ବର୍ଷୀୟ ରମେଶଙ୍କ ଆବେଦନ ପତ୍ରରେ ୧୯୮୦ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ଅଧିନାୟକ ବାସୁଦେବନ ବାସ୍କରନ, ପୂର୍ବତନ ଜାତୀୟ କୋଚ୍‌ ଏମ୍‌.କେ କୌଶିକ୍‌, ଦିଲୀପ ତିର୍କୀ ଓ ଆଶିଷ ବଲାଲଙ୍କ ସମେତ ଅନ୍ୟକେତେଜଣଙ୍କ ସମର୍ଥନ ରହିଛି। ରମେଶ ଜଣେ ଜୁନିୟର ଖେଳାଳିରୁ ଜାତୀୟ କୋଚ୍‌ ହୋଇପାରିଥିଲେ। ତାଙ୍କ ହକି କ୍ୟାରିୟରରେ ଉତ୍‌ଥାନ ଓ ପତନ ଏବଂ ସଫଳତା ଓ ବିଫଳତାର ଯଥେଷ୍ଟ ଅନୁଭୂତି ରହିଛି। ୨୦୧୫ରୁ ସେ କର୍ନାଟକ ହକି ଏକାଡେମୀରେ ଯୁବ ପ୍ରଭାମାନଙ୍କ ମେଣ୍ଟର ଉପଦେଷ୍ଟା ଭାବେ କାର୍ଯ୍ୟକରି ଆସୁଛନ୍ତି। ରମେଣ ୧୯୬୯ରେ ମହୀଶୂର ତରଫରୁ ଜାତୀୟ ଜୁନିୟର ଚାମ୍ପିୟନଶିପ୍‌ ଖେଳିଥିଲେ। ୧୯୭୮ରେ ସେ ଜାତୀୟ ଦଳର ସଦସ୍ୟ ହୋଇ ପାରିଥିଲେ। ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ଏକ ରୌପ୍ୟ ଜିତିବାରେ ସମର୍ଥ ହୋଇଥିଲେ। ବାଙ୍ଗାଲୋରସ୍ଥିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଯୋଗଦାନ ପରେ ରମେଶ ୧୯୮୫ରେ ଜାତୀୟ ସିନିୟର ଚାମ୍ପିୟନଶିପ୍‌ ପାଇଁ କର୍ନାଟକ ଦଳକୁ ଟ୍ରେନିଂ ଦେଇଥିଲେ। ଦଶନ୍ଧି ପରେ ଭାରତୀୟ ଦଳର ସହକାରୀ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ପରେ ସେ ଇଣ୍ଡିଆନ ଅଏଲ୍‌ ଦଳ ଦାୟିତ୍ୱରେ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଜାତୀୟସ୍ତରରେ ଅନେକ ଟୁର୍ନାମେଣ୍ଟ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି...

କୋହଲି-ସଚିନଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀଙ୍କୁ ସହାୟତା ଦେବେ ଏହି ପ୍ରସିଦ୍ଧ ଅଭିନେତା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍‌ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ...

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି।...

କେବଳ ଏହି ସର୍ତ୍ତରେ ମେଣ୍ଟର ହେବାକୁ ରାଜି ହୋଇଛନ୍ତି ଧୋନୀ; ବିଶ୍ୱକପ୍‌ ଶେଷ ହେବା ପରେ…

ନୂଆଦିଲ୍ଲୀ,୯।୯: ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ଘୋଷଣା କରାଯାଇଛି। ଏଥିସହ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ୱକପ୍‌ରେ...

ଜାନୁୟାରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୫।୯(ପିଟି): ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଜିମ୍ବାଓ୍ବେ ଦଳ ଆସିବାର ଥିଲା। କିନ୍ତୁ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ ଥିବାରୁ ଏହି ଦଳ ସ୍ଥାନରେ...

ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ...

ଋଷଭ ପନ୍ତଙ୍କ ସଫଳ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି…

ଚେନ୍ନାଇ, ୧୭।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର...

ଧୋନୀ କରିବେ କୁକୁଡ଼ା ଫାର୍ମ

ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ...

Advertisement
Archives

Model This Week